ତମାଖୁ ଖାଇ ମରୁଛନ୍ତି ବର୍ଷକୁ ୭୦ଲକ୍ଷ
ନୂଅ।ଦିଲ୍ଲୀ, (ଏଜେନ୍ସି): ଭାରତରେ କରୋନାରେ ଯେତେଲୋକ ଅ।କ୍ରାନ୍ତ ହୋଇଛନ୍ତି ତମାଖୁ ସେବନ ଜନିତ କାରଣରୁ ତାହାର ୫ଗୁଣାରୁ ଅଧିକ ଲୋକ ବର୍ଷକୁ ମରୁଛନ୍ତି ଛ ବିଶ୍ୱ ସ୍୍ୱାସ୍ଥ୍ୟ ସଂଗଠନ ଓ ଭାରତୀୟ ଭେଷଜ ଗବେଷଣା ପରିଷଦ (ଅ ।ଇସିଏମ୍ଅ ।ର) ର ତଥ୍ୟରୁ ଏହା ଜଣାପଡିଛି ।
ବିଶ୍ୱ ସ୍୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତିବର୍ଷ ମଇ ୩୧ ତାରିଖକୁ ଅ।ର୍ନ୍ତଜାତିକ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଥିଲେ ମଧ୍ୟ ଏହା ବାସ୍ତବରେ ସରକାରୀକଳର ଏକ ପ୍ରତାରଣାମୂଳକ ଉତ୍ସବ ବୋଲି ତମାଖୁ ବର୍ଜନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାମାନେ କହୁଛନ୍ତି । ବିଶ୍ୱରେ ବାର୍ଷିକ ପ୍ରାୟ ୭୦ଲକ୍ଷ ଲୋକ ତମାଖୁ ସେବନ ଜନିତ କାରଣରୁ ମୃତ୍ୟୁବରଣ କରୁଛନ୍ତି ଛ ଏହି ସଂଖ୍ୟା କିଛିବର୍ଷ ମଧ୍ୟରେ ଏକ କୋଟିକୁ ଟପିଯିବ । ସମଗ୍ର ବିଶ୍ୱରେ ତମାଖୁ ସେବନ ଜନିତ କାରଣରୁ ଯେତେଲୋକ ମରୁଛନ୍ତି ତାହାର ଅନ୍ୟୁନ ଏକ ଷଷ୍ଠାଂଶ ଭାରତରେ ଘଟୁଛି ଛ ଅର୍ଥାô ଏହି କାରଣରୁ ଅ ।ମ ଦେଶରେ ବର୍ଷକୁ ୧୦ରୁ ୧୨ଲକ୍ଷ ଲୋକଙ୍କ ପ୍ରାଣହାନି ଘଟୁଛି ।
କେବଳ ବିଡି, ସିଗାରେଟ ଟାଣି ଭାରତରେ ବର୍ଷକୁ ୫ଲକ୍ଷରୁ ଅଧିକ ଲୋକ ମରୁଥିବା ଗତ ଜନଗଣନା ସମୟର ଏକ ରିପୋର୍ଟରୁ ଜଣାଯାଇଛି ଛ ପ୍ରତି ୬ସେକେଣ୍ଡରେ ତମାଖୁ ଜନିତ କାରଣରୁ ଅନ୍ୟୁନ ଗୋଟିଏ ମୃତ୍ୟୁ ଘଟୁଥିବାବେଳେ ପ୍ରତିଦିନ ଅ ।ମ ଦେଶରେ ହାରାହାରି ୫ହଜାର ପିଲା ନୂଅ ।କରି ତମାଖୁ ସେବନ ଅ ।ରମ୍ଭ କରୁଛନ୍ତି ଛ ଏଥିରୁ ତମାଖୁ ବର୍ଜନ ପାଇଁ ସରକାରଙ୍କ ତଥାକଥିତ ସଚେତନତା ଅଭିଯାନ ଓ ସିଗାରେଟ ଖୋଳ ଉପରେ ଲେଖାଯାଉଥିବା ବୈଧାନିକ ସତର୍କତା ଧର୍ମକୁ ଅ ।ଖିଠାର ଭଳି ହୋଇଛି ।
ତମାଖୁ ଯୋଗୁଁ କର୍କଟ, ଯକ୍ଷ୍ମା, ବ୍ରୋଙ୍କାଇଟିସ୍, ବିଭିନ୍ନ ପ୍ରକାରର ହୃଦ୍ରୋଗ, ମୁଖ ଗହ୍୍ୱରର ବିଭିନ୍ନ ରୋଗ, ପ୍ରଜନନ କ୍ଷମତା ହ୍ରାସ, ରୋଗ ପ୍ରତିରୋଧକ ଶକ୍ତି କମିବା ସମେତ ବହୁ ପ୍ରକାରର ରୋଗବ୍ୟାଧି ବ୍ୟାପୁଛି ଛ ଏମିତିକି ଧୂମପାନ ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ସମ୍ଭାବନା ଅଧିକ ବୋଲି ସରକାର କହୁଛନ୍ତି ଛ ପାନ, ଗୁଟ୍ଖା, ଖଇନି ଅ ।ଦି ଖାଇ ଛେପ ପକାଇବା ଫଳରେ ବି କରୋନା ସଂକ୍ରମିତ ହେଉଛି ଛ ସିଗାରେଟ ସମେତ ଅନ୍ୟାନ୍ୟ ତମାଖୁ ପଦାର୍ଥରେ ୪୮୦୦ରୁ ଅଧିକ ବିଷାକ୍ତ ରସାୟନିକ ପଦାର୍ଥ ରହୁଛି ଯାହା ମଧ୍ୟରେ ନିକୋଟିନ, ଅ ।ମୋନିଅ ।, ଷ୍ଟେରିକ ଏସିଡ୍, କାର୍ବୋନ ମନୋକ୍ସାଇଡ୍, ଗୁଟେନ, ମେଥାନଲ ଅ ।ଦି ଅର୍ନ୍ତଭୁକ୍ତ ଛ ରକ୍ତରେ ହିମୋଗ୍ଲୋବିନ ପରିମାଣ କମ୍ ରହିବାର ମୁଖ୍ୟ କାରଣ ବି ତମାଖୁ ସେବନ ।
ଅ ।ମ ଦେଶରେ କର୍କଟରେ ମରୁଥିବା ପୁରୁଷଙ୍କ ମଧ୍ୟରୁ ୪୨ ପ୍ରତିଶତ ଓ ମହିଳାଙ୍କ ଭିତରୁ ୧୯ ପ୍ରତିଶତ ତମାଖୁ ସେବନକାରୀ ଛ ଏମିତିକି ତମାଖୁ ସେବନ ନକଲେ ମଧ୍ୟ ବିଡି ସିଗାରେଟ ଅ ।ଦିର ଧୂଅ ।ଁରେ ବି ଲୋକଙ୍କ ସ୍୍ୱାସ୍ଥ୍ୟ ହାନି ଘଟୁଛି ଛ ଗୋଟିଏ ପଟେ ସରକାର ତମାଖୁ, ମଦ ଅ ।ଦିରୁ ରାଜସ୍୍ୱ ଅ ।ଦାୟ କରୁଥିବାବେଳେ ଅନ୍ୟ ପଟେ ତମାଖୁ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ ସେବନ ଯୋଗୁଁ ବଢି ଚାଲୁଥିବା ରୋଗବ୍ୟାଧିର ଚିକିତ୍ସା ଓ ଏହାର ଅନ୍ୟାନ୍ୟ ନକରାତ୍ମକ ଉପସର୍ଗ ଯୋଗୁଁ ବ୍ୟକ୍ତି ପରିବାର, ସମାଜ ଓ ସରକାର ପ୍ରଚୁର କ୍ଷତି ସହୁଛନ୍ତି ଯାହା ଅ ।ଦାୟ ହୋଇଥିବା ରାଜସ୍୍ୱ ଠାରୁ ବହୁଗୁଣ ଅଧିକ ।
