ଟଳି ନାହିଁ ବିପଦ: ମୋଦୀ

0
PM-MODI

ନୂଅ ।ଦିଲ୍ଲୀ, (ଏଜେନ୍ସି): କରୋନା ବିପତ୍ତି ଟଳି ନାହିଁ । କେତେକ ସ୍ଥାନରେ ଏହା ଅଧିକ ସଂକ୍ରମିତ ହେଉଛି । ଏକଥା ଅ ।ମକୁ ମନେରଖିବାକୁ ହେବ ଯେ, କରୋନା ଏବେ ମଧ୍ୟ ସେତିକି ଘାତକ ଯେତିକି ଘାତକ ଅ ।ରମ୍ଭରେ ଥିଲା । ତେଣୁ ଅ ।ମକୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ଅ ।ହୁରି ସତର୍କ ହେବାକୁ ପଡ଼ିବ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ \”ମନ୍ କୀ ବାତ୍‌\’ରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ।
ମୋଦୀ କହିଛନ୍ତି, ଯଦିଓ ଭାରତରେ ଏହି ସଂକ୍ରମଣ ଜନିତ ଅ ।ରୋଗ୍ୟ ହାର ବିଶ୍ୱର ଅନ୍ୟ ଦେଶ ତୁଳନାରେ ଅଧିକ ରହିଛି ଏବଂ ମୃତ୍ୟୁ ହାର ମଧ୍ୟ କମ ରହିଛି, ଏହା ସେତ୍ତ୍ୱେ ଏହାକୁ ହେୟଜ୍ଞାନ କରିବା ଅ ।ଦୌ ଉଚିତ ନୁହେଁ । ଗୋଟିଏ ଜୀବନ ଯିବା ମଧ୍ୟ ଦୁଃଖଦାୟକ । ଲୋକଙ୍କ ଜୀବନ ବଞ୍ଚାଇବାକୁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇ ମୋଦୀ କହିଛନ୍ତି, ମୁହଁରେ ମାସ୍କ କିମ୍ବା ଗାମୁଛା ବ୍ୟବହାର କରିବା, ଦୁଇଗଜ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା, କେଉଁଠି ବି ଛେପ ନ ପକାଇବା, ସ୍ୱ୍ୱଚ୍ଛତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ହେଉଛି କରୋନାଠାରୁ ରକ୍ଷା ପାଇବା ପାଇଁ ଅ ।ମର ଅସ୍ତ୍ର । ବେଳେବେଳେ ମାସ୍କ ଅ ।ମକୁ ଅଡୁଅ । ଲାଗେ । ମୁହଁରୁ ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ । କଥାବାର୍ତ୍ତା କରିବା ସମୟରେ ଯେତେବେଳେ ମାସ୍କ ପିନ୍ଧିବା ନିହାତି ଅ ।ବଶ୍ୟକ, ସେତେବେଳେ ଅ ।ମେ ମାସ୍କ କାଢ଼ି ଦେଇଥାଉ । ଥରେ ଚିନ୍ତା କରନ୍ତୁ ସେହି ଡାକ୍ତର, ନର୍ସ ଓ କରୋନା ଯୋଦ୍ଧାମାନଙ୍କ କଥା । ସେମାନେ ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧି ଅନବରତ ଭାବେ ଅ ।ମମାନଙ୍କ ଜୀବନ ରକ୍ଷା କରିବାରେ ଲାଗିଛନ୍ତି । ଅ ।ଠଦଶ ଘଣ୍ଟା ମାସ୍କ ପିନ୍ଧୁଛନ୍ତି । ଜଣେ ନାଗରିକ ହିସାବରେ ଅ ।ମେ ନିଜେ କିମ୍ବା ଅନ୍ୟମାନେ ଏଥିରେ ଟିକିଏ ହେଲେ ଢିଲା ଦେବା ଉଚିତ ନୁହେଁ । ପ୍ରଧାନମନ୍ତ୍ରୀ କହିଛନ୍ତି, ଏକପକ୍ଷେ ଅ ।ମକୁ ସମ୍ପୂର୍ଣ୍ଣ ସଚେତନତା ଏବଂ ସାବଧାନତା ସହ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ପଡ଼ିବ, ଅପରପକ୍ଷେ କଠିନ ପରିଶ୍ରମ ଦ୍ୱାରା ବ୍ୟବସାୟ, ଚାକିରି, ଅଧ୍ୟୟନ ଏବଂ କର୍ତ୍ତବ୍ୟକୁ ଗତିଶୀଳ କରି ଉନ୍ନତିର ନୂତନ ଶିଖରକୁ ନେଇଯିବାକୁ ହେବ ।
୨୬ ଜୁଲାଇ ମଧ୍ୟ କାର୍ଗିଲ ବିଜୟ ଦିବସ । ଏହି ଅବସରରେ କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ଧୂଳି ଚଟାଇ ଦେଶର ବିଜୟ ପାଇଁ ପ୍ରାଣବଳି ଦେଇଥିବା ସେନାନୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୋଦୀ । ସେ କହିଛନ୍ତି, ୨୧ ବର୍ଷ ପୂର୍ବେ ୨୬ ଜୁଲାଇରେ ଅ ।ମର ସେନା କାର୍ଗିଲ ଯୁଦ୍ଧରେ ଭାରତର ବିଜୟ ପତାକା ଉଡ଼ାଇ ଥିଲେ । ଯେଉଁ ପରିସ୍ଥିତିରେ କାର୍ଗିଲ ଯୁଦ୍ଧ ହୋଇଥିଲା ତାହା ଭାରତ କେବେ ବି ଭୁଲିପାରିବ ନାହିଁ । ଭାରତୀୟ ଅଞ୍ଚଳ ଦଖଲ କରିବାକୁ ପାକିସ୍ତାନ ବହୁତ ଚେଷ୍ଟା କରିଥିଲା ଏବଂ ଅ ।ମ ଅ ।ଭ୍ୟନ୍ତରୀଣ କଳହରୁ ଫାଇଦା ନେବାକୁ ଚେଷ୍ଟା କରିଥିଲା । ଏହା କଳ୍ପନା କରିବା କଷ୍ଟ ଯେ ଉଚ୍ଚ ପର୍ବତ ଉପରେ ଶତୃ ବସିଥିଲା ଏବଂ ତଳେ ରହି ଅ ।ମ ସୈନ୍ୟମାନେ ଯୁଦ୍ଧ କରୁଥିଲେ । ସେଥିରେ ଜିତି ଭାରତୀୟ ସୈନ୍ୟବାହିନୀ ତା\’ର ବୀରତ୍ୱ ପ୍ରଦର୍ଶନ କରିଥିଲା । ଦେଶ ଅ ।ଜି କାର୍ଗିଲ ହିରୋମାନଙ୍କୁ ପ୍ରଣାମ କରି ସହିଦ ହୋଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସମସ୍ତ ଦେଶବାସୀଙ୍କ ତରଫରୁ ମୁଁ ଏହି ସାହସୀ ସୈନିକମାନଙ୍କୁ ଏବଂ ସେମାନଙ୍କ ମାତାମାନଙ୍କୁ ପ୍ରଣାମ କରୁଛି ।

Leave a Reply

Your email address will not be published. Required fields are marked *