ଜିଲ୍ଲାର ଶ୍ରେଷ୍ଠ ଥାନା ଅଧିକାରୀ ଏସ୍ଆଇ ଦିପକ୍
ନୟାଗଡ଼଼ , (ପ୍ରବାହ ନ୍ୟୁଜ): କର୍ମ କରିଚାଲ ଆପେ ଆପେ ଫଳ ତୁମ ପଛେ ପଛେ ଆସିବ । ଫଳ ପାଇବାର ଆଶା ନେଇ କାମ କରନି, ଭଲ କାମ କର, ଯାହାଫଳରେ ସେହି ଭଲ କାମର ଆର୍ଶୀବାଦ ହୋଇ ତୁମ ପାଖରେ ପହଞ୍ôଚବ । ଯାହା ଆମେ ପୂର୍ବରୁ ସୁଣିଥିଲୁ, ତାହାକୁ ଆଜି ପ୍ରମାଣିତ କରିଛନ୍ତି ନୟାଗଡ଼ ଆରକ୍ଷି ଅଧିକ୍ଷକ ପ୍ରତ୍ୟୁଷ ଦିୱାକର । ଯେଉଁ ପୋଲିସ୍ କର୍ମଚାରୀ ମାନେ ଗତବର୍ଷ ଠାରୁ ଭଲ କାମକରି ଆସିଥାନ୍ତି ସେମାନଙ୍କୁ ତା’ପର ବର୍ଷ ଅର୍ଥାତ୍ ପୋଲିସ୍ ପ୍ରତିଷ୍ଠା ଦିବସରେ ସେମାନଙ୍କୁ ମାନପତ୍ର ସହିତ ସମର୍ଦ୍ଧନା କରିଥାନ୍ତି । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା କୋଭିଡ୍-୧୯ ଭାଇରସ୍କୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରତିଷ୍ଠା ଦିବସ ପାଳନ କରାଯାଇ ନଥିଲା । ଯେଉଁମାନେ ଭଲ କାମ କରି ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିଆସୁଛନ୍ତି ସେମାନଙ୍କୁ ସେମାନଙ୍କର କର୍ମର ଫଳ ଦିଆନଗଲେ ଆରକ୍ଷି ଅଧିକ୍ଷକଙ୍କୁ ଦୋଷି ଦୋଷି ଲାଗିବ । ତେଣୁ ଆଜି ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ୫ଜଣ ଭଲ କାମ କରୁଥିବା, ଭଲରେ ଲୋକ ମାନଙ୍କ ସହିତ ସୁସମ୍ପର୍କ ରଖିଥିବା ଶ୍ରେଷ୍ଠ ଏଏସ୍ଆଇ ହରହର ସାମନ୍ତରାୟଙ୍କୁ ପୁରଷ୍କୃତ କରାଯାଇଥିବା ବେଳେ ବିଶ୍ୱମୋହନ ମହାନ୍ତିଙ୍କୁ ଶ୍ରେଷ୍ଠ ହାବିଲ୍ଦାର, ତୁଷାରକାନ୍ତ ନାୟକଙ୍କୁ ଶ୍ରେଷ୍ଠ କନେଷ୍ଟବଳ, ଅସୋକ କୁମାର ଦୋରାଙ୍କୁ ଶ୍ରେଷ୍ଠ ଟ୍ରାଫିକ୍ କନେଷ୍ଟବଳ, ଭାସ୍କର ଚନ୍ଦ୍ର ସାହୁଙ୍କୁ ଶ୍ରେଷ୍ଠ ଏପିଆର୍ ଭାବେ ଜିଲ୍ଲା ଆରକ୍ଷି ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ମାନପତ୍ର ଦେଇ ପୁରସ୍କୃତ କରି ସାରିବା ପରେ ବାହାରିଥିଲେ ଗଣିଆ ଥାନା ଅଭିମୁଖେ । ଗଣିଅ ଥାନା ଅଧିକାରୀ ଦୀପକ୍ ଖଣ୍ଡାୟତ୍ରାୟଙ୍କ ପାଖରେ ପହଞ୍ôଚ ଗଣିଆ ଥାନା ଅଞ୍ଚଳର ଆଇନ୍ ଶୃଙ୍ଖଳା ଉପରେ ଏବଂ କୋଭିଡ୍-୧୯ ବିଷୟରେ ଆଲୋଚନା କରି ଟେବୁଲ୍ ଉପରେ ଗୋଟିଏ ଖାମ୍ ଥୋଇଦେଇ ନୟାଗଡ଼ ଅଭିମୁଖେ ବାହାରିଥିଲେ । ତେବେ ବାଟରେ ଆରକ୍ଷି ଅଧିକ୍ଷକ ଗାଡିରେ ବସି ପୁଣିଥରେ ଥାନା ଅଧିକାରୀ ଦିପକ୍ ଖଣ୍ଡାୟତ୍ରାୟଙ୍କୁ ଫୋନ୍ କରି ତୁମ ଟେବୁଲ୍ ଉପରେ ଯେଉଁ ଖାମ୍ ରଖିଛି ସେଇଟା ତୁମ ପାଇଁ ସପ୍ପ୍ରାଇଜ୍ । ଖୋଲି କି ଦେଖ ।କେଫାନ୍ କଟିବା ପରେ ଥାନା ଅଧିକାରୀ ଦୀପକ୍ ଖାମ୍ ଖୋଲି ଦେଖନ୍ତି ତ ଶ୍ରେଷ୍ଠ ଥାନା ଅଧିକାରୀ ଏସ୍ଆଇ ଦିପକ୍ ଖଣ୍ଡାୟତରାୟ । ତେବେ ଏହା ମୋ ପାଇଁ ଆରକ୍ଷି ଅଧିକ୍ଷକଙ୍କ ସପ୍ପ୍ରାଇଜ୍ ନୁହେଁ, ମୋ ପାଇଁ ପ୍ରେରଣା ଉତ୍ସ । ଆଗକୁ ଆହୁରୀ ଭଲ କାମ କରିବାକୁ ସାର୍ଙ୍କ ସପ୍ପ୍ରାଇଜ୍, ତେଣୁ ଆରକ୍ଷି ଅଧିକ୍ଷକଙ୍କୁ କୃତଜ୍ଞତା ମଧ୍ୟ ଜ୍ଞାପନ କରିଛନ୍ତି ଗଣିଆ ଥାନା ଅଧିକାରୀ ଦୀପକ୍ ଖଣ୍ଡାୟତ୍ରାୟ ।
