ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
୧୩-କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀ ଏନ୍. କେ. ମିଶ୍ର, ଆଇ.ଆର, ଏସ୍. ଏବଂ ୮୨-ବାଲିଗୁଡ଼ା, ୮୩-ଘୁ. ଉଦୟଗିରି ଓ ୮୪-ଫୁଲବାଣୀ ବିଧାନସଭା ପାଇଁ ଶ୍ରୀ ଏସ୍. ଅରୁନ୍ କୁମାର, ଆଇ.ଆର୍.ଏସ୍. ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ କନ୍ଧମାଳ ଜିଲ୍ଲାରେ ଯୋଗ ଦେଇଛନ୍ତି। ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇବା ପାଇଁ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ଓ ଶାନ୍ତିପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ନିୟୋଜିତ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ବିଧିବଦ୍ଧଭାବେ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଥିଲେ। ତେବେ ମତଦାନ ଓ ଭୋଟ ଗଣନାର ଅବ୍ୟବହିତ ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀ, କନ୍ଧମାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲ୍ ସାଧାରଣ ନିର୍ବାଚନ-୨୦୨୪ ପାଇଁ ନିଯୁକ୍ତ ହୋଇଥିବା ଆକାଉଣ୍ଡି ଟିମ୍, ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଟିମ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍, ଭିଡିଓ ସର୍ଭେଲାନ୍ସ ଟିମ୍, ଭିଡିଓ ଭ୍ୟୁଇଙ୍ଗ୍ ଟିମ୍, ସହକାରୀ ବ୍ୟୟ ପର୍ଯ୍ୟବେକ୍ଷକ ଟିମ୍, ଏମ୍.ସି.ଏମ୍.ସି. ଅଭିଯୋଗ ମନିଟରି କଣ୍ଟ୍ରୋଲ ରୁମ୍, ଏବଂ କଲ ସେଣ୍ଟର୍ ଏବଂ କେନ୍ଦ୍ରୀୟ ତଥା ରାଜ୍ୟ ଏନ୍ଫୋର୍ସମେଣ୍ଟ, ଏଜେନ୍ସିର କାର୍ଯ୍ୟ ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ବ୍ୟୟ ପର୍ଯ୍ୟବେକ୍ଷକମାନଙ୍କୁ ଅବଗତ କରାଇ ଥିଲେ । ବିଭିନ୍ନ ଟିମ୍ର ଅଧିକାରୀମାନେ ମଧ୍ୟ ସେମାନଙ୍କ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଗଠିତ ହୋଇଥିବା ବିଭିନ୍ନ ଟିମର ସଦସ୍ୟ ସଦସ୍ୟାମାନେ ସେମାନଙ୍କ ଦାୟିତ୍ବକୁ ସୁଚାରୁରୂପେ ତୁଲାଇବାକୁ ବ୍ୟୟ ପର୍ଯ୍ୟବେକ୍ଷକ ଶ୍ରୀ ମିଶ୍ର ଏବଂ ଶ୍ରୀ ଅରୁନ୍ କୁମାର କହିବା ସହିତ ସମସ୍ୟା ସମାଧାନ ପାଇଁ ସେମାନଙ୍କର ସହଯୋଗ ରହିବ ବୋଲି କହିଥିଲେ।
ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ (ନିର୍ବାଚନ) ଶ୍ରୀ ରମେଶ ଚନ୍ଦ୍ର ଜେନା, ଉପ-ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଚିତ୍ତ ରଞ୍ଜନ ମହନ୍ତ, ଡେପୁଟି କଲେକ୍ଟର, (ନିର୍ବାଚନ) ଡି. ମାଲେଶ୍ଵର ପାତ୍ରଙ୍କ ସମେତ ନିର୍ବାଚନ ସହିତ ସଂଶ୍ଲିଷ୍ଟ ଅନ୍ୟ ଅଧିକାରୀ ତଥା ବିଭିନ୍ନ ଟିମର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।
