ଜଙ୍ଗଲ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

0
4

ସଂରକ୍ଷିତ ଜଙ୍ଗଲରୁ ମାଟି ପଥର ଲୁଟ୍‌
ଲୁଟୁଛନ୍ତି ମୂଲ୍ୟବାନ ଗଛ
ସୁରକ୍ଷାକର୍ମୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ
ନୟାଗଡ଼଼ , (ପ୍ରବାହ ନ୍ୟୁଜ):
କେତେକ ଜଙ୍ଗଲ ସୁରକ୍ଷାକର୍ମୀକୁ ହାତବାରେସି କରି ଜଙ୍ଗଲ, ପାହାଡରେ ମାଫିଆମାନେ ରାଜ୍ କରୁଥିବା ନଜିର୍ ଆସିଛି । ଏନେଇ ବାରମ୍ବାର ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ନିରବଦ୍ରଷ୍ଟା ପାଲଟିଯାଇଛନ୍ତି ବନପାଳ । ତେଣୁ ବନପାଳ ନିରବଦ୍ରଷ୍ଟା ପାଲଟିଥିବା ବେଳେ ମାଫିଆମାନେ ଏହାର ଫାଇଦା ଉଠାଇବାରେ ମାହିର୍ ଅଛନ୍ତି । ନିଜର ପତିଆରା ବଢାଇବା ପାଇଁ ନିଜ ଜାଗାରେ ସରକାରଙ୍କ ଜଙ୍ଗଲ ପାହାଡ କାଟି ମିସାଇ ଚାଲିଛନ୍ତି । ନାଁ ଜଙ୍ଗଲ ବିଭାଗ ପାଖରେ ଖବର ଅଛି ନାଁ ରାଜସ୍ୱ ନିରୀକ୍ଷକଙ୍କ ପାଖରେ ଖବର ଅଛି । ସମସ୍ତଙ୍କ ଆଖିରେ ଧୁଳି ଦେଇ ବାବୁଜଣକ ସରକାଙ୍କ ରାଜସ୍ୱ ଲୁଟି ଚାଲିଛନ୍ତି । ବାବୁଜଣକ ଏତେ ପାୱାର୍ ଫୁଲ୍ ଯେ, କାହାରି କଥାକୁ ଖାତିର୍ ନକରି ନିଜର ଚାରଣା ଜାଗାକୁ ବାରଣା କଲେଣି । ତଥାପି ମନ ସନ୍ତୁଷ୍ଟ ନଥିବାରୁ ମଶାଣିଝୋଲା ଜଙ୍ଗଲକୁ କାଟି କିଟି ନିଜ ଜାଗାରେ ମିସାଇ ଚାଲିଛନ୍ତି । କଥାରେ ଅଛି ସଚ୍ଚା ଖେଳାଳୀମାନେ କିମ୍ବା ମାଫିଆମାନେ ଗୋଟିଏ ଗୁଳିରେ ଦୁଇ ଦୁଇଟା ଶିକାର କରିଥାନ୍ତି । ସେହି ନ୍ୟାୟରେ ବାବୁ ଜଣକ ଲୋକ ପ୍ରତିନିଧି ହୋଇଥିବାରୁ ଜଙ୍ଗଲ ବିଭାଗର ଜଙ୍ଗଲକୁ ଖୋଳି ଖୋଳି ନିଜ ଜାଗାରେ ମିସାଇବା ସହିତ ଡିମିରିପଲ୍ଲୀ ପୃତ୍ତ ବିଭାଗ ରାସ୍ତା ଠାରୁ ବରଡିହ ଆଦିବାସୀ ଗାଁକୁ ରାସ୍ତା ସଂଯୋଗି କରଣ କରିବା ପାଇଁ ହେଉଥିବା ମାଟି ରାସ୍ତାରେ ମାଟି ପକାଇ ଚାଲିଥିବା ଦେଖିବାକୁ ମିଳିଛି । ଏପଟୁ ଜଙ୍ଗଲ ଖୋଳି ନିଜ ଜାଗାର କାୟା ବିସ୍ତାର କରିଚାଲିଛନ୍ତି ଏବଂ ସେପଟୁ ସେହିମାଟି ନେଇ ରାସ୍ତାରେ ପକାଇ, ରାସ୍ତା ନିର୍ମାଣ ହେବାକୁ ଆସିଥିବା ସରକାରୀ ଆର୍ଥିକ ଅନୁଦାନକୁ ହାତେଇବେ । ସେହିପରି ନୂଆଗାଁ ମହିପୁର ବନାଞ୍ଚଳ ଅନ୍ତର୍ଗତ କାପ୍ତାପଲ୍ଲୀ ବିଟ୍ ହାଉସ୍ ଅଧିନରେ ଭାଣ୍ଡାରିବାରୀ ଓ ଡେଙ୍ଗାବାରୀ ଗ୍ରାମକୁ ସଂଯୋଗ କରୁଥିବା ଜଙ୍ଗଲରେ ଲାଗିଥିବା ଶାଗୁଆନ୍ ପ୍ୟାକ୍‌ରୁ କାଠ ମାଫିଆମାନେ ଗଛ କାଟି ପଦା କରି ଚାଲିଥିବା ବେଳେ ନିରବଦ୍ରଷ୍ଟା ସାଜିଛି ବନ ବିଭାଗ । ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜଙ୍ଗଲ ଓ ପରିବେଶକୁ ସୁରକ୍ଷା ଦେବା ପାଇଁ ବନ ସଂରକ୍ଷଣ ସମିତି ଠାରୁ ଆରମ୍ଭ କରି ବନ ସୁରକ୍ଷା କର୍ମୀମାନଙ୍କୁ ନିୟୋଜିତ କରାଯାଇଥିଲେ ମଧ୍ୟ ଜଙ୍ଗଲରୁ ମୂଲ୍ୟବାନ କାଠ କାଟି ଚୋରା ଚାଲାଣ କରୁଛନ୍ତି କାଠ ମାଫିଆ । ଆଉ କେତେକ ଜାଗାରେ କାଠ ମାଫିଆ ଓ ଜଙ୍ଗଲ ସୁରକ୍ଷାକର୍ମୀଙ୍କ ମଧୁଚନ୍ଦ୍ରିକାରେ ଦିନ ଦ୍ୱିପ୍ରହରେ ଜଙ୍ଗଲରୁ ଲୁଟ୍ ହେଉଛି । କାପ୍ତାପଲ୍ଲୀ ବିଟ୍ ଭଣ୍ଡାରିବାରୀ ଜଙ୍ଗଲରେ ଥିଭା ସାଗୁଆନ୍ ପ୍ୟାକ୍‌ରୁ କାଠ ମାଫିଆମାନେ ବଡ ବଡ ସାଗୁଆନ୍ ଗଛ କାଟି ପଦା କରିଦେଇଥିବା ଖବର କିଛି ଗଣମାଧ୍ୟମ ପ୍ରତିନିଧି ଯାଇ ଗ୍ରାଉଣ୍ଡ ଜିରୋ ପହଞ୍ôଚଥିଲେ । ଏବଂ ଯାଇ ଦେଖନ୍ତି ହୋଇଥିବା ଅଭିଯୋଗ ସତ । ତେଣୁ କ’ଣ ପାଇଁ ବନ ସୁରକ୍ଷା କର୍ମଚାରୀ କିମ୍ବା ବନାଞ୍ଚଳ ଅଧିକାରୀଙ୍କୁ ଅଭିଯୋଗ କରୁନ ।

କାହା କଥା କହିବୁ, କଥାରେ ଅଛି ପରା.. ଖଜୁରୀ ଗଛର କି ଗୁଣ ଗାଇବି… ମୁଳରୁ ପାହାଚ ପାହାଚ, ତେବେ କାହାକୁ ଅଭିଯୋଗ କରିବୁ ଆଜ୍ଞା? ଆମେ ଅଭିଯୋଗ ଯାଇ କରିବୁ କିନ୍ତୁ ସେମାନେ ମାଫିଆ ମାନଙ୍କୁ ଢାଲ କରି ଆମ ଉପରେ ଦାଉ ସାଜୁଛନ୍ତି । ଏଭଳି ଜଣେ ବ୍ୟକ୍ତି ନାମ ଗୋପନ ରଖି ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଅଭିଯୋଗ କରିଛନ୍ତି । ତେଣୁ ଜଣେ ଗଣମାଧ୍ୟମ ପ୍ରତିନିଧି ମହିପୁର ବନାଞ୍ଚଳ ଅଧିକାରୀଙ୍କୁ କଟା ହୋଇଥିବା ସାଗୁଆନ୍ ଲକ୍‌ର ଏକ ଫଟୋ ଉଠାଇ ଛାଡିଥିଲେ କିନ୍ତୁ ର୍ଦୁଭାଗ୍ୟର ବିଷୟ ମହିପୁର ବନାଞ୍ଚଳ ଅଧିକାରୀ ସାଙ୍ଗେ ସାଙ୍ଗେ ଉକ୍ତ କାଠ ଲକ୍‌ଟି ସାଗୁଆନ୍ ନୁହେଁ ଶିମିଳି କାଠ ବୋଲି୍ କହିଥିଲେ । ଉକ୍ତ କାଠ ଲକ୍ ପଡିଥିବା ଜାଗାରେ ୪ଟି ସାଗୁଆନ୍ ଲକ୍‌ରୁ ୩ଟି ୩ଫୁଟ ଓସାର ବିଶିଷ୍ଟ ସାଗୁଆନ୍ ଲକ୍‌ର ଛେଲି ଛଡାଇ ପଟ୍ଟା କାଟିବା ପାଇଁ ପକାଇ ଦେଇଥିବା ବେଳେ ଗୋଟିଏ ଦେଢ ଫୁଟ ଓସାର ଏକ ସାଗୁଆନ୍ ଲକ୍ ଛେଲା ନହୋଇ ପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ମହିପୁର ବନାଞ୍ଚଳ ଅଧିକାରୀ ତାହା ହେଲେ ସାଗୁଆନ୍ କାଠ ଲକ୍‌କୁ ଶିମିଳି କାଠ ଲକ୍ କହି କାଠ ମାଫିଆ ମାନଙ୍କୁ ପ୍ରୋତ୍ସାହିତ କରୁଥିବା ଅନୁମାନ କରାଯାଉଛି । ଏନେଇ ମହିପୁର ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡାଙ୍କୁ ଫୋନ କରିଥିଲେ ମଧ୍ୟ ଫୋନ୍ ଉଠାଇନଥିଲେ । ତେବେ କାଠ ଚିହ୍ନି ପାରୁନଥିବା ଜଣେ ଅଧିକାରୀଙ୍କୁ କେମିତି ବନ ବିଭାଗରେ ନିଯୁକ୍ତି କରାଗଲା ବୋଲି ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ମହିପୁର ବନାଞ୍ଚଳ ଅଧରକାରୀଙ୍କ ଠାରୁ ମତାମତ ମିଳିନଥିବାରୁ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ, ମୋ ପାଖକୁ ଅଭିଯୋଗ ଆସିଛି । ଏହା ଉପରେ ତଦନ୍ତ କରି ଯେଉଁମାନେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୟାଗଡ଼ ବନଖଣ୍ଡ ଅଧିକାରୀ ଧନ୍‌ରାଜ୍ ଏଚ୍‌.ଡି କହିଛନ୍ତି । ଗୁମି ପଞ୍ଚାୟତ ଡିମିରିପଲ୍ଲୀ ମସାଣିଝୋଲା ଜଙ୍ଗଲରୁ ବେଆଇନ୍ ଭାବେ ପାହାଡ କାଟି ନିଜ ଜାଗାରେ ମିଶାଇବା ଏବଂ ପଥର ତାଡି ରାଜସ୍ୱ ଲୁଟ୍ କରୁଥିବା ନେଇ ନୂଆଗାଁ ତହସିଲ୍‌ଦାରଙ୍କୁ ପଚାରିବାରୁ, ଏନେଇ ପୂର୍ବରୁ ମଧ୍ୟ ଅଭିଯୋଗ ଆସିଛି ତେଣୁ ଏହା ସତ କି ମିଛ ଜାଣିବା ପାଇଁ ରାଜସ୍ୱ ନିରିକ୍ଷକଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଚନ୍ତି ବୋଲି ତହସିଲ୍‌ଦାର ଶରତ କୁମାର ମଲ୍ଲିକ୍ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *