କରୋନା ମୁକାବିଲା ଭାରତର ଉଦ୍ୟମକୁ ଜାତିସଂଘର ସମର୍ଥନ
ନୂଆଦିଲ୍ଲୀ, (ଏଜେନ୍ସି): ଭାରତରେ କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ମିଳିତ ଜାତିସଂଘର ଅନେକ ସଂସ୍ଥା ଏହାର ମୁକାବିଲା ପାଇଁ ଭାରତ ସରକାରଙ୍କ ସ୍ୱ୍ୱାସ୍ଥ୍ୟ ଏବଂ ସାମାଜିକ-ଅର୍ଥନୈତି ପ୍ରୟାସକୁ ସମର୍ଥନ କରିଛନ୍ତି । ଇତିମଧ୍ୟରେ ଭାରତରେ କରୋନା ସଂକ୍ରମିତଙ୍କ ୪୪ ଲକ୍ଷ ଅତିକ୍ରମ କରିଛି ।
ମିଳିତ ଜାତିସଂଘର ମହାସଚିବଙ୍କ ପ୍ରବକ୍ତା ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି, ଯେ ଭାରତରେ ମିଳିତ ଜାତିସଂଘର ଟିମର ନେତୃତ୍ୱ ନେଉଛନ୍ତି ଅ ।ବାସିକ ସଂଯୋଜକ ରେନାଟା ଡେସାଲିୟନଛ \”ହୁ\’, ୟୁନିସେଫ, ୟୁଏନଡିପି ଏବଂ ଅ ।ଇଏଲଓ \”ସରକାରଙ୍କ ନେତୃôବରେ ବିଶ୍ୱ ମହାମାରୀର ମୁକାବିଲା ପାଇଁ ସ୍୍ୱାସ୍ଥ୍ୟ ଏବଂ ସାମାଜିକ-ଅର୍ଥନୈତିକ ପଦକ୍ଷେପକୁ\’ ସମର୍ଥନ କରିବାକୁ ଅ ।ଗେଇ ଅ ।ସିଥିଲେ ହେଁ ଏପର୍ଯ୍ୟନ୍ତ ୪୪ ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଅ ।ସିଛି ।
ବିଶ୍ୱ ସ୍ୱ୍ୱାସ୍ଥ୍ୟ ସଂଗଠନ-\”ହୁ\’ ୮୦ ଲକ୍ଷ ମାମଲାର ଟ୍ରାକିଂ କରିବାରେ ସାହାଯ୍ୟ କରିଥିବାବେଳେ ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ୍) ୨୨ ଲକ୍ଷ ସ୍ୱ୍ୱାସ୍ଥ୍ୟ କର୍ମୀଙ୍କୁ ସଂକ୍ରମଣରୁ ସୁରକ୍ଷା ଏବଂ ନିୟନ୍ତ୍ରଣ ତଥା ଜୀବନ ରକ୍ଷାକାରୀ ସୂଚନା ସହିତ ପ୍ରଶିକ୍ଷଣ ଦେଇଛି ଓ ସେମାନେ ୬୫ କୋଟି ପିଲା ଏବଂ ପରିବାରରେ ପହଞ୍ଚିଛନ୍ତି ।
ମିଳିତ ଜାତିସଂଘ ଟିମ୍ ବ୍ୟକ୍ତିଗତ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦେଇଛିଛ ଦୁଜାରିକ କହିଛନ୍ତି ଯେ ସବୁଠାରୁ ଅସୁରକ୍ଷିତ ଲୋକଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟରେ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଏକ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ତଥା ସୁରକ୍ଷା କିଟ୍ ଏବଂ ୪ ହଜାର ଟନ୍ ରାସନ ଏକ ଲକ୍ଷ ସଫେଇ କର୍ମଚାରୀଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିଛି ।
ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (ଗ୍ଧକ୍ତଏ୍କଅ) ୫,୩୦୦ ସଫେଇ କର୍ମଚାରୀଙ୍କୁ ନିରାପଦ ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରସଙ୍ଗରେ ତାଲିମ ଦେଇଛି । ଏହା ମଧ୍ୟ ଲକଡାଉନ୍ ସମୟରେ ଅସୁବିଧାରେ ଥିବା ମହିଳାମାନଙ୍କ ପାଇଁ ଏକ ହେଲ୍ପଲାଇନ ଡିରେକ୍ଟୋରୀ ବିକାଶ କରିବାରେ ସାହାଯ୍ୟ କରୁଛି ଏବଂ ପ୍ରଜନନ ଏବଂ ସେବା ଉପରେ ନିର୍ଦ୍ଦେଶାବଳୀକୁ ସମର୍ଥନ କରିଛି ।
