କରୋନା ଆକ୍ରାନ୍ତ ସଂଖ୍ୟା ୧୯ରେ ପହଞ୍ôଚଲା
ଣ୍ଡାରିପୋଖରୀ, (ପ୍ରବାହ ନ୍ୟୁଜ୍): ଭଣ୍ଡାରିପୋଖରୀ ବ୍ଲକରେ ଶନିିବାର ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିର୍ଗୁଣ୍ଡି ପଞ୍ଚାୟତ ଅନନ୍ତପୁର ଗ୍ରାମର ୨୭ ବର୍ଷୀୟ ମହିଳା ଦିଲ୍ଲୀରୁ ଫେରି ଭଣ୍ଡାରିପୋଖରୀ କଲେଜ କେନ୍ଦ୍ରରେ ପଞ୍ଜିକରଣ କରିଥିଲେ । ତାଙ୍କୁ ମହୁରାସ୍ଥିତ ପଞ୍ଚାୟତ ଅସ୍ଥାୟୀ ମେଡିକାଲ କେନ୍ଦ୍ରରେ ସଙ୍ଗରୋଧରେ ରଖାଯାଇଥିଲା । ତାଙ୍କର ଲକ୍ଷଣ ପ୍ରକାଶ ପାଇଥିଲା । ଗତ ୭ ତାରିଖରେ ତାଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ୧୨ ତାରିଖରେ ପଜିଟିଭ ରିପୋର୍ଟ ଆସିବାରୁ ସାଳନ୍ଦୀ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ସେହିପରି ନେରଡା ପଞ୍ଚାୟତ ପୁରିପଡା ଗ୍ରାମର ମହାରାଷ୍ଟ୍ର ଫେରନ୍ତା ୨୨ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ସେ ୨୫ ତାରିଖରେ ଫେରିଥିଲେ । ତାଙ୍କର ସ୍ୱାସ୍ଥ୍ୟଗତ ଅନ୍ୟ ସମସ୍ୟା ଦେଖାଦେବାରୁ ପଥମେ ଭଣ୍ଡାରିପୋଖରୀ ଓ ପରେ ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଭଦ୍ରକରେ ଚିକିତ୍ସିତ ହେଉଥିôବା ବେଳେ ଗତ ୫ ତାରିଖରେ ସ୍ୱାବ ସଂଗ୍ରହ କରାଯାଇଥିଲା । ଆଜି ପଜିଟିଭ ରିପୋର୍ଟ ଆସିଛି । ଆକ୍ରାନ୍ତ ସାଳନ୍ଦୀ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଛନ୍ତି । ମେଡିକାଲ ପକ୍ଷରୁ ସଂପୃକ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ଏଥିସହ ଭଣ୍ଡାରିପୋଖରୀ ବ୍ଲକ କରୋନା ସଂକ୍ରମଣ ସଂଖ୍ୟା ୧୯ରେ ପହଞ୍ଚଛି ।
