କବିତା-
ରାକେଶ ପଣ୍ଡା
“କବିତା” ମୋ’ ପାଇଁ ଏକ ସୁନ୍ଦର ନାରୀ ଟିଏ,
ମନ ମାନସରେ ପ୍ରତିଫଳିତ
ଉଜ୍ଵଳ ପ୍ରତିବିମ୍ବ ଟିଏ..॥
ସୁସଜ୍ଜିତ ଭାଷାର ଅଳଙ୍କାର
ତାକୁ ଦେବି ପିନ୍ଧେଇ,
ମୋ’ ଜୀବନ ଅନୁଭୂତିରେ
ଯିବ ସେଆଭୂଷିତ ହୋଇ॥
ଅନୁଭବ ଟିପା ତା’ ମଥାରେ ଦେବି ଲଗେଇ,
ଶବଦର ସ୍ୱର,ବ୍ୟଞ୍ଜନ
ତା’ ପାଦେ ଶୁଭୁଥିବରୁଣୁଝୁଣୁ ହୋଇ॥
ତା’ ହାତ ଧରି ଧୀରେ ଧୀରେ
ନେଇ ରଖିବି ମୋ’ ହୃଦୟ ଘରେ,
ଦେଖୁଥିବି ତା’ ମୁହଁ ଓଢଣୀ ତଳେ
ଅନ୍ତଃ ଆଇନାରେ॥
ଦେଖି ତା’ ହସ ହସ କଅଁଳ ମୁହଁ
ଭୁଲିଯିବି ଜୀବନର ସବୁ କଷ୍ଟ,ଦୁଃଖ,
ଯା’ପାଖେ ମୁଁ କରିଛି ଅନୁଭବ
ଜୀବନର ଖୁସି ବାସ୍ତବ॥
ତା’ କୋଳେ କରି ନିଜ ଭାବନାକୁ ଲୀନ
ଭୁଲିଯିବାକୁ ଚାହେଁ ଦୁନିଆଁକୁ କିଛି କ୍ଷଣ॥
ସେ କ୍ଷଣଟେ ବଞ୍ଚିବାକୁ ଚାହେଁ କେବଳ ନିଜ ପାଇଁ,
ଯେଥିରେ ବୃତ୍ତି, ପରିବାର, ସାମାଜିକ ଦାୟିତ୍ଵ
କିଛି ରହିବ ନାହିଁ॥
ତା’ ଭାବନାରେ ମୋ’ ମନ ଗହନେ,
ଫୁଟେ ପ୍ରେମ ଫୁଲ କଢି,
ଲେଖି ଚାଲୁଛି, ଚାଲୁଥିବି ଜୀବନ ସାରା
ଏମିତି ଅନେକ ଅବୁଝା ଧାଡି॥
ଞ୍ଚଞ୍ଚଞ୍ଚ
ବନ୍ଦାଳୋ, ଟାଙ୍ଗୀ, କଟକ-୭୫୪୦୨୨
ମୋ: ୯୩୩୭୮୯୭୬୫୦
