ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ଜଷ୍ଟିସ୍ ସାବିତ୍ରୀ ରଥଙ୍କ ଶପଥ
କଟକ, (ନି.ପ୍ର) : ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ଗୁରୁବାର ଜଷ୍ଟିସ୍ ସାବିତ୍ରୀ ରଥ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟର ପୁରୁଣା କନ୍ଫରେନ୍ସ ହଲରେ ନିରାଡ଼ମ୍ବର ଭାବେ ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ ସାବିତ୍ରୀ ରଥଙ୍କୁ ବିଚାରପତି ଭାବେ ଶପଥପାଠ କରାଇଥିଲେ । ମୁଖ୍ୟ ବିଚାରପତିଙ୍କୁ ମିଶାଇ ହାଇକୋର୍ଟରେ ଏବେ ମୋଟ ବିଚାରପତିଙ୍କ ସଂଖ୍ୟା ୧୬ରେ ପହଁଚିଛି । ଅ ।ଜି କରୋନା କଟକଣା ଯୋଗୁଁ ଜଷ୍ଟିସ ସାବିତ୍ରୀ ରଥଙ୍କ ଶପଥ ଗ୍ରହଣ ଉତ୍ସବ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା । ପ୍ରକାଶଥାଉକି ସୁପ୍ରିମ୍କୋର୍ଟ କଲେଜିୟମ୍ ପକ୍ଷରୁ ଗତ ଜାନୁଅ ।ରୀ ୨୩ ତାରିଖରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଅ ।ଇନଜୀବୀ ସାବିତ୍ରୀ ରଥଙ୍କ ନାମକୁ ସୁପାରିଶ୍ କରାଯାଇଥିଲା । ସାବିତ୍ରୀ ରଥ ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ହାଇକୋର୍ଟର ସର୍ବପ୍ରଥମ ମହିଳା ବିଚାରପତି ଭାବେ ଜଷ୍ଟିସ୍ ଅମୀୟା କୁମାରୀ ପାଢୀ ନିଯୁକ୍ତି ପାଇଥିଲେ । ସେ ୧୯୮୮ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ପରେ ଦ୍ୱିତୀୟ ମହିଳା ବିଚାରପତି ଭାବେ କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଜଜ୍ ଭାବେ ନିଯୁକ୍ତି ପାଇଥିଲେ । ସେ ଏବେ ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ଅତିରିକ୍ତ ସରକାରୀ ଅ ।ଇନଜୀବୀ ଭାବେ କାର୍ଯ୍ୟ କରୁଥିବା ସାବିତ୍ରୀ ରଥ ହେଉଛନ୍ତି ଓଡିଶାର ପୂର୍ବତନ ପୁଲିସ୍ ଡିଜି ପ୍ରଫୁଲ୍ଲ ରଥଙ୍କ ଝିଅ । କଟକରେ ତାଙ୍କ ବିଦ୍ୟାଳୟ ଶିକ୍ଷା ଶେଷ ହେବା ପରେ ଦିଲ୍ଲୀ ଅ ।ଇନ ବିଶ୍ୱବିଦ୍ୟାଳୟରେ ସେ ଅ ।ଇନ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ଓଡିଶା ହାଇକୋର୍ଟର ଅ ।ଇନଜୀବୀ ଭାବେ ନିଜର ବୃତିଗତ ଜୀବନ ଅ ।ରମ୍ଭ କରିଥିଲେ । ହାଇକୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରିଥିବା ସାବିତ୍ରୀ ରଥ ବିଚାରପତି ଭାବେ ନିଯୁକ୍ତି ପାଇବା ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୬ରେ ପହଁଚିଛି ।
