ଋଣକିସ୍ତି ଆଦାୟ ବନ୍ଦ କରିବାକୁ ପ୍ରଗତିଶୀଳ ମହିଳାମଞ୍ଚର ଦାବି
ଭଦ୍ରକ, (ପ୍ରବାହ ନ୍ୟୁଜ୍): ଘରୋଇ ପୁଞ୍ଜି ଲଗାଣକାରୀ ସଂସ୍ଥାମାନେ ବର୍ଷବର୍ଷ ଧରି ଗ୍ରାମୀଣ ମହିଳାମାନଙ୍କୁ ଟଙ୍କା ଋଣ ଦେଇ କିସ୍ତି ଆଦା କରିଆସୁଥିଲେ । ତେବେ କରୋନା ମହାମାରୀ ଆତଙ୍କ ସମଗ୍ର ଦେଶକୁ ଛାରଖାର କରିଥିବା ବେଳେ ସାରା ଦେଶ ଲକଡାଉନ ହୋଇଛି । ଏହି ସମୟରେ ଦୋକାନ ବଜାର, ଗାଡି ମଟର, ବେପାର ବାଣିଜ୍ୟ, ମୂଲ ମଜୁରୀ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି । ପ୍ରତ୍ୟେକ ପରିବାର ଚଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଡାଲି ଚାଉଳ ଦେଇ ବଞ୍ଚାଇ ରଖିଛି । ଆର୍ôଥକ ଅନଟନରେ ପରିବାର ପିଲାଛୁଆ ନେଇ ଗଣ୍ଡେ ଖାଇ ଦଣ୍ଡେ ଜିଇଁବା ନୀତିରେ ସମୟ ଅତିବାହିତ କରୁଥିବା ପରିବାରକୁ ଅର୍ଥ ଲଗାଣକାରୀ ସଂସ୍ଥାମାନେ ସେମାନଙ୍କ କିସ୍ତି ଆଦାୟରେ ଜୁଲୁମ କରୁଛନ୍ତି । ଫୋନ କରି ଧମକ ଦେଉଛନ୍ତି । ଦିନଦିନ ଧରି ଘର ଦୁଆର ମୁହଁରେ ପଇସା ନେବା ପାଇଁ ସଂସ୍ଥାର ଲୋକମାନେ ବସି ରହୁଛନ୍ତି । ଟଙ୍କା ନ ଦେଲେ ଚକ୍ରବୃଦ୍ଧି ହାରରେ ସୁଧ ଲାଗିବ ବୋଲି ଲୋକମାନଙ୍କୁ ମାନସିକ ଯନ୍ତ୍ରଣା ଦେଉଛନ୍ତି । କାମଧନ୍ଦା ନଥିବା ବେଳେ କେଉଁଠୁ ଆଣି ଅର୍ଥ ପଇଠ କରାଯିବ ସେ ନେଇ ପରିବାର ଚିନ୍ତାରେ ବୁଡି ରହୁଛନ୍ତି । ଏପରିକି ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି । ଏ ସବୁରୁ ମୁକ୍ତି ପାଇ ବା ପାଇଁ ଲୋକଙ୍କ ଆର୍ôଥକ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଋଣକିସ୍ତି ଆଦାୟ ବନ୍ଦ କରିବାକୁ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାଙ୍କୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେବା ନିମନ୍ତେ ଆଜି ମହିଳାମାନେ ଅନୁରୋଧ କରିଛନ୍ତି । ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଂଗ ଅଞ୍ଚଳର ମହିଳାମାନେ ଆଟୁ ଗ୍ରାମ ସ୍ଥିତି ପ୍ରଗତିଶୀଳ ମହିଳାମଞ୍ଚ ଆନୁକୂଲ୍ୟରେ ପୁଷ୍ପା ଯେନା, ପୂର୍ଣ୍ଣିମା ଯେନା, କେତକୀ ଯେନାଙ୍କ ନେତୃତ୍ୱରେ ଅଂଜୁଲତା ଯେନା, ମମତା ଯେନା, ସତ୍ୟଭାମା ନାଥ, ସାବିତ୍ରୀ ବେହେରା, ଜାନକୀ ନାୟକ, ପ୍ରତିମା ନାଥ, ହେମଲତା ଯେନା ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
