ଉଠା ଜଳସେଚନ ପ୍ରକଳ୍ପ ନାଁରେ ସାଢେ ୧୨ଲକ୍ଷ ଚଳୁ ମସୁଧା
ନୟାଗଡ଼଼, (ପ୍ରବାହ ନ୍ୟୁଜ୍): ବାଟବଣା ଯୋଜନାରେ, ବିକାଶ ଏଠି ସ୍ୱପ୍ନ । ପାଣି ପଞ୍ଚାୟତ ନାଁରେ ହରିଲୁଟ୍ ହେଉଛି ସରକାରୀ ଅର୍ଥ । ଅଧାବିଧା କାମରେ ପଡିରହୁଛି ପ୍ରକଳ୍ପର ସଂପୂର୍ଣ୍ଣିକରଣ । ଯେଉଁ ଉଦ୍ଦେଶ୍ୟ ସରକାର ସାହାର୍ଯ୍ୟ ସହଯୋଗର ହାତ ବଢାଉଛନ୍ତି କିନ୍ତୁ ଏଠାରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ଧରି ତାହାର ଓଲଟା କାମ କରୁଛନ୍ତି । ସରକାର କୃଷିମାନଙ୍କୁ ପ୍ରଧାନ୍ୟ ଦେଇ ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାରର ପ୍ରକଳ୍ପ କରି କୃଷି ଓ କୃଷକ ମାନଙ୍କୁ ସହଯୋଗର ହାତ ବଢାଇ କର୍ମଯିବୀ କରିବା ପାଇଁ ଆପ୍ରାଣ ଚେଷ୍ଟା କରି କୋଟି କୋଟି ଟଙ୍କାର ଅର୍ଥିକ ମଞ୍ଜୁରୀ ପ୍ରଦାନ କରୁଥିବା ବେଳେ ଏହି ଠିକଦାର ଓ ଯନ୍ତ୍ରୀ ମଧୁଚନ୍ଦ୍ରିକା ଯୋଗୁଁ ପ୍ରକଳ୍ପ ଅଧାବିଧାରେ ପଡି ରହିଥିବା ଦେଖିବାକୁ ମିଳିଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା ପଞ୍ଚାୟତ ଉଦୟପୁର ଠାରେ ବିଜୁ କୃଷକ ବିକାଶ ଯୋଜନାରେ ନିର୍ମାଣ ହୋଇଥିବା ଉଠା ଜଳସେଚନ ପ୍ରକଳ୍ପ ଓ ବିଦ୍ୟୁତି କରଣ କରିବା ପାଇଁ ଏକ ଭେଳିକିରେ ପରିଣତ ହୋଇଛି । ପ୍ରକଳ୍ପ ନାଁରେ ଆସିଥିବା ସାଢେ୧୨ଲକ୍ଷ ଟଙ୍କା ଠିକାଦାର ଚଳୁ କରି ନେଇଥିବା ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି । ଏଠାରେ କେବଳ ଟ୍ରାନ୍ସଫର୍ମରକୁ ଛାଡି ଦେଲେ ଅନ୍ୟ କୈାଣସି କାମ ହୋଇନଥିବା ବେଳେ ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ବିଶେଷ ସୁତ୍ରରୁ ପ୍ରକାଶ ଯେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଉଦୟପୁର ଗ୍ରାମର ମା’ ଡେଙ୍ଗେଇ ମଙ୍ଗେଇ ପାଣି ପଞ୍ଚାୟତ ପକ୍ଷରୁ ଏକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କାର୍ଯ୍ୟକାରୀ ହେଲା । ଏହି ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳର ଶହଶହ ଚାଷୀ ଉପକୃତ ହୋଇପାରିବେ । ଏବଂ ଖରିଫ ଋତୁରେ ୨୦ହେକ୍ଟର ଚାଷ ଜମିକୁ ଚାଷୀମାନେ ଜମିରେ ପାଣି ମଡାଇ ବିଭିନ୍ନ ଫସଲ ଅମଳ କରି ରୋଜଗାର କ୍ଷମ ହେବା ଉଦ୍ଦେଶ୍ୟରେ ନୟାଗଡ଼ ଜଳସେଚନ ବିଭାଗ ପକ୍ଷରୁ ୨୦୧୮ମସିହାରେ ବିଜୁ କୃଷକ ବିକାଶ ଯୋଜନାରେ ନାବାର୍ଡ ତରଫରୁ ସାଢେ୧୨ଲକ୍ଷ ଟଙ୍କାର ଅର୍ଥ ବ୍ୟୟବରାଦ କରାଯାଇଥିଲା । ତେବେ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟ କରିବା ପାଇଁ ଟେଣ୍ଡର ଜରିଆରେ ଓଡଗାଁ ଅସୁରଢିପା ଗ୍ରାମର ପ୍ରଫୁଲ କୁମାର ପ୍ରଧାନଙ୍କୁ ଦାୟୀତ୍ୱ ଦିଆଗଲା । ଏବଂ ନୂତନ ଉଠାଜଳ ସେଚନ ପ୍ରକଳ୍ପଟିକୁ ଠିକାଦାର ଜଣକ ୨୦୧୮ ମାର୍ଚ୍ଚ ୧୮ତାରିଖରୁ ପ୍ରକଳ୍ପର କାମ ଆରମ୍ଭ କରି ୨୦୧୮ ମେ ୧୭ତାରିଖରେ ଉକ୍ତ ପ୍ରକଳ୍ପଟି ସଂପୂର୍ଣ୍ଣ ଶେଷ କରିବା ପାଇଁ ଫଳକରେ ଉଲ୍ଲେଖ ରହିଛି । ତେବେ ଠିକାଦାର କାମ କରିବା ପାଇଁ ଉଦୟପୁର ଅଞ୍ଚଳ ଦେଇ ଯାଇଥିବା ଡାହୁକା ନଦୀ ଭତରେ ଏକ କୂଅ ଖୋଲି ସେଥିରେ ନନ୍ଦ ପକାଇଥିବା ବେଳେ ଉଠା ଜଳସେଚନ ପାଇଁ ଆବଶ୍ୟକୀୟ ହେଉଥିବା ପାଣିମଟର ପାଇଁ ଏକ ପିଣ୍ଢି ନିର୍ମାଣ କରାଯାଇଛି ଏବଂ ଉକ୍ତ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ହେଉଥିବା ବିଦ୍ୟୁତ୍, ଏକ ଟ୍ରାନ୍ସଫର୍ମର ବସାଇ ସେତିକିରେ କାମ ସାରି ଦେଇଥିବା ଦେଖିବାକୁ ମିଳିଛି । ନିୟମ ଅନୁଯାୟୀ ପାଣି ମଟର ମାଧ୍ୟମରେ ନଦୀରୁ ପାଣି ଆସିବାକୁ ଏକ କୁଣ୍ଡ ପ୍ରସ୍ତୁତ କରିବା ସହିତ ଚାଷ ଜମିକୁ ପାଣି ଯିବାକୁ ଡ୍ରେନେଜର ବ୍ୟବସ୍ଥା କରିବା କଥା କିନ୍ତୁ ଏଠାରେ କୈାଣସି କାମ ବ୍ୟବସ୍ଥା କରାଯାଇନଥିବା ଦେଖିବାକୁ ମିଳିଛି । ତେବେ ଜଳସେଚନ ବିଭାଗ ପକ୍ଷରୁ ସାଢେ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତାହା କାହା ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଷ୍ଠଳୂ କରାଯାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏଭଳି ଦୁର୍ନୀତି ପଛରେ କେବଳ ଠିକାଦାର ସାମିଲ୍ ଅଛି ତାହା ନୁହେଁ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ସାମିଲ୍ ଥିବା କୁହାଯାଉଛି । ତେବେ ୨୦ହେକ୍ଟର ଚାଷ ଜମି ପାଇଁ ପାଖାପାଖି ଶହେରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଲକ୍ଷ୍ୟ ରଖି ଉଠା ଜଳସେଚନ କରାଯାଇଥିଲେ ମଧ୍ୟ ଗୋଟିଏ ଏକର ଜମିକୁ ଜଳ ସେଚନ କରାଯାଉନାହିଁ । ତେବେ ସରକାର ଚାଷୀଙ୍କ ପାଇଁ ଏକ ଭେଳିକି ଯୋଜନା କରିଛନ୍ତି ବୋଲି କୁହାଯାଉଛି ।
ଠିକାଦାର କାମ ଶେଷ କରିବାର ଅଢେଇ ବର୍ଷ ବିତିବାକୁ ବସିଲାଣି କିନ୍ତୁ ଚାଷ ଜମିକୁ ପାଣି ମାଡ଼ିବାର ନାଁ ଗନ୍ଧ ନାହିଁ । ମଟର ତ ଲାଗିନି ପାଣି କେମିତି ମାଡବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ପ୍ରକଳ୍ପର କାମ ସଂପୂର୍ଣ୍ଣ ହୋଇନଥିବା ବେଳେ ବିଭାଗୀୟ ଅଧିକାରୀ କିମ୍ବା ଯନ୍ତ୍ରୀ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ଦର୍ଶାଇ କେମିତି ସଂପୂର୍ଣ୍ଣ ବିଲ୍ କରିଛନ୍ତି ବୋଲି ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ତେବେ ଏଠାରେ ଠିକାଦାର ଓ ଯନ୍ତ୍ରୀଙ୍କ ପକେଟ୍ ଗରମ ଯୋଗୁଁ ଶହଶହ ଚାଷୀ ବଳି ପଡିଥିବାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏବଂ ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ଉପହାସ କରୁଛନ୍ତି । ଏହି ଘଟଣାରେ ଉଠା ଜଳସେଚନ ବିଭାଗର ଅତିରିକ୍ତ ନିର୍ବାହୀଯନ୍ତ୍ରୀ ନିରଜଂନ ଦାଶଙ୍କୁ ପଚାରିବାରୁ, ଉକ୍ତ ପ୍ରକଳ୍ପ କାର୍ଯ୍ୟ ଠିକାଦାର ମାଧ୍ୟମରେ କରି ପାଣି ପଞ୍ଚାୟତକୁ ଏହାର ରକ୍ଷଣା ବେକ୍ଷଣା ଦାୟୀତ୍ୱ ଦିଆଯାଇଛି । ତେବେ ସେମାନେ ବିଦ୍ୟୁତ୍ ବିଲ୍ ଦେବା ସହିତ ଉକ୍ତ ଜମି ଗୁଡିକୁ ଜଳ ଆବଶ୍ୟକ ହେଲେ ସେଠାରେ ପାଣି ପମ୍ପ ଲଗାଇ ଜଳ ସେଚନର ସୁବିଧା କରିଥାନ୍ତି ଏବଂ ସରିଗଲା ପରେ ଉକ୍ତ ମଟରକୁ ଖୋଲି ଘରକୁ ଆଣନ୍ତି ହେରୀ ବୋଲି ସଫେଇ ଦେଇଛନ୍ତି । ଯଦି କେହି ଏହି ପ୍ରକଳ୍ପକୁ ପରିଦର୍ଶନ କରିବାକୁ ଯିବ ତାହା ହେଲେ ଜଣା ପଡିବ କେବେ ଠାରୁ ପ୍ରକଳ୍ପଟି କାର୍ଯ୍ୟକାରୀ ହେଉଛି । ତେଣୁ ଏଥିପ୍ରତି ବିଭାଗୀୟ ଯନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

