ଅନାହାରରେ ଜୀବନ ଯିବା ପ୍ରସଙ୍ଗ ! କାରଣ ଖୋଜୁଛି ସ୍ୱତନ୍ତ୍ର ଟିମ୍

0
IMG20200628104738

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ପେଟକୁ ଦାନା ମୁଠେ ନପାଇ ପାହାଡ଼ ପର୍ବତ ବୁଲି ବୁଲି ରୋଜଗାର ଅନେଶ୍ୱଣ କରି ଶେଷରେ ଅନାହାରରେ ୪୬ବର୍ଷିଆ ମହିଳା ଦୁଖୀର ଚାଲିଗଲା ଜୀବନ । ପାରିପାଶ୍ୱିର୍କ ତଥ୍ୟରୁ ଜଣାପଡୁଛି, ଦୁଖୀ ପେଟକୁ ମୁଠେ ଦାନା ଯୋଗାଡ଼ କରିବା ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା ହେବାପରେ ଜୀବନ ଚାଲିଗଲା । କିନ୍ତୁ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ୍ ପ୍ରଶାସନ ଦୁଖୀ ମୃତ୍ୟୁ ଘଟଣାର କାରଣ ନଖୋଜି ଅନାହାର ମୃତ୍ୟୁକୁ ସଂପୂର୍ଣ୍ଣ ଭାବେ ଏଡାଇ ଦେଉଛି ବ୍ଲକ୍ ପ୍ରଶାସନ ବୋଲି ସ୍ଥାନୀୟ ଜନସଧାରଣ କହିଛନ୍ତି । ତେବେ ଦୁଖୀର ଅନାହାରରେ ଜୀବନ ଚାଲିଗଲା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ଭୁବନେଶ୍ୱରର ଏକ ସ୍ୱତନ୍ତ୍ର ଟିମ୍ ଦୁଖୀଙ୍କ ଜନ୍ମ ମାଟିକୁ ଆସି ଦୁଖୀ ମୃତ୍ୟୁର ପାରିପାଶ୍ୱିର୍କ କରାଣ ବିଷୟରେ ସାହି ପଡିଶା, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବ୍ଲକ୍ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରି ମୃତ୍ୟୁ ଘଟଣାର ତଥ୍ୟ ସଂଗ୍ରହ କରିଛନ୍ତି । କିନ୍ତୁ ତଥ୍ୟ ସଂଗ୍ରହ ସମୟରେ ପଞ୍ଚାୟତ ନିର୍ବାହୀ ଅଧରକାରୀଙ୍କୁ ସ୍ୱତନ୍ତ୍ର ଟିମ୍‌ର ଜଣେ ସଦସ୍ୟ ଦୁଖୀ ମୃତ୍ୟୁର କାରଣ ଏବଂ ସରକାରଙ୍କ ତରଫରୁ କଣ କଣ ସହଯୋଗ ହୋଇ ପାରିଥାନ୍ତା ବିଷୟରେ ପାଚାରିଲା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଣକୁ ଦୁଖୀ ବିଷୟରେ ନକହି ଚତୁରତାର ସହିତ ଦୁଖୀର ଅନାହାର ମୃତ୍ୟୁକୁ ଏଡାଇ ଦେଇ ବିଭିନ୍ନ ଅନ୍ୟାବଶ୍ୟକୀୟ ତଥ୍ୟ ପ୍ରକାଶ କରୁଥିଲେ । ଚତୁରତାର ସହ ପ୍ରସଙ୍ଗକୁ ଏଡ଼ାଇ ଦେଉଥିଲେ ନିର୍ବାହୀ ଅଧିକାରୀ । ଉକ୍ତ ପଞ୍ଚୟତ ନିର୍ବାହୀ ଅଧିକାରୀ । ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ ଅଧିନରେ କାଳିଆମ୍ବା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଖରେ ସରକାରୀ ଯୋଜନା ଆଜି ସୁଦ୍ଧା ଅପହଞ୍ଚ ହୋଇ ରହିଛି । ଲୋକମାନେ ସରକାରୀ ସୁବିଧା ସୁଯୋଗ ନ ପାଇ ଅତି ଦୟନୀୟ ଅବସ୍ଥାରେ ଜୀବନ ଜୀବିକା ନିର୍ବାହ କରୁଛନ୍ତି । ଯାହାର କରୁଣ ପରିଣତି ଦେଖିବାକୁ ମିଳିଛି । ଗତ ୧୫ବର୍ଷ ତଳେ କାଳିଆମ୍ବା ଗ୍ରାମର ଲୋକନାଥ ଯାନୀଙ୍କ ଝିଅ ଦୁଖୀ ଯାନି (୪୬)ଙ୍କୁ ୧୪ବର୍ଷ ବୟସରେ ପାଖ ଗ୍ରାମ ନେଳିସାହିରେ ବିବାହ କରିଥିଲେ । ଦୁଖୀ ବିବାହ କରିବା ପରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କର ଦେହ ଅସୁସ୍ଥ ରହିବା ପରେ ତାଙ୍କର କେହି ଶାଶୁଘର ଲୋକ ଦେଖାଶୁଣା କରିନଥିଲେ । ତେଣୁ ସ୍ୱାମୀଙ୍କ ଉପରେ ଆଶା ତୁଟାଇ ଦୁଖୀ ସ୍ୱାମୀଙ୍କୁ ଛାଡି ଝାନସୀ ଚାଲି ଯାଇଥିଲେ । ଝାନସୀରେ ସାଢେ ୩ବର୍ଷ ରହିବା ପରେ ଦୁଖୀ ନିର୍ଯାତନାର ଶିକାର ହୋଇ ଗାଁକୁ ଫେରି ଆସିଲେ । ସେବେଠାରୁ ଦୁଖୀ କାଳିଆମ୍ବା ଗ୍ରାମରେ ରହି ଆସୁଥିଲେ । ତେବେ ଗାଁରେ ତାଙ୍କର ସଂପର୍କିୟ ବୋଲି କେହି ଜଣେ ହେଲେ ନଥିଲେ । ଦୁଖୀଙ୍କର ପୁଅ ଝିଅ ନଥିବା ବେଳେ ବାପା, ମାଆ ଏବଂ ଭାଇ ସବୁ ରୋଗାଗ୍ରସ୍ତ ହୋଇ ଆରପାରିକୁ ଚାଲି ଯାଇଥିଲେ । ସେହି ଟିକିଏ ଭିଟାମାଟି ଜାଗାରେ ଚାଳଘର ଖଣ୍ଡିଏ କରି ଦୁଖୀ ରହୁଥିଲେ । ତେବେ ଚାଳଘରଟି ଭାଙ୍ଗି ଯିବାରୁ ୨୦୧୮/୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ପକ୍କା ଘର କରିଥିଲେ । ସରକାରଙ୍କ ସହାୟତାରେ ଘର କରିଦେଲେ ସତ କିନ୍ତୁ ପେଟକୁ ମଠାଏ ଦାନା ନମିଳିବାରୁ ଆ ଦୁଆର ତା ଦୁଆର ବୁଲି ବୁଲି ମାଗିଯାଚି ପେଟକୁ ମୁଠାଏ ଦାନା ସଂଗ୍ରହ କରୁଥିଲେ । ତେବେ କେଉଁ ଦିନ ମିଳୁଥିଲା ତ ଆଉ କେଉଁ ଦିନ ମିଳୁନଥିଲା । ଏମିତି ଭୋକ ଉପାସରେ ମଧ୍ୟ ରହିଛନ୍ତି । ଦିନକୁ ଦିନ ଦୁଖୀଙ୍କ ପକ୍ଷେ ଚଳିବା କଷ୍ଟକର ହେବାରୁ ସେ ସରକାରୀ ସାହାଯ୍ୟ ମାଧ୍ୟମରେ ଖାଦ୍ୟ ମୁଠାଏ ପାଇବାକୁ ସମସ୍ତଙ୍କୁ ଗୁହାରି କରିଥିଲେ । ଗାଁରେ ଆସି ୮, ୧୦ବର୍ଷ ରହିବା ଭିତରେ ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କୁ ସାମିଲ୍ କରାଯାଇନଥିଲା । ଶେଷରେ ଦୁଖୀ ବାଧ୍ୟ ହୋଇ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଉଥିଲେ । ଜଙ୍ଗଲରୁ ପାଣିଆଳୁ, କଡବ, ମହୁଲ, ଦାନ୍ତକାଠି, କେନ୍ଦୁପତ୍ର ଆଦି ସଂଗ୍ରହ କରି ବାହାରେ ଆଣି ବିକ୍ରୀ କରିବା ସହିତ କେତେବେଳେ କେମିତି ଶାଳ ପତ୍ର ସଂଗ୍ରହ କରି ଖଲି । ସେଥିରୁ ଯାହା ଦିପଇସା ମିଳେ ସେଥିରେ କଷ୍ଟେ ମଷ୍ଟେ ଚଳି ଯାଉଥିଲେ । କିନ୍ତୁ ଗତମାସ ୨୨ତାରିଖରୁ ପେଟକୁ ମୁଠାଏ ଦାନା ନପାଇ ଉପାସରେ ଥିଲେ । ତେବେ ୨୬ତାରିଖ ଦିନ ଜଙ୍ଗଲକୁ ଖାଦ୍ୟ ଅନେଶ୍ୱଣରେ ଯାଇଥିଲେ କିନ୍ତୁ ଜଙ୍ଗଲରେ ଅନାହାର ଦୁର୍ବଳ ଶରୀର କ୍ଷୀଣ ହେବାରୁ ଜଙ୍ଗଲରେ ଖସି ପଡିଥିଲେ । ଏବଂ ଘଟଣା ସ୍ଥଳରେ ମଧ୍ୟ ମୃତ୍ୟୁ ହୋଇଯାଇଥିଲା ।

ଦୁଖୀର ମୃତ୍ୟୁ ପରେ ମଧ୍ୟ ଆହାଃ କରିବାକୁ କେହି ନଥିଲେ । ତେଣୁ ବାଧ୍ୟ ହୋଇ ଗ୍ରାମର କିଛି ଲୋକ ଦୁଖୀଙ୍କ ମୃତ ଶରୀରକୁ ପୋଡିବା ବଦଳରେ ଜଙ୍ଗଲରେ ପୋତି ଦେଇଥିଲେ । ତେବେ ଏହି ଘଟଣା ଗଣମାଧ୍ୟମରେ ଅନାହାରରେ ଜୀବନ ଚାଲିଗଲା ପ୍ରକାଶ ପାଇବାରୁ, ନୂଆଗାଁ ବ୍ଲକ୍ ଅଧିକାରୀ ପ୍ରମୋଦ ଦଳବେହେରା ୨୦୨୦ ଜୁନ୍ ୨୯ତାରିଖ ଦିନ ଚିଠି ନଂ ୧୨୬୫ରେ ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କୁ ଆଗୁଆ ତତ୍‌ପରତା ଦେଖାଇ ଦର୍ଶାଇଥିଲେ ଯେ, ଦୁଖୀ ଯାନୀଙ୍କର ରାସନ କାର୍ଡ ଅଛି ଯାହାର ନଂ ହେଉଛି ୨୪୦୬୦୯୧୦୭୯୮ । ତେବେ ଉକ୍ତ ମହିଳା ଜଣକୁ ତିନିମାସର ଚାଉଳ ଏବଂ ୧୦୦୦ଟଙ୍କା ଦିଆଯାଇଛି । ତେବେ କାର୍ଡ କେବେ ହୋଇଥିଲା ଗଣମାଧ୍ୟମ ପ୍ରତିନିଧି ବ୍ଲକ୍ ଯୋଗାଣ ନିରୀକ୍ଷକଙ୍କ ପଚାରିବାରୁ, କାର୍ଡଟି ଗତ ୨ ଫେବୃଆରୀ ୨୦୨୦ରେ କରାଯାଇଛି । ତେବେ ଲିଙ୍କ୍ ନଥିବା କହି କାର୍ଡ ଡିଟେଲ୍ସ୍ ଦେବାକୁ ଏଡାଇ ଦେଇଥିଲେ । କିନ୍ତୁ ଆଦିବାସୀ ମହିଳା ଦୁଖୀ ଖାଇବାକୁ ନପାଇ ଅନାହାରରେ ଜୀବନ ଚାଲିଯିବା ଖବର ପାଇ ଭୁବନେଶ୍ୱର ଏକ ସ୍ୱତନ୍ତ୍ର ୪ଜଣିଆ ଟିମ୍‌ର ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର ଆବାହକ ସମିତ୍ ପଣ୍ଡା, ସାମ୍ବାଦିକ ରାଜେଶ ମହାପାତ୍ର, ଅର୍ଥନୀତି ତଥା ଗବେଷକ ଡ଼ ମନୋଜ ଦାଶ ଏବଂ ସାମାଜିକ କର୍ମୀ ଲକ୍ଷ୍ମୀଧର ମହାପାତ୍ର ଆସି ଦୁଖୀଙ୍କ ଗାଁ କାଳିଆମ୍ବାରେ ପହଞ୍ôଚ ଦୁଖୀଙ୍କର ପାଖ ପଡିସା ଏବଂ ଗ୍ରାମବାସୀ ମାନଙ୍କୁ ପଚାରିବା ସହିତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଦୁଖୀ ବିଷୟରେ ତଥ୍ୟ ସଂଗ୍ରହ କରି ନୂଆଗାଁ ବ୍ଲକ୍ ଅଧରକାରୀଙ୍କୁ ଦେଖା କରି ଦୁଖୀ ବିଷୟରେ ପଚାରି ବୁଝିଥିଲେ । ତେବେ ବ୍ଲକ୍ ଅଧିକାରୀ ଶ୍ରୀ ଦଳବେହେରା ଉକ୍ତ ଆଦିବାସୀ ମହିଳା ଦୁଖୀ ଯାନୀର ରାସନ କାର୍ଡ ଅଛି । ଏବଂ ତିନିମାସର ରାସନ ଚାଉଳ ଏବଂ ୧୦୦୦ଟଙ୍କା ଦିଆଯାଇଛି । ତେବେ ଆଧାର କାର୍ଡ ସଂଯୋଗ ହୋଇନଥିବା କହିଛନ୍ତି । ତେବେ ଯଦି ଯଣେ ବ୍ୟକ୍ତିଙ୍କର ନୂଆ ରାସନ କାର୍ଡ ହେଉଛି ତେବେ ସେ ସେହି ସମୟରେ ରାସନ କାର୍ଡ ପାଇଁ ପ୍ରଯ୍ୟୁଜ ହେଉଥିବା ପ୍ରମାଣପତ୍ର ଦେଇଥାନ୍ତି । ତେବେ ନୂଆ ରାସନ କାର୍ଡ ହୋଇଥିଲେ ମଧ୍ୟ କେମିତି ଆଧାର କାର୍ଡ ସଂଯୋଗ ହୋଇନଥିଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି? ତେବେ ସମସ୍ତଙ୍କ ତଥ୍ୟକୁ ପରିମାର୍ଯିତ କଲେ ସ୍ପଷ୍ଟ ଜଣାପଡୁଛି ଯେ, ପ୍ରଶାସନର ଅବହେଳା ଯୋଗୁଁ ହିଁ ଦୁଖୀ ଯାନୀର ଅନାହାରରେ ମୃତ୍ୟୁ ହୋଇଛି । ତେବେ ଏହାର ତଦନ୍ତ କରାଯାଇ ଦୁଖୀ ଯାନୀ ପ୍ରତି ହୋଇଥିବା ଅନ୍ୟାୟରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବୁଦ୍ଧିଜୀବି ମତବ୍ୟକ୍ତ କରିଛନ୍ତି । ତେବେ ଏନେଇ ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କ ମୋବାଇଲ୍ ନମ୍ବରକୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାନଥିଲେ । ତେବେ ଯେଉଂଠି ଜିଲ୍ଲା ପ୍ରଶାସନର ମୁଖ୍ୟ ଜିଲ୍ଲାପାଳ ଚତୁର୍ଥସ୍ତମ୍ଭ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ପ୍ରଶାରଣରେ

Leave a Reply

Your email address will not be published. Required fields are marked *