୨୦୨୪-୨୫ ସୁଦ୍ଧା ଅ ।ସିବ ଉଡନ୍ତା ଟାକ୍ସି
ନୂଆଦିଲ୍ଲୀ, (ଏଜେନ୍ସି): ବିଜ୍ଞାନ ଓ ପ୍ରଯୁକ୍ତିର ଚମତ୍କାରିତା ବଳରେ ଖୁବଶୀଘ୍ର ରାସ୍ତାକୁ ଅ ।ସିବ ଉଡନ୍ତା ଟାକ୍ସି । ଫଳରେ ଏହାଦ୍ୱାରା ଟ୍ରାଫିକ ସଙ୍କେତ ନିକଟରେ ଦୀର୍ଘ ସମୟ ଧରି ଅଟକି ରହିବା ସମସ୍ୟା ଅ ।ଉ ରହିବ ନାହିଁଛ ଅ ।ସନ୍ତା ୨୦୨୪-୨୫ ସୁଦ୍ଧା ଏହା ବାସ୍ତବ ରୂପ ନେବ ବୋଲି ଅ ।ଶା ପ୍ରକାଶ କରିଛନ୍ତି ୟୁରୋପୀୟ ନିୟାମକ ସଂସ୍ଥାଛ ଇତିମଧ୍ୟରେ ଅଧ ଡଜନ ସଂଖ୍ୟକ ୟୁରୋପୀୟ କମ୍ପାନୀ ଏହିଭଳି ସହରାଞ୍ଚଳ ଅ ।କାଶମାର୍ଗ ଯାତାୟତ ଯାନ ବିକଶିତ କରିଥିବା ଘୋଷଣା କରିଛନ୍ତି । ଏଥିରେ ଯାତ୍ରୀମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯାତାୟତ କରିପାରିବେ ଅଥବା ଏହିଭଳି ମାନବ ବିହୀନ ଯାନରେ ଚିକିତ୍ସା ସାମଗ୍ରୀ ଅ ।ଦି ସହଜରେ ପରିବହନ କରାଯାଇପାରିବ ।
ୟରୋପରେ ଏହିଭଳି ଉଡନ୍ତା ଟାକ୍ସି ଅ ।ସନ୍ତା ୨୦୨୪ ପ୍ରଥମ ଭାଗରେ ତାହାର ସେବା ଯୋଗାଣ ଅ ।ରମ୍ଭ କରିବା ଅ ।ଶା କରାଯାଉଛି । ୟୁରୋପିଅ ।ନ ୟୁନିୟନ ଅ ।ଭିଏସନ ସେଫ୍ଟି ଏଜେନ୍ସି (ଇଏଏସଏ)ର ନିର୍ବାହୀ ନିର୍ଦ୍ଦେଶକ ପାଟ୍ରିକ କେୱ୍ୱାଇ କହିଛନ୍ତି, ୨୦୨୪-୨୫ରେ ଉଡନ୍ତା ଟାକ୍ସିଗୁଡିକର ବ୍ୟବସାୟିକ ଚଳାଚଳ ଅ ।ରମ୍ଭ ହେବା ସେ ଅ ।ଶା କରୁଛନ୍ତି । ସେ କହିଛନ୍ତି ଯେ ୟୁରୋପରେ ୨୦୩୦ ସୁଦ୍ଧା ସହରାଞ୍ଚଳ ଅ ।
କାଶମାର୍ଗରେ ଚଳାଚଳ କରୁଥିବା ଯାନ (ୟୁଏଏମ)ର ବଜାର ପ୍ରାୟ ୪.୨ ବିଲିଅନ ୟୁରୋରେ ପହଞ୍ଚିବ ଏବଂ ଏହି କ୍ଷେତ୍ରରେ ପ୍ରାୟ ୯୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଇତିମଧ୍ୟରେ ଇଏଏସଏ କେତେକ ଡିଜାଇନକୁ ପ୍ରମାଣପତ୍ର ପ୍ରଦାନ କରିବା ପ୍ରକ୍ରିୟା ଅ ।ରମ୍ଭ କରିସାରିଛି ଏବଂ ୨୦୨୪ ସୁଦ୍ଧ ହାଲୁକା ମେସିନଗୁଡିକ ପାଇଁ ପ୍ରଥମ ଅନୁମୋଦନ ପ୍ରଦାନ ଅ ।ଶା କରୁଛି । କେୱାଇ କହିଛନ୍ତି, ଜମାର୍ନୀର ଏକ ଷ୍ଟାର୍ଟଅପ ସଂସ୍ଥା ଭୋଲୋକପ୍ଟର ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଯତା ଏରୋପୋର୍ଟସ ଡି ପ୍ୟାରିସର ମୁଖ୍ୟମାନେ ଆଶା ରଖିଛନ୍ତି ଯେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଏହି ପ୍ରଯୁକ୍ତିକୋ୬ ପ୍ରଦର୍ଶନ କରିବେ । ତେବେ ଏଗୁଡିକ ସହରାଞ୍ଚଳ, ରେଳବାଇ ଅ ।ଦି ଉପରେ କିଭଳି ଉଡାଣ କରୁଛନ୍ତି, ଅ ।କାଶରେ ଉଡୁଥିବା ପକ୍ଷୀ, ସାଇବର ନିରାପତ୍ତା, ସେଥିରୁ ନିର୍ଗତ ଶବ୍ଦ ଅ ।ଦି ସମସ୍ତ ସୁରକ୍ଷାଗତ ଦିଗ ଉପରେ ଟିକିନିଖି ଅନୁଧ୍ୟାନ କରାଯିବା ପରେ ଅନୁମୋଦନ ପ୍ରଦାନ କରାଯିବ ।
