ବାସହରା ହୋଇଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଶିଶୁ

0
pra-1

ନ୍ୟୁୟର୍କ,(ଏଜେନ୍ସି): ନିଜ ଦେଶରେ ବାସହରା ହୋଇଛନ୍ତି ଲକ୍ଷଲକ୍ଷ ଶିଶୁ । ପୁଣି ବର୍ଷକ ମଧ୍ୟରେ । ୨୦୧୯ରେ ପୃଥିବୀର ବିଭିନ୍ନ ଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ବିସ୍ଥାପିତ ହୋଇଛନ୍ତି । ୟୁନିସେଫ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛିି । \”ଲଷ୍ଟ୍ ଅ ।ଟ୍ ହୋମ\’ ରିପୋର୍ଟରେ ଦର୍ଶାଯାଇଛି ଯେ, ଅ ।ଭ୍ୟନ୍ତରୀଣ ସଙ୍କଟ ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏଭଳି ଘଟିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅଧିକ ଲୋକ ବାସହରା ହୋଇଥିବା ରିପୋର୍ଟରେ କୁହାଯାଇଛି । ଭାରତ, ବାଂଲାଦେଶ, ଫିଲିପାଇନ୍ସ୍ ଏବଂ ଚାଇନାରେ ବିଭିନ୍ନ କାରଣରୁ ଅଧିକ ଲୋକ ବେଘର କରିଛି । ୩୮ ଲକ୍ଷ ଶିଶୁ ହିଂସାକାଣ୍ଡ ଯୋଗୁ ବାସହରା ହୋଇଥିବାବେଳେ ୮୨ ଲକ୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇ ଭିଟାମାଟି ଛାଡିଛନ୍ତି । ଏସବୁ ଶିଶୁଙ୍କ ଯୋଗୁ ଆଗାମୀ ଦିନରେ ଶିଶୁ ଶ୍ରମିକ ଏବଂ ବାଲ୍ୟ ବିବାହ ଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି । ବିସ୍ଥାପିତ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ବିପନ୍ନ ହେବାରେ ଲାଗିଛି । ୨୦୧୯ରେ ପୃଥିବୀରେ ୩କୋଟି ୩୦ ଲକ୍ଷ ଲୋକ ବାସହରା ହୋଇଥିବାବେଳେ କେବଳ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୨ କୋଟି ୫୦ ଲକ୍ଷ ବାସସ୍ଥାନ ଛାଡ଼ିଛନ୍ତି । ସେହିପରି ୮୫ ଲକ୍ଷ ଅ ।ଭ୍ୟନ୍ତରୀଣ ହିଂସାକାଣ୍ଡ ଯୋଗୁ ଘର ଛାଡିଛନ୍ତି । ପୂର୍ବ ଏସିଅ । ଏବଂ ପ୍ରଶାନ୍ତ ମହାସାଗରୀୟ ଉପକୂଳ ଅଞ୍ଚଳରେ ୧ କୋଟିରୁ ଅଧିକ ଲୋକ ବାସସ୍ଥାନ ଛାଡ଼ି ପଳାୟନ କରିଛନ୍ତି । ଭାରତରେ ୨୦୧୯ରେ ବିଭିନ୍ନ କାରଣରୁ ୫୦ ଲକ୍ଷ ୩୭ ହଜାର ଲୋକ ବାଧ୍ୟ ହୋଇ ନିଜର ବାସସ୍ଥାନ ଛାଡ଼ିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ସେଥିମଧ୍ୟରୁ କେବଳ ୫୦ ଲକ୍ଷ ୧୮ ହଜାର ଲୋକ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବାସ ହରାଇ ବସିଛନ୍ତି । ଅପରପକ୍ଷରେ ୧୯ ହଜାର ଲୋକ ହିଂସାକାଣ୍ଡ ଯୋଗୁ ଘର ଛାଡ଼ିଛନ୍ତି । ଫିଲିପାଇନ୍ସରେ ୪୨ ଲକ୍ଷ ୭୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ବାଂଲାଦେଶରେ ୪୦ ଲକ୍ଷ ୮୦ ହଜାର ଏବଂ ଚାଇନାରେ ୪୦ ଲକ୍ଷ ୩୦ ହଜାର ଲୋକ ଭିଟାମାଟି ଛାଡ଼ିଛନ୍ତି । ୨୦୧୯ ଶେଷ ସୁଦ୍ଧା ପୃଥିବୀର ୪ କୋଟି ୬୦ ଲକ୍ଷ ଲୋକ ନିଜ ଦେଶରେ ବାସହରା ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛିଛ ମହାମାରୀ କରୋନା ସଂକ୍ରମଣ ସମୟରେ ଭିଟାମାଟି ଛାଡିଥିବା ସଭିଙ୍କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି । ବିସ୍ଥାପିତଙ୍କ ସୁରକ୍ଷା ପାଇଁ ଇତିମଧ୍ୟରେ ଜାତିସଂଘ ମହାସଚିବ ଅ ।ଣ୍ଟୋନିଓ ଗ୍ୟୁଟେରସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି ।

Leave a Reply

Your email address will not be published. Required fields are marked *