ନଦୀବନ୍ଧ ସୁରକ୍ଷା ପାଇଁ ବିଶ୍ୱବ୍ୟାଙ୍କ୍ ସହାୟତା

0
world bank

ନୂଅ ।ଦିଲ୍ଲୀ,(ଏଜେନ୍ସି): ନଦୀବନ୍ଧ ଗୁଡିକର ବିକାଶ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ୫୦୦ ନିୟୁତ ଡଲାରର ଋଣ ଯୋଗାଇବାର ପ୍ରସ୍ତାବ ଥିବାବେଳେ ଓଡିଶା ଏଥିରୁ ସର୍ବାଧିକ ଲାଭ ପାଇବ । ଦେଶର ମୋଟ୍ ୧୩ଟି ରାଜ୍ୟ ପାଇଁ ବିଶ୍ୱବ୍ୟାଙ୍କ୍ ଏହି ଋଣ ଯୋଗାଇବ । ବିଶ୍ୱବ୍ୟାଙ୍କ ସହାୟତାରେ ୧୦୦୦ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ଥିବା ୩୬ଟି ଛୋଟ ବଡ ନଦୀବନ୍ଧ ପ୍ରକଳ୍ପର ବିକାଶ ଲାଗି ଓଡିଶା ଯୋଜନା ରଖିଛି ।
ଡ୍ୟାମ ରିହାବିଲଟେସନ ଅ ।ଣ୍ଡ ଇମ୍ପ୍ରୁଭମେଣ୍ଟ ପ୍ରୋଜେକ୍ଟ (ଡିଅ ।ରଅ ।ଇପି) ର ଦ୍ୱିତୟ ଏବଂ ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ସହାୟତାରେ ଓଡିଶା ଏକାଧିକ ନଦୀବନ୍ଧର ବିକାଶ ଲାଗି ଯୋଜନା ରଖିଛି । ଓଡିଶା ସରକାର ଜଳସମ୍ପଦ କ୍ଷେତ୍ରରେ ପୁଞ୍ଜିନିବେଶରେ ସବୁଠାରୁ ଅ ।ଗରେ ରହିଥିବାବେଳେ ଇଣ୍ଟରନେସନାଲ ବ୍ୟାଙ୍କ୍ ଫର ରିକନଷ୍ଟ୍ରକ୍ସନ ଅ ।ଣ୍ଡ ଡେଭଲପମେଣ୍ଟ (ଅ ।ଇବିଅ ।ରଡି) ଯୋଗାଇବାକୁ ଥିବା ପ୍ରସ୍ତାବିତ ପାଣ୍ଠିରୁ ରାଜ୍ୟ ସର୍ବାଧିକ ଲାଭ ପାଇବ । ଏହା ଡିଅ ।ରଅ ।ଇପିର ଦ୍ୱିତୀୟ ପର୍ଯ୍ୟାୟ ହୋଇଥିବାବେଳେ ବିଶ୍ୱବ୍ୟାଙ୍କ୍ ସହାୟତାରେ ଓଡିଶା ସମେତ କେତେକ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରୀ ହେଉଛି ।
ବିଶ୍ୱବ୍ୟାଙ୍କରୁ ଓଡିଶା ସର୍ବାଧିକ ଋଣ ହାସଲ କରୁଥିବାବେଳେ ରାଜ୍ୟର ନଦୀବବନ୍ଧ ଯୋଜନା ପାଇଁ ଏହା ବେଶ୍ ସହାୟକ ହେଉଛି । ଜଳସମ୍ପଦ ସହିତ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିଶ୍ୱବ୍ୟାଙ୍କ୍ ସହାୟତାର ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଥିବାବେଳେ କ୍ଷୁଦ୍ର, ମଧ୍ୟମ ଓ ବୃôହ ନଦୀବନ୍ଧ ଯୋଜନାର ବିକାଶ ଓ ଥଇଥାନ କାର୍ଯ୍ୟ ଚଳାଯାଉଛି । ବିଶ୍ୱବ୍ୟାଙ୍କ୍ର ଭାରତୀୟ ନିର୍ଦ୍ଦେଶକ ଜୁନେଦ କମଲ ଅହମ୍ମଦଙ୍କର ଓଡିଶା ପ୍ରତି ସକରାତ୍ମକ ମନୋଭାବ ଥିବାବେଳେ ଗତବର୍ଷ ରାଜ୍ୟରେ ପଞ୍ଚମ ଅ ।ର୍ନ୍ତଜାତିକ ନଦୀବନ୍ଧ ସୁରକ୍ଷା ସମ୍ମିଳନୀ ଅ ।ୟୋଜିତ ହୋଇଥିଲା ଯେଉଁଠାରେ ବନ୍ଧ ସୁରକ୍ଷା ପ୍ରତି ଥିବା ଅ ।ହ୍‌୍ୱାନ ଓ ଏହାର ସମାଧାନ ଉପରେ ଅ ।ଲୋଚନା କରାଯାଇଥିଲା ।
ଡିଅ ।ରଅ ।ଇପିର ଦ୍ୱିତୀୟ ପର୍ଯ୍ୟାୟ ଓଡିଶା ସମେତ ଛତିଶଗଡ, କର୍ଣର୍ାଟକ, ଗୁଜୁରାଟ, ପଞ୍ଜାବ, ମହାରାଷ୍ଟ୍ର ଏବଂ ଅ ।ଉ କେତେକ ରାଜ୍ୟପାଇଁ ବେଶ୍ ସହାୟକ ହେବ । ଓଡିଶା ସରକାର ଜଳସମ୍ପଦ କ୍ଷେତ୍ରରେ ବର୍ଷକୁ ପ୍ରାୟ ୧୦ହଜାର କୋଟି ଟଙ୍କା ବିନିଯୋଗ କରୁଥିବାବେଳେ କୃଷି କ୍ଷେତ୍ର ପାଇଁ ଏହା ସହାୟକ ହେଉଛି । ଅ ।ସନ୍ତା ୨୦ ତାରିଖରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ବିଶ୍ୱବ୍ୟାଙ୍କ୍ ମଧ୍ୟରେ ଇ-କନଫରେନ୍ସ ମାଧ୍ୟମରେ ବିସ୍ତୃତ ଅ ।ଲୋଚନା ହେବ । କେନ୍ଦ୍ର ସରକାର ଏ କ୍ଷେତ୍ରରେ ସମନ୍‌୍ୱୟ ରକ୍ଷା କରୁଥିବାବେଳେ ରାଜ୍ୟ ସରକାରଗୁଡିକ ସେମାନଙ୍କ ପ୍ରସ୍ତାବ ଉପସ୍ଥାପନ କରିବେ ।
ଡିଅ ।ରଅ ।ଇପିର ପ୍ରଥମ ପର୍ଯ୍ୟାୟରେ ଓଡିଶା ୨୬ଟି ନଦୀବନ୍ଧ ଯୋଜନାର ଥଇଥାନ କାର୍ଯ୍ୟ କରିଥିବାବେଳେ ଏଥିରେ ୬ଟି ବୃହତ, ୧୪ଟି ମଧ୍ୟ ଓ ୬ଟି କ୍ଷୁଦ୍ର ବନ୍ଧ ରହିଛି । ବୃହତ ନଦୀବନ୍ଧ ମଧ୍ୟରେ ବାଲିମେଳା, ହୀରାକୁଦ, ରେଙ୍ଗାଳି, ସାଳନ୍ଦି ଅପରକୋଲାବ ଏବଂ ସତୀଗୁଡା ରହିଛି । ଓଡିଶା କ୍ୟାଡର ଅ ।ଇଏଏସ୍ ଉପେନ୍ଦ୍ର ପସାଦ ସିଂହ କେନ୍ଦ୍ର ଜଳସମ୍ପଦ ସଚିବ ରହିଥିବାରୁ ଡିଅ ।ରଅ ।ଇପି ଯୋଜନାରେ ଓଡିଶା ସିଂହଭାଗ ପାଇବାରେ ସକ୍ଷମ ହେଉଛି । ଶ୍ରୀ ସିଂହ ଏନେଇ ରାଜ୍ୟ ସରକାରଙ୍କ ସହିତ ସମ୍ପର୍କରେ ଥିବାବେଳେ ରାଜ୍ୟ ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗରେ ଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *