ଦେଶର ଅର୍ଥନୀତିକୁ ବାଟକୁ ଆଣିବା ମୋଦିଙ୍କ ହାତରେ ନାହିଁ

0
stalin

ଡ଼ ଷ୍ଟାଲିନ ମିଶ୍ର
ସୂଚନା ପ୍ରଯୁକ୍ତିବିତ, ସିଙ୍ଗାପୁର

ଦେଶର ଅର୍ଥନୀତି କୁ ବାଟକୁ ଅ ।ଣିବା ମୋଦି ଙ୍କ ହାତରେ ନାହିଁ, ତାହେଲେ ଅଛି କାହା ହାତରେ ? କଥା ଟା ଟିକେ ଅଡୁଅ । ଲାଗୁଥିଲେ ବି ନିରାଟ ସତ୍ୟ । ଯଦି ଖାଲି ମୋଦି ଚାହିଁଲେ ବା ଚେଷ୍ଟା କଲେ ଦେଶ ର ଅର୍ଥନୀତି ପରିସ୍ଥିତି ବଦଳିଯିବ ଏହା ଭାବିବା ଭୁଲ । ଅ ।ସନ୍ତୁ ଜାଣିବା ଏହା ପଛ ର କାରଣ ଓ ଏହାର ସମ୍ଭାବ୍ୟ ନିରାକରଣ ।
ଭାରତ ବିଶ୍ୱ ର ସର୍ବ ବୃହତ ପ୍ରଗତିଶୀଳ ଅର୍ଥନୀତି । ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବାରୁ ସମଗ୍ର ବିଶ୍ୱ ଅର୍ଥନୀତି କୁ ପ୍ରଭାବିତ କରିବାର କ୍ଷମତା ରଖୁଛି ଅ ।ମ ଦେଶ । କିନ୍ତୁ ତଥାପି ଅ ।ଜି ଅ ।ମ ଦେଶ ଅର୍ଥନୈତିକ ସ୍‌୍ୱାବଲମ୍ବୀ ହୋଇପାରିନାହିଁ । ସରକାର ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିଲେ ମଧ୍ୟ ଲୋକେ ତାର ଉପଯୋଗୀତା କୁ ଉପଲବ୍ଧି କରିବାରେ ବିଫଳ ହେଉଛନ୍ତି । ଏଥିରେ ଉଭୟ ସରକାର ଓ ଜନତାଙ୍କ ତ୍ରୁଟି ପରିଲକ୍ଷିତ । ଏହା ନିଶ୍ଚିତ ଯେ ଭାରତରେ ଅଧାରୁ ଅଧିକ ଯୋଜନାମାନ ଜନତା ବା ଦେଶ ର ହିତ କୁ ଦେଖି ନୁହେଁ ବରଂ ରାଜନୈତିକ ଦୃଷ୍ଟିକୋଣ ରୁ ଉପଯୋଗୀ ହେଲାଭଳି ଯୋଜନା ମାନ କରାଯାଏ । ଭୋଟ ବ୍ୟାଙ୍କ କୁ କିପରି ସୁରକ୍ଷିତ ରଖାଯାଇପାରିବ ସେଥିପ୍ରତି ସ୍‌୍ୱତନ୍ତ୍ର ଦୃଷ୍ଟି ଦେଇ ଯୋଜନା ପ୍ରସ୍ତତ କରାଯାଏ । ଏଥିପାଇଁ ଅ ।ମ ଦେଶ ରେ ଅଧିକ ରୁ ଅଧିକ ଯୋଜନା ମାନ ସାଧାରଣ ଜନତାଙ୍କ କାମ ରେ ଲାଗିପାରେ ନାହିଁ । ଯଦି ଯୋଜନା କଲା ବେଳେ ରାଜନୈତିକ ଲାଭ କ୍ଷତି କୁ ବିଚାର ନକରି ଯଦି କେବଳ ଦେଶହିତ ବା ଜନହିତ କୁ ଧ୍ୟାନ ଦିଅ । ହୁଅନ୍ତା ମୋ ମତ ରେ ଜନତା ଉପକୃତ ହେବ ସହିତ ଦେଶ ର ଅର୍ଥନୀତି ବି ସୁଦୃଢ ହୋଇ ପାରନ୍ତା ।
୨୦୧୪ ମଇ ମାସ ରେ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱ ରେ ଭାରତୀୟ ଜନତା ପାର୍ଟି (ବିଜେପି) ର୍ନିବାଚନରେ ବିଜୟ ଲାଭ କରି କ୍ଷମତାକୁ ଅ ।ସିଥିଲାଛ ଜନତାଙ୍କ ଅ ।ଶା ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଲୋଗାନ ସର୍ବନିମ୍ନ ସରକାର, ସର୍ବାଧିକ ଶାସନ ଏବଂ ଅ ।ଛେ ଦିନ୍ ବା ଭଲ ସମୟର ପ୍ରତିଶୃତି କେବଳ ସ୍ଲୋଗାନ ନହୋଇ ବାସ୍ତବଧର୍ମୀ ହେବ ବୋଲିଛ ଅ ।ଶା ଥିଲା ଯେ ତାଙ୍କର ର୍ନିଣ୍ଣାୟକ ଅ ।ଦେଶ ଭାରତର ଚିରାଚରିତ ସାମାଜିକ ବିଧି ବ୍ୟବସ୍ତା ରେ ପରିବର୍ତନ ଅ ।ସି ଦୁର୍ନୀତି ଦୂର କରିବାକୁ, ଦୁର୍ବଳ ଅନୁଷ୍ଠାନମାନଙ୍କୁ ମଜବୁତ କରିବାକୁ, ସମାଜ ଅର୍ଥନୈତିକ ସ୍‌୍ୱାବଲମ୍ବୀ ହେବାକୁ, ଯୁବସମାଜ ରୋଜଗାର ପ୍ରାପ୍ତ ହେବାକୁ ଏବଂ ଭାରତକୁ ଏକ ଉଚ୍ଚ ଅଭିବୃଦ୍ଧି ପଥରେ ସ୍ଥାନିତ କରିବାରେ ସକ୍ଷମ କରିବଛ ଜନତା ଙ୍କ ଅ ।ଶା ନିରର୍ଥକ ବି ନଥିଲା । ୨୦୧୪ ର୍ନିବାଚନ ପୂର୍ବରୁ ମୋଦି ଙ୍କୁ ଗଣମାଧ୍ୟମ ରେ ସାମାଜିକ ଗଣମାଧ୍ୟମ ରେ ଯେଭଳି ଭାବେ ଚିତ୍ରଣ କରାଯାଇଥିଲା ସମସ୍ତଙ୍କୁ ଲାଗୁଥିଲା ଯେପରି ସେ ଜଣେ କେବଳ ନେତା ନୁହେଁ ପରନ୍ତୁ ଭାରତ ର ତ୍ରାଣକର୍ତା, ତାଙ୍କ ପାଖରେ ଭାରତ ର ସମସ୍ତ ସମସ୍ୟା ର ସମାଧାନ ଅଛି । କଂଗ୍ରେସ ଶାସନ ର ଲଗାତାର ବିଫଳତା, ଦୁର୍ନୀତି, ଅ ।ତଙ୍କବାଦ, ନକ୍ସଲବାଦ, ଦେଶ ହିତ ପ୍ରତି ଅସମ୍ବେଦନଶୀଳତା ର ବାତାବରଣ ତଥା ନୈରାଶ୍ୟତା ଭରା ରାଜନୀତି ରେ ଜନତା ଏପରି ବିଚଳିତ ଥିଲା ଯେ ମୋଦି ଙ୍କ ପ୍ରଚାର ପ୍ରସାର ର ଦକ୍ଷତା ଅ ।ଗରେ ସମ୍ପୂର୍ଣ ସମର୍ପିତ ହୋଇଯିବ ଏକମାତ୍ର ସମ୍ଭାବ୍ୟ ବିକଳ୍ପ ଥିଲା ।
ଅବଶ୍ୟ ପ୍ରଧାନମନ୍ତ୍ରୀ ଅର୍ଥନୀତି ରେ କିଛି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ସଂସ୍କାର ଅ ।ଣିବାରେ ସଫଳ ହୋଇଥିଲେ ଯେପରିକି \’ନୂତନ ଦେବାଳିଅ । ଅ ।ଇନ\’, \’ମୁଦ୍ରା ନୀତି\’ ଏବଂ \’ଜିଏସ୍ଟି\’ଛ କିନ୍ତୁ ଏସବୁ ସଂସ୍କାର ଭାରତୀୟ ଅର୍ଥ ବ୍ୟବସ୍ଥା କୁ ସୁଦୃଢ କରିବା ପରିବର୍ତେ ହାନୀକାର ସିଦ୍ଧ ହୋଇଛି । ଏଥିପାଇଁ ଏହି ତଥାକଥିତ ସଂସ୍କାର ଗୁଡିକ ଅ ।ଣିବା ପୂର୍ବରୁ ଯଥୋଚିତ ଅନୁସନ୍ଧାନ ର ଅଭାବ, ଉଲ୍ଲେଖନୀୟ ବ୍ୟତିକ୍ରମ, ଅର୍ଥନୀତି ରେ ଅପରିପକ୍ ରାଜତନ୍ତ୍ର, କଷ୍ଟଦାୟକ ପ୍ରଶାସନିକ ବିଧି, ଖରାପ କାର୍ଯ୍ୟକାରିତା ଏବଂ ପର୍ଯ୍ୟାପ୍ତ ନିୟାମକ କ୍ଷମତାର ଅଭାବ ଦାୟୀ ବୋଲି ସହଜରେ ଅନୁମାନ ଲଗାଇ ହେବଛ କେବଳ ପ୍ରଚାର ପ୍ରସାର ଉଦେଶ୍ୟ ରେ ଅଣାଯାଇଥିବା ସଂସ୍କାର ଲୋକାଭିମୁଖୀ ହେବ କିପରି ? ଅର୍ଧରାତ୍ର ବିମୁଦ୍ରୀକରଣ ପ୍ରକ୍ରିୟା ଅ ।ଉ ଏକ ବୌଦ୍ଧିକ ଅପରିପକ୍‌ତା ର ପରିଚୟ । ପୂର୍ବ ପ୍ରସ୍ତୁତି ନକରି ଜନତା ଙ୍କୁ ବିକଳ୍ପ ନଦେଇ ଲକ୍ଷ ଲକ୍ଷ ନିରୀହ ଜନତାଙ୍କୁ ରାଜରାସ୍ତା ରେ ଧାଡିରେ ଛିଡା କରେଇବା ର ପ୍ରବନ୍ଧ କରିଥିବା ଅ ।ଉ ତାହା ସପକ୍ଷ ରେ ଯୁକ୍ତିବାଢ଼ୁଥିବା ମହାନୁଭବ ମାନେ କହି ପାରିବେ କି ବିମୁଦ୍ରିକାରଣ ରେ ଦେଶ କୁ କଣ ଲାଭ ହେଲା ? ନାଁ ବିଦେଶ ରେ ଗଛିତ କଳାଧନ ଦେଶ କୁ ଫେରିଅ ।ସିଲା ନାଁ କୌଣସି ଜଣେ ହେଲେବି ଦୁର୍ନୀତିଗ୍ରସ୍ତ ନେତା ଧରା ପଡିଲେ । କେବଳ ନିରୀହ ସାଧାରଣ ଜନତା ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଲେ । କୁଟୀର ଶିଳ୍ପ ଉଜୁଡ଼ିଗଲା, କ୍ଷୁଦ୍ର ଓ ମଧ୍ୟମ ବର୍ଗ ରାସ୍ତା କୁ ଅ ।ସିଗଲେ । ବେକାରୀ ସମସ୍ୟା ହୁ ହୁ ହେଇ ବଢିଚାଲିଲା । ମୋଦି ତାଙ୍କ ନିଜ ରାଜ୍ୟ ଗୁଜରାଟରେ ଅଳ୍ପ କିଛି ଉତ୍ପାଦନକାରୀଙ୍କୁ ଉପକୃତ କରିବା ପାଇଁ ମେଡିକାଲ୍ ଉପକରଣଗୁଡ଼ିକ ଉପରେ ମୂଲ୍ୟ ନିୟନ୍ତ୍ରଣ ଲଗାଇଲେ ଏବଂ ବିଭିନ୍ନ ଉତ୍ପାଦଗୁଡ଼ିକରେ ଅ ।ମଦାନୀ ଶୁଳ୍କ ବୃଦ୍ଧି କଲେ, ଯାହା ଦେଶର ବାଣିଜ୍ୟିକ ଉଦାରୀକରଣର କୁ ଓଲଟପାଲଟ କରି ଅ ।ମଦାନୀ କ୍ଷେତ୍ର ରେ ବିଫଳତା ଅ ।ଣିଦେଲା ।
୨୦୧୪ ରେ, ମୋଦୀ ଭାରତୀୟ ଯୁବସମାଜ ପାଇଁ ନିଯୁକ୍ତି କ୍ଷେତ୍ର ରେ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ଶାସନ ର ବହୁବର୍ଷ ପରେ ବି କୌଣସି ସକାରାତ୍ମକ ପରିବର୍ତନ ନଦେଖି ତାଙ୍କୁ ଯେବେ ଏବିଷୟରେ ପ୍ରଶ୍ନ କରାହେଲା ସେତେବେଳେ ସେ ତାଙ୍କ ଚିରାଚରିତ ଢଙ୍ଗ ରେ ଶବ୍ଦଜାଲ ସାହାଯ୍ୟ ରେ ଜନତାଙ୍କୁ ପକୁଡି ବିକିବାର ପରାମର୍ଶ ଦେବାକୁ ପଛେଇଯାଇନଥିଲେ । ଗୋଟେ ପରେ ଗୋଟେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକର ଘରୋଇକରଣ, ପେଟ୍ରୋଲିୟମ ତୈଳ ଦର ବୃଦ୍ଧି, ରନ୍ଧନ ଗ୍ୟାସ ର ଦର ବୃଦ୍ଧି, ବିକାଶ ନାମ ରେ ନୂଅ । ନୂଅ । ଟିକସ, ଅ ।ୟକର ସ୍ଲାବ କ୍ରମାଗତ ଭାବେ ଅପରିବର୍ତ୍ତିତ ରଖିବା ହେଉ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଦରବୃଦ୍ଧି ଜନତାଙ୍କ ଅର୍ଥନୈତିକ ମେରୁଦଣ୍ଡ କୁ ଦୁର୍ବଳ କରିଚାଲିଛି । ଯେଉଁ ଦୁର୍ନୀତି ମୁକ୍ତ ସମାଜ ପାଇଁ ଜନତା ଦୀର୍ଘ ବର୍ଷ ର କଂଗ୍ରେସ ଶାସନକୁ ବଦଳେଇ ମୋଦି ଙ୍କୁ ଶାସନ ଗାଦି ରେ ବସେଇଥିଲେ କିନ୍ତୁ ସେହି ଜନତା ଦିନକୁ ଦିନ ନିସ୍ୱ ବେରୋଜଗାର ହୋଇଚାଲିଛି ।ଅ ।ଶ୍ଚର୍ଯ୍ୟର କଥା ଯେ ମୋଦୀ ଭାରତୀୟ ଅର୍ଥନୀତିକୁ ୭ ପ୍ରତିଶତ ଅଭିବୃଦ୍ଧି ହାରରୁ ଉପରକୁ ଉଠାଇବାରେ ସଫଳ ହୋଇପାରିନାହାଁନ୍ତି । ମୋଦୀଙ୍କ ଉତ୍ତମ ଶାସନର ସ୍ଲୋଗାନ ଏକ କ୍ରୁର ପରିହାସ ରେ ପରିଣତ ହୋଇଚାଲିଛି ଛ ଅତୀତରେ ରିଜର୍ଭ ବ୍ୟାଙ୍କ ମୁଖ୍ୟ ରଘୁରାମ ରାଜନ ବା ଉର୍ଜିତ ପଟେଲଙ୍କୁ ବହିଷ୍କାର କରାଯିବା ସହ ତାଙ୍କ ବଦଳରେ ବିନା ଅର୍ଥନୈତିକ ପୃଷ୍ଠଭୁମିଥିବା ଜଣେ ବିଶ୍ୱସ୍ତ ଅମଲାତନ୍ତ୍ରଙ୍କୁ ଅବସ୍ଥାପିତ କରିବା ଦେଶ ପାଇଁ ସୁଭାସଙ୍କେତ ସାବ୍ୟସ୍ତ ହୋଇନାହିଁ । ଛୋଟ ରୁ ଛୋଟ ଉତ୍ପାଦ ଟେ ପାଇଁ ଅ ।ମେ ବିଦେଶ ଉପରେ ର୍ନିଭରଶୀଳ । ମେକ ଇନ ଇଣ୍ଡିଅ । କେବଳ ପ୍ରଚାର ରେ ସୀମିତ ହୋଇ ରହିଯାଇଛି । ବି.ଏସ.ଏନ.ଏଲ. ହେଉ ଅବା ଦୂରଦର୍ଶନ ବା ଏଅ ।ର ଇଣ୍ଡିଅ । ରାଷ୍ଟ୍ରାୟତ ସଂସ୍ଥାମାନ କ୍ରମାଗତ କ୍ଷତି ସହୁଥିବା ବେଳେ ଘରୋଇ ପ୍ରତିଯୋଗୀ ମାନଙ୍କର ଲାଭ ବହୁଗୁଣିତ ହୋଇଚାଲିଛି । ଏଥିରୁ ସ୍ପଷ୍ଟ ଅନୁମାନ ଲଗାଯାଇପାରିବ ସରକାରଙ୍କ ନୀତି ଦେଶ ର ଅର୍ଥନୀତିକୁ ବାଟକୁ ଅ ।ଣିବାକୁ ସକ୍ଷମ ହୋଇପାରୁନି । ଘରେ ଘରେ ଚୀନ ସାମଗ୍ରୀ ର ବହୁଳ ପ୍ରୟୋଗ ହେଉଥିବା ବେଳେ ଅ ।ମ ସରକାର ନୀରବତା ଅବଲମ୍ବନ କରିଚାଲିଛନ୍ତି । ଖାଲି ଲୋକଙ୍କୁ ଚୀନ ସାମଗ୍ରୀ ର ବହିଷ୍କାର କରିବାକୁ କହିଦେଲେ ଦାୟିତ୍ୱ ସରିଗଲା ବୋଲି ଭାବିବା ଭୁଲ । କାରଣ ସରକାର ଙ୍କ ପ୍ରତକ୍ଷ ସହଯୋଗ ବିନା ବିଦେଶୀ ସାମଗ୍ରୀ ଦେଶର ବଜାର ରେ ଉପଲବ୍ଧ ହେବା ଅସମ୍ଭବ । ଶତପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ ର ଯୁଗ ରେ ଅ ।ତ୍ମର୍ନିଭର ହେବା କିପରି ସମ୍ଭବ ହେବା ? ବ୍ୟବସାୟ ପ୍ରତିଷ୍ଠାନ ପଞ୍ଜିକରଣ ଠାରୁ ସଂସ୍ଥା ଟିକୁ ବନ୍ଦ କରିବା ପଦ୍ଧତି ଅଧିକ ଜଟିଳ ହୋଇପଡିଛି । ତେଣୁ ସରକାର ଙ୍କୁ ବ୍ୟବସାୟ ପ୍ରତିଷ୍ଠାନ ପଞ୍ଜିକରଣ ଓ ଅନୁପାଳନ ପଦ୍ଧତିର ସରଳୀକରଣ କରିବାକୁ ପଡିବ, ଏହା ଦେଶ କୁ ଅ ।ତ୍ମର୍ନିଭର ହେବାରେ ସହାୟକ ହେବ ।
ଏତ ଗଲା ସରକାରଙ୍କ କଥା, ଖାଲି ସରକାରଙ୍କୁ ଦୋଷ ଦେଲେ କିଛି ଲାଭ ହେବନି । ଏବେ ଅ ।ସନ୍ତୁ ଜାଣିବା ସାଧାରଣ ନାଗରିକ ହିସାବ ରେ ଅ ।ମେ କଣ କରିପାରିବା । ସରକାରୀ ଯୋଜନା ଗୁଡିକ ଉପରେ ସମ୍ପୂର୍ଣ ର୍ନିଭରଶୀଳ ହୋଇ ବସିରହିବା କିମ୍ବା ନିଜକୁ ସ୍‌୍ୱାବଲମ୍ବୀ କରିବାକୁ ଚେଷ୍ଟା ନକରିବା ମୂର୍ଖାମୀ ର ପରିଚୟ ହେବ । ନିଜର ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଘରୋଇ ଉତ୍ପାଦନ ଉପରେ ଧ୍ୟାନ ଦେଲେ ବଜାର ଉପରେ ର୍ନିଭରତା କମିବ । କୃଷି, କୁଟୀର ଶିଳ୍ପ ଯାହା ଭାରତ ର ଅର୍ଥନୈତିକ ମେରୁଦଣ୍ଡ ବୋଲି କୁହାଯାଏ ଏବେ ତାହା ଅବହେଳିତ ଅବସ୍ଥା ରେ । ଅ ।ତ୍ମର୍ନିଭର ହେବା ଅତ୍ୟନ୍ତ ଜରୁରୀ । ସମ୍ପ୍ରତି କରୋନା ମହାମାରୀ ଅ ।ମମାନଙ୍କୁ ସ୍‌୍ୱଳ୍ପ ସଂସାଧନା ରେ ବଂଚିବା ଶିଖାଇସାରିଛି । ଅଯଥା ବିଦେଶୀ ସାମଗ୍ରୀ ର ବ୍ୟବହାର ପରିବର୍ତେ ସ୍ୱଦେଶୀ ଜ୍ଞାନ କୌଶଳ ରେ ଅତ୍ୟାବଶ୍ୟକ ଉତ୍ପାଦ ଗୁଡିକର ଉତ୍ପାଦନ ତଥା ବହୁଳ ବ୍ୟବହାର ଦେଶ ର ଅ ।ର୍ତନୀତି କୁ ଦୃଢ଼ୀଭୁତ କରିବା ରେ ସାହାଯ୍ୟ ହେବା । ଯେପରି ଗାଡି ମଟର ର ବହୁଳ ବ୍ୟବହାର ପରିବର୍ତେ ସାଇକଲ ର ବ୍ୟବହାର ତୈଳ ଦ୍ୱାରା ବୃଦ୍ଧି କୁ ପ୍ରଭାବ ଶୂନ୍ୟ କରିପାରେ ସେପରି ସ୍ୱଦେଶୀ ଜୀବନଚର୍ଯ୍ୟା ଅଯଥା ବିଦେଶୀ ସାମଗ୍ରୀ ଉପରେ ର୍ନିଭରତା କୁ କମ କରିଦେଇପାରେ । ଗ୍ରାମୀଣ ସ୍ତର ରେ କୁଟୀର ଶିଳ୍ପ ତଥା ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପମାନ ଗଢିଉଠିଲେ ବଜାର ରେ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କର ଚାହିଦା କମିଯିବ । ଯୁବକ ମାନେ ଅ ।ତ୍ମର୍ନିଭର ହେବ ସହ ଦେଶ ର ପ୍ରଗତି ରେ ଭାଗିଦାର ହୋଇପାରିବେ ଝ ତେଣୁ ମୁଁ ଅ ।ଉ ଥରେ କହି ରଖିବାକୁ ଚାହେଁ ଦେଶ ର ଅର୍ଥନୀତିକୁ ବାଟକୁ ଅ ।ଣିବା ମୋଦି ଙ୍କ ହାତରେ ନୁହେଁ ଅ ।ମ ମାନଙ୍କ ହାତ ରେ ଅଛି ।

Leave a Reply

Your email address will not be published. Required fields are marked *

You may have missed