BeautyPlus_20200629233324659_save

ପ୍ରିୟଦର୍ଶିନୀ ମହାନ୍ତି
ଶିକ୍ଷୟିତ୍ରୀ
ଖୋର୍ଦ୍ଧା

ତୁମକୁ ଦେଖିଲେ ଫୁଟିଉଠେ ମନେ
ଆଶା ଯେତେ ଅସୁମାରୀ,
ତୁମ ଆଗମାନେ ରାତି ଅନ୍ଧକାର
ଲାଗେ ମତେ ଦିନ ପରି ।

ତୁମ ହୃଦୟର ସ୍ପନ୍ଦନ ଶୁଣିଲେ
କବରରୁ ଯିବି ଉଠି,
ତୁମ ହାତ ଲେଖା ପ୍ରୀତି ସ୍ପର୍ଶ ଭରା
ଖୋଲି ବସି ପଢେ ଚିଠି ।

ତୁମକୁ ଦେଖିଲା ପରେ ଲାଗେ ସତେ
ଆକାଶଟା ମୋର ମୋର,
ତୁମେ ମୋ ଜୀବନେ ପୁନେଇଁ ଜହ୍ନଟେ
ମୁଁ ପରା କଇଁ ତୁମର ।

ତୁମକୁ ଦେଖିଲା ପରେ ଧୀରେ ଧୀରେ
ଶୁଖିଗଲା ଲୁହଧାର,
ତୁମେ ଭରିଦେଲ ମୋ ଉଦାସୀ ଓଠରେ
ହସ ସାରା ମୁଲକରା ।

ତୁମକୁ ଦେଖିବା ପରେ ଇଚ୍ଛା ହେଲା
ବେଶୀ ବେଶୀ ଜିଇବାକୁ,
ପ୍ରେମ ଉପହାର ସ୍‌୍ୱରୂପରେ ଦେଲ
ତୁମ ସାଥେ ରହିବାକୁ ।

Leave a Reply

Your email address will not be published. Required fields are marked *