ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଗଣ ବୃକ୍ଷରୋପଣ ସହିତ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପାଳିତ
କଳିଙ୍ଗନଗର, ଜୁଲାଇ ୧୫, ୨୦୨୨: ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଟାଟା ଷ୍ଟିଲ ପକ୍ଷରୁ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପାଳନ କରାଯାଉଛି । ଏହା ଦେଶ ପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନ ଦିଗରେ କମ୍ପାନୀର ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି ।
ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ପରିସରରେ ଶୁକ୍ରବାର ଦିନ ୧୨୦୦ରୁ ଊର୍ଦ୍ଧ୍ୱ ଗଛ ଚାରା ରୋପଣ କରାଯାଇଛି । ଟାଟା ଷ୍ଟିଲ କଳିଙ୍ଗନଗରର କର୍ମଚାରୀ, ଠିକା କର୍ମଚାରୀ ଓ ଭେଣ୍ଡର ସହଯୋଗୀମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଭାରତର ସରକାରଙ୍କ ଏକ ପଦକ୍ଷେପ । ଏହାଦ୍ୱାରା ଅନୁପ୍ରାଣିତ ହୋଇ ଟାଟା ଷ୍ଟିଲ ପକ୍ଷରୁ ଏହାର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ।
