ଜ୍ୟାକ୍ଲିନଙ୍କୁ ପ୍ରଶଂସା
ବଲିଉଡ୍ରେ ଠିକ୍ ଠାକ୍ ଚାଲିଛି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍ଙ୍କ କ୍ୟାରିୟର୍ । ୨୦୦୬ରେ ସେ ମିସ୍ ୟୁନିଭର୍ସ ଶ୍ରୀଲଙ୍କା ମୁକୁଟ ବିଜୟିନୀ ହୋଇଥିଲେ । ୨୦୦୯ରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ଫିଲ୍ମ \”ଅ ।ଲାଦିନ୍\’ରେ । ବଲିଉଡ୍ରେ ୧୧ବର୍ଷର କ୍ୟାରିୟର୍ ଜ୍ୟାକ୍ଲିନଙ୍କର । ଗତବର୍ଷ ସେ ଟ୍ରାଇଲିଙ୍ଗୁଅ ।ଲ \”ସାହୋ\’ରେ ଏକ ଡ୍ୟାନ୍ସ ନମ୍ବର \”ବ୍ୟାଡ୍ ବୟ\’ରେ ଅ ।ସିଥିଲେ ସ୍ପେଶାଲ ଅ ।ପିୟରାନ୍ସରେ । ଏହାସହ ଦୁଇଟି ନେଟ୍ଫ୍ଲିକ୍ସ ଫିଲ୍ମ \”ଡ୍ରାଇଭ୍\’ ଓ \”ମିସେସ୍ ସିରିଏଲ୍ କିଲର୍\’ରେ ମଧ୍ୟ ଅ ।ସିଥିଲେ । ଏବେ କରୋନାର ଦ୍ୱିତୀୟ ଲହରରେ ବଲିଉଡ୍ ଗତିବିଧି ଧିମା ହୋଇଯାଇଥିବାବେଳେ ଜ୍ୟାକ୍ଲିନଙ୍କ ହାତରେ ରହିଛି ପାଞ୍ଚଟି ଫିଲ୍ମ – \”ଅ ।ଟାକ୍\’, \”ଭୂତ୍ ପୋଲିସ\’, \”ସର୍କସ୍\’ , \”ବଚ୍ଚନ ପାଣ୍ଡେ\’ ଓ \”ରାମସେତୁ\’ ।
ଜ୍ୟାକ୍ଲିନ ଏବେ ଏକ ମହତକାର୍ଯ୍ୟରେ ହାତ ଦେଇଛନ୍ତି । କରୋନା କାଳରେ ଅଣ୍ଟା ଭିଡ଼ିଛନ୍ତି ନିଜ ପକ୍ଷରୁ କିଛି କରିବାକୁ । ଏକ କୋଭିଡ୍ କେୟାର ସେଣ୍ଟର କରିବାକୁ ଜୋର୍ସୋର ପ୍ରସ୍ତୁତି ଚଳାଇଛନ୍ତି । ସେ କହିଛନ୍ତି, ଏହି ସେଣ୍ଟରରେ ରହିବ ୧୦୦ ହସ୍ପିଟାଲ ବେଡ୍ । ୫୦୦ ଅକ୍ସିଜେନ୍ କନ୍ସେନ୍ଟ୍ରେଟର୍ ଓ ୨ଟି ଅ ।ମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଉଛି । ଏହି ଅ ।ମ୍ବୁଲାନ୍ସ ଲୋକଙ୍କୁ ମାଗଣା ସେବା ଯୋଗାଇଦେବ । ଅ ।ମ୍ବୁଲାନ୍ସରେ ରହିବ ଇମ୍ର୍ଜେନ୍ସି ଚିକିତ୍ସା ସେବା । ଏହା ପୂର୍ବରୁ ଜ୍ୟାକ୍ଲିନ ଏକ ସ୍ୱେଚ୍ଛାସେବୀ ସଂଗଠନ ସହ ସାମିଲ ହୋଇ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିଥିଲେ ।
