ଗାଇଡ୍‌ଲାଇନ୍ ଅନୁଯାୟୀ ଟିଭି ଶୁଟିଂ ଆରମ୍ଭ ଫିଲ୍ମ ଶୁଟିଂ ବନ୍ଦ ରହିଛି

0
film-shooting

ଅନ୍‌ଲକ୍ ୧.୦ କାର୍ଯ୍ୟକାରୀ ହେବାପରେ ନୂତନ କଟକଣାକୁ ଦୃଷ୍ଟିରେ ରଖି ଷ୍ଟୁଡିଓଗୁଡିକରେ ଟିଭି ଶୋ ଶୁଟିଂ ଅ ।ରମ୍ଭ ହୋଇଛି । ତେବେ ଫିଲ୍ମ ଶୁଟିଂ ପାଇଁ ଅନୁମତି ମିଳିନାହିଁ । ନୂତନ ନିୟମ ଅନୁଯାୟୀ ୬୫ବର୍ଷରୁ ଅଧିକ ବୟସର ଅ ।କ୍ଟର୍ ଓ ୟୁନିଟ୍ ମେମ୍ବରଙ୍କୁ ଟିଭି ଶୋ ସେଟ୍‌ରେ ଅନୁମତି ମିଳିନାହିଁ ।
ଓଡ଼ିଅ । ଧାରାବାହିକ \”ଅଞ୍ଜଳି\’, ସିନ୍ଦୂରର ଅଧିକାର\’, \”କୁଅ ।ଁରୀ ବୋହୂ\’, \”ମୋ ଦେହେ ବୋଳି ଦେ ତୋ ଦେହ କଳା\’ର ଟିମ୍ ଏବେ ଶୁଟିଂ ସେଟ୍‌ରେ । ସନ୍ଧ୍ୟା ୭ଟା ପରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଥିବାରୁ ଦିନରୁ ଶେଷ ହେଉଛି ଶୁଟିଂ । ସେଟ୍‌ରେ ଫେସ୍‌ମାସ୍କ ବ୍ୟବହାର କରିବା ସହ ହାତ ଧୋଇବା, ଶୁଟିଂ ଅଞ୍ଚଳକୁ ସାନିଟାଇଜ୍ କରିବା ନିୟମ ମଧ୍ୟ ପାଳନ କରାଯାଉଛି । ଅଧିକାଂଶ ଶୁଟିଂ ଇନ୍‌ଡୋର୍‌ରେ କରିବା ଉପରେ ଗୁରୁତ୍ୱ ଦିଅ ।ଯାଉଛି । ଏପରିକି ଅ ।ଲିଙ୍ଗନ କରିବା କିମ୍ବା ଫିଜିକାଲ୍ କଣ୍ଟାକ୍ଟରେ ଅ ।ସିବା ସିନ୍‌ଗୁଡିକୁ ଅଭଏଡ୍ କରାଯାଉଛି । ଶୁଟିଂ ସମୟରେ ଗାଇଡ୍‌ଲାଇନ୍ ପାଳନ କରାଯାଉଛି କି ନା ଏହା ଦେଖିବାକୁ ସରକାରୀ ଅଧିକାରୀ ସେଟ୍‌କୁ ଅ ।ସୁଛନ୍ତି ।
ଫିଲ୍ମ ଶୁଟିଂ ପାଇଁ ଓଡ଼ିଶା ଫିଲ୍ମ ଡେଭେଲପ୍‌ମେଣ୍ଟ କର୍ପୋରେସନ୍ (ଓଏଫ୍‌ଡିସି) ପକ୍ଷରୁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର୍ (ଏସ୍‌ଓପି) ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟକୁ ପଠାଯାଇଛି । ଓଏଫଡିସି ଚେୟାରମ୍ୟାନ୍ କୁନା ତ୍ରିପାଠୀ କହିଛନ୍ତି, କରୋନାଭାଇରସ୍ ଭୟ ଏବେ ବି ରହିଛି । ସରକାରଙ୍କ ନିକଟକୁ ଏସ୍‌ଓପି ପଠାଯାଇଛି କିନ୍ତୁ ଏହା ଉପରେ କୌଣସି ନିଷ୍ପତ୍ତି ନିଅ ।ଯାଇନାହିଁ ।

Leave a Reply

Your email address will not be published. Required fields are marked *