ଅନଲାଇନରେ ହେବ ସଂସଦ ମୌସୁମୀ ଅଧିବେଶନ

0
praliame

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିଚାଲିଥିବାବେଳେ ଅନେକ ଗୁରୁôବପୂର୍ଣ୍ଣ ଓ ନୂଅ । ନିଷ୍ପତ୍ତି ନିଅ ।ଯାଉଛି । ଏହି କ୍ରମରେ ସଂସଦର ଅ ।ଗାମୀ ମୌସୁମୀ ଅଧିବେଶନ କିପରି କରାଯିବ ତାକୁ ନେଇ ବିଚାରବିମର୍ଶ ଅ ।ରମ୍ଭ ହୋଇଛି । ସଂସଦର ଅଧିବେଶନକୁ ଅନଲାଇନ (ଭର୍ଚୁଅ ।ଲ) ମାଧ୍ୟମରେ ଅ ।ୟୋଜନ କରିବାକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୋମବାର ବୈଠକ କରିଛନ୍ତି । ଜୁଲାଇ ମଧ୍ୟ ଭାଗରୁ ସଂସଦର ମୌସୁମୀ ଅଧିବେଶନ ଅ ।ରମ୍ଭ ହୋଇ ଅଗଷ୍ଟ ମଧ୍ୟ ଭାଗରେ ଶେଷ ହୋଇଥାଏ । ଏହି ସମୟରେ କରୋନା ମହାମାରୀର ପ୍ରକୋପ ବଜାୟ ରହିବା ସହିତ ବିଭିନ୍ନ ପ୍ରକାର କଟକଣା ବଳବତ୍ତର ରହିବ । ଏପରିସ୍ଥିତିରେ ସଂସଦର ଅଧିବେଶନ ଅ ।ୟୋଜନ ନେଇ ନୂଅ । ବୈଷୟିକ ଜ୍ଞାନକୌଶଳର ଉଦ୍ଭାବନ ଜରୁରୀ । ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ପାଇଁ ଗୋପନୀୟତା ଅ ।ବଶ୍ୟକ ନଥାଏଛ କାରଣ ଉଭୟ ଗୃହର କାର୍ଯ୍ୟ ଟେଲିଭିଜନରେ ସିଧାସଳଖ ପ୍ରସାରଣ କରାଯାଇଥାଏ । ଏପରିସ୍ଥଳରେ ଅନଲାଇନରେ ସଂସଦର ଅଧିବେଶନ ଅ ।ୟୋଜନ କରାଯିବାରେ କୌଣସି ସମସ୍ୟା ନାହିଁ । ଉଭୟ ଲୋକସଭା ଓ ରାଜ୍ୟସଭାର ମହାସଚିବମାନେ ପ୍ରସ୍ତାବ ଉପରେ ବିଚାର କରିବା ସହିତ ଏହାର ବାସ୍ତବତା ଉପରେ ତର୍ଜମା କରି ଅ ।ବଶ୍ୟକ ନିଷ୍ପତ୍ତି ନେବେ । ମିଳିଥିବା ପ୍ରସ୍ତାବରେ ଲୋକସଭାକୁ କେନ୍ଦ୍ରୀୟ ହଲ୍ରେ ଓ ରାଜ୍ୟସଭାକୁ ଲୋକସଭା ଗୃହରେ ଅ ।ୟୋଜନ କରାଯିବ । ଉଭୟ ଗୃହର ଅଧିବେଶନ ଗୋଟିଏ ଦିନରେ ହେବ ନାହିଁ ଛ ଅର୍ଥାô ଦିନେ ଛାଡି ଦିନେ ହେବ । କରୋନା ପାଇଁ ନବ ର୍ନିବାଚିତ ରାଜ୍ୟସଭା ସଦସ୍ୟମାନେ ଶପଥ ଗ୍ରହଣ ଲାଗି ଅ ।ସିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ତେଣୁ ସେମାନଙ୍କ ଶପଥ ଗ୍ରହଣକୁ ବିଳମ୍ବିତ କରାଯିବଛ ଅନ୍ୟପଟେ ସ୍ୱରାଷ୍ଟ୍ର ବିଭାଗ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅ ।ୟୋଜନ କରିବା ନେଇ କମିଟି ଅଧ୍ୟକ୍ଷ ଅ ।ନନ୍ଦ ଶର୍ମା ରାଜ୍ୟସଭା ଅଧ୍ୟକ୍ଷଙ୍କ ଠାରୁ ଅନୁମତି ଲୋଡିଥିବାବେଳେ ଏହାକୁ ଅଗ୍ରାହ୍ୟ କରାଯାଇଛି ।
ଜୁନ୍ ୩ରେ କମିଟି ବୈଠକ ଲାଗି ଶର୍ମା ସଦସ୍ୟମାନଙ୍କୁ ଜଣାଇଥିବାବେଳେ ସେମାନେ ଯୋଗଦେବା ନେଇ ଅକ୍ଷମତା ପ୍ରକାଶ କରିଥିଲେ । ଲକ୍‌ଡାଉନ କଟକଣା ଯୋଗୁଁ ଦିଲ୍ଲୀ ଯିବାକୁ କମିଟି ସଦସ୍ୟମାନେ ଅକ୍ଷମତା ପ୍ରକାଶ କରିଥିଲେ । ଫଳରେ କମିଟି ବୈଠକ ଭିଡିଓ କନଫରେନ୍ସିଂରେ ଅ ।ୟୋଜନ ନେଇ ଶର୍ମା ଅନୁମତି ଲୋଡିଥିଲେଛ ମାତ୍ର ଗୋପନୀୟତା ଉଲ୍ଲଙ୍ଘନ ହେବା ଦର୍ଶାଇ ରାଜ୍ୟସଭା ଅଧ୍ୟକ୍ଷ ଏହାକୁ ଅନୁମତି ଦେଇ ନାହାନ୍ତି । ନରେନ୍ଦ୍ର ମୋଦୀଙ୍କ ନେତୃôବ ଦ୍ୱିତୀୟ ପାଳି ସରକାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟୋୱଲା ଅନଲାଇନ (ଭର୍ଚୁଅ ।ଲ) ପାର୍ଲାମେଣ୍ଟ ଅ ।ୟୋଜନ ନେଇ ଅ ।ହ୍ୱାନ ଦେଇଥିଲେ । ସେହିପରି ସଂସଦର ବିଭିନ୍ନ ଷ୍ଟାଣ୍ଡିଂ କମିଟି ବୈଠକ ଅ ।ୟୋଜନ ଉପରେ ସେ ଗୁରୁôବ ଦେଇଥିଲେ ।

Leave a Reply

Your email address will not be published. Required fields are marked *