ସୈନିକସ୍କୁଲ ଶିକ୍ଷାର୍ଥୀଙ୍କୁ ଅନଲାଇନ୍ ପାଠ୍ୟଦାନ

0
school

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ସମଗ୍ର ଦେଶରେ କୋଭିଡ-୧୯ ସଂକ୍ରମଣ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଅ ।ଯାଇଥିବା ବେଳେ , ସୈନିକସ୍କୁଲ ଏହାର ୨୦୨୦-୨୧ ସିବିଏସ୍‌ଇ ଶିକ୍ଷାର୍ଥୀ ମାନଙ୍କ ପାଇଁ ଅନଲାଇନ୍ ପାଠ୍ୟଦାନ ବ୍ୟବସ୍ଥା ଜାରି ରଖିଛି । ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୈନିକସ୍କୁଲ ଭୁବନେଶ୍ୱରର ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ୍ ଏସ.ଡୋମିନିକ୍ ରାୟନ ସୂଚନା ଦେଇ କହିଛନ୍ତି ଯେ ସପ୍ତମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନେ ଡିଜିଟାଲ ବ୍ୟବସ୍ଥାରେ କ୍ଲାସ କରାଯାଉଛି । ଏଥି ସହିତ ଏକ୍ସଟ୍ରା କ୍ଲାସ ସହାୟତାରେ ନିଜର ସି.ବି.ଏସ୍‌.ଇ. ପାଠ୍ୟକ୍ରମ ସହିତ, ଦ୍ୱାଦଶ ଶ୍ରେଣୀର ଶିକ୍ଷାର୍ଥୀମାନେ ଅ ।ଗାମୀ ୟୁପିଏସି ଏବଂ ଏନଡିଏ ପ୍ରବେଶିକା ପରୀକ୍ଷାପାଇଁ କୋଚିଙ୍ଗ୍ର ସୁବିଧା ମଧ୍ୟ ଦିଅ । ଯାଉଛି । ଲକ୍ଡାଉନ୍ ସମୟରେ କ୍ୟାଡେଟ୍ ମାନେ ବିଦ୍ୟାଳୟ ଠାରୁ ଦୂରରେ ରହୁଥିବାରୁ , ସେମାନଙ୍କ ପାଖକୁ ସି.ବି.ଏସ୍‌.ଇ. ପାଠ୍ୟପୁସ୍ତକ ଡାକଦ୍ୱାରା ପଠାଇବାର ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟର ଉପାଧ୍ୟକ୍ଷ ଉଇଙ୍ଗ୍ କମାଣ୍ଡର ଅମିତାଭ ରଂଜନ ଏସବୁ ଏକାଡେମିକ୍ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଛନ୍ତି । ବିଦ୍ୟାଳୟର ଏହି ଅନଲାଇନ୍ ପାଠ୍ୟଦାନ ବ୍ୟବସ୍ଥା ପାଇଁ ଅଭିଭାବକ ମାନଙ୍କ ସମେତ, ପୁରାତନ ଛାତ୍ରପରିଷଦର ସଦସ୍ୟମାନେ ବିଦ୍ୟାଳୟ ପ୍ରଶାସନ ଏବଂ ଶିକ୍ଷକ ମାନଙ୍କୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *