ସକ୍ରିୟ ସଂକ୍ରମଣରେ ବିଶ୍ୱର ୪ର୍ଥ ସ୍ଥାନରେ ଭାରତ

0
corona

ଅ ।କ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ଟପିଲା
ନୂଅ ।ଦିଲ୍ଲୀ, (ଏଜେନ୍ସି): ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ଟପିଛି । ସଂକ୍ରମଣ କ୍ଷେତ୍ରରେ ବିଶ୍ୱରେ ଭାରତ ସପ୍ତମ ସ୍ଥାନରେ ରହିଥିବା ବେଳେ ସକ୍ରିୟ ସଂକ୍ରମଣ କ୍ଷେତ୍ରରେ ଅ ।ମେରିକା, ରୁଷ, ବ୍ରାଜିଲ ପରେ ଚତୁର୍ଥ ସ୍ଥାନରେ ରହିଛି । ଗତ ୫ ଦିନ ମଧ୍ୟରେ ଦେଶରେ ୪୦ହଜାରରୁ ଅଧିକ ସଂକ୍ରମଣ ସଂଖ୍ୟା ରେକର୍ଡ଼ ହୋଇଛି । ମୃତ୍ୟୁ ସଂଖ୍ୟା ୧୦୬୭ରେ ପହଞ୍ଚିଛି ।
କେନ୍ଦ୍ର ସ୍ୱ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୫୯୮ରେ ପହଞ୍ଚିଥିବାବେଳେ ମୃତ୍ୟୁହାର ୨.୮ ପ୍ରତିଶତ ରହିଛି । ଏହା ସମଗ୍ର ବିଶ୍ୱରେ ସର୍ବନିମ୍ନ ମୃତ୍ୟୁହାର । ଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ପ୍ରତି ଦୁଇଜଣଙ୍କ ମଧ୍ୟରୁ ଜଣେ ବରିଷ୍ଠ ନାଗରିକ ।
ସେ କହିଛନ୍ତି, ଭାରତରେ ପ୍ରତି ଲକ୍ଷେ ଲୋକରେ ମୃତ୍ୟୁସଂଖ୍ୟା ୦.୪୧ ରହିଛି । ବିଶ୍ୱରେ ପ୍ରତି ଲକ୍ଷେ ଲୋକରେ ପ୍ରାୟ ୫ ଜଣ ମୃତ୍ୟୁବରଣ କରୁଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୯୫୫୨୭ ଜଣ କରୋନା ଅ ।କ୍ରାନ୍ତ ସୁସ୍ଥ ହେଲେଣି । ଫଳରେ ଭାରତର ଅ ।ରୋଗ୍ୟ ହାର ୪୮.୦୭ ପ୍ରତିଶତରେ ପହଞ୍ଚିଛି । ଦେଶରେ ଅନ୍‌ଲକ-୧ ଲାଗୁ ହେବା ପରେ ନିଜକୁ ନିଜେ ସୁରକ୍ଷିତ ରଖି କରୋନା ସହ ଚଳିବାକୁ ହେବ

Leave a Reply

Your email address will not be published. Required fields are marked *