ଲିଥିୟମ ଖଣି ଅନୁସନ୍ଧାନ ଏବଂ ଉତ୍ତୋଳନ ପାଇଁ ଭାରତର କାବିଲ ଓ ଆର୍ଜେଣ୍ଟିନାର କେମେନ ଏସଇ ମଧ୍ୟରେ ଐତିହାସିକ ଚୁକ୍ତିନାମା ସ୍ୱାକ୍ଷରିତ

0
Nl-2.jpg

(Argentina)/Bhubaneswar, 15.01.2024: ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନସ୍ଥ ଉଦ୍ୟୋଗ – ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ଼ (କାବିଲ) ଆଜି ଏକ ଗୁରୁତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ଆର୍ଜେଣ୍ଟିନାର କାଟାମାର୍କା ପ୍ରଦେଶ ସରକାରଙ୍କ ଅଧୀନସ୍ଥ ଉଦ୍ୟୋଗ କେମେନ ଏସ ଇ (Catamarca Minera Energetica Sociedad Del Estado) ସହ ଆଜି କାଟାମାର୍କା ରେ ଏକ ଚୁକ୍ତିନାମା ସ୍ଵାକ୍ଷରୀତ ହୋଇଛି ।

କାଟାମାର୍କା ର ମାନ୍ୟବର ଗଭର୍ଣ୍ଣର ରଲ ଜଲିଲ, ଭାଇସ ଗଭର୍ଣ୍ଣର ଇଂ ରୁବେନ ଡସୋ, କାଟାମାର୍କା ପ୍ରଦେଶ ର ଖଣି ମନ୍ତ୍ରୀ ମାରସେଲୋ ମାରୁଆ, ଏବଂ ଆର୍ଜେଣ୍ଟିନାରେ ଭାରତର ରାଷ୍ଟ୍ରଦୂତ ଦିନେଶ ଭାଟିଆ ଙ୍କ ଉପସ୍ଥିତି ରେ ଏହି ଚୁକ୍ତିନାମା ପତ୍ର ସ୍ଵାକ୍ଷରୀତ ହୋଇଛି । ମାନ୍ୟବର କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ଏବଂ ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ସଚିବ, ଏଲ କାନ୍ଥା ରାଓ ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନସିଂ ମାଧ୍ୟମରେ ଉପସ୍ଥିତ ଥିଲେ ।

 ନାଲକୋ ସିଏମଡି ତଥା କାବିଲ ଚେୟାରମ୍ୟାନ ଶ୍ରୀଧର ପାତ୍ର ଏବଂ ନାଲକୋର ବାଣିଜ୍ୟିକ ନିର୍ଦେଶକ ତଥା କାବିଲର ସିଇଓ ସଦାଶିବ ସାମନ୍ତରାୟ, ମଧ୍ୟ ଏହି ଅବସର ରେ ଉପସ୍ଥିତ ଥିଲେ ।

ଏହି ଅବସରରେ, ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଉଭୟ ଭାରତ ଓ ଆର୍ଜେଣ୍ଟିନା ଦେଶ ପାଇଁ ଏହା ଏକା ଐତିହାସିକ ଦିନ । କାବିଲ ଏବଂ କେମେନ ମଧ୍ୟରେ ହୋଇଥିବା ବୁଝାମଣା ଦ୍ୱାରା ଦୁଇ ଦେଶର ଦ୍ବିପକ୍ଷିକ ସମ୍ପର୍କରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି । ଏହି ବୁଝାମଣା ଦ୍ୱାରା ଉଭୟ ଶକ୍ତି କ୍ଷେତ୍ରରେ ଏବଂ ଭାରତରେ ବିଭିନ୍ନ ଶିଳ୍ପ ମାନଙ୍କରେ ବ୍ୟବହୃତ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଗୁଡିକର ବିବିଧ ଓ ଦୀର୍ଘସ୍ଥାୟୀ ଯୋଗାଣ ଶୃଙ୍ଖଳ ନିଶ୍ଚିତ କରିବ ।

କୌଣସି ଭାରତୀୟ ସରକାରୀ କମ୍ପାନୀ ବିଦେଶରେ ଲିଥିୟମ ଅନୁସନ୍ଧାନ ଏବଂ ଉତ୍ତୋଳନ କ୍ଷେତ୍ରରେ କାର୍ଯ୍ୟ କରିବାରେ ଏହା ସର୍ବପ୍ରଥମ ପ୍ରକଳ୍ପ ଅଟେ । ଆର୍ଜେଣ୍ଟିନାର କାଟାମାର୍କା ପ୍ରଦେଶରେ  ୧୫୭୦୩ ହେକ୍ଟର ପରିମିତ କ୍ଷେତ୍ରରେ  କାବିଲ ପକ୍ଷରୁ ୫ଟି ଲିଥିଅମ ଖଣି ଯେପରିକି, କର୍ତାଡେରା ୧, କର୍ତାଡେରା ୭,କର୍ତାଡେରା ୮, କାଟିଓ ୨୦୨୨ -୦୧୮୧୦୧୩୨ ଏବଂ କର୍ତାଡେରା ୬ ର ଅନୁସନ୍ଧାନ ଏବଂ ବିକାଶ ର ପ୍ରକ୍ରିୟା ଆରମ୍ଭ କରିବା ସହ, କାବିଲ ଆର୍ଜେଣ୍ଟିନା ର କାଟାମାର୍କା ରେ କମ୍ପାନୀ ର ଏକା ଶାଖା କାର୍ଯ୍ୟାଳୟ ସ୍ଥାପନା କରିବ । ପ୍ରକଳ୍ପର ସମୁଦାୟ ବ୍ୟୟ ୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଏହି ବୁଝାମଣା ପତ୍ର ଦ୍ୱାରା କାବିଲକୁ ୫ ଟି ଖଣିଜ ବ୍ଲକ ର ଅବଧାରଣା ମୂଲ୍ୟାଙ୍କନ, ଏବଂ ଅନୁସନ୍ଧାନ ପାଇଁ ସ୍ୱତନ୍ତ୍ର ଅଧିକାର ତଥା ଅନୁମୋଦନ ମିଳିପାରିଛି ଯାହା ଦ୍ୱାରା  ପରବର୍ତ୍ତୀ ସମୟରେ ଖଣିଜ ପଦାର୍ଥର ସ୍ଥିତି ଅନୁସାରେ ଲିଥିୟମ ର ଉତ୍ତଳନ ଓ ବାଣିଜ୍ୟିକ କାରବାର କରାଯାଇପାରିବ । ଏହି ପ୍ରୟାସ ଭାରତ ନିମନ୍ତେ ଲିଥିୟମ ର ଆବଶ୍ୟକତା କୁ ପୂରଣ କରିବା ଦିଗରେ ତଥା ବ୍ରାଇଁନ ଲିଥିଅମ ର ଅନୁସନ୍ଧାନ ଓ ଉତ୍ତୋଳନ କ୍ଷେତ୍ରରେ ଜ୍ଞାନକୌଶଳ ଓ ପରିଚାଳନା ଅଭିଜ୍ଞତା ବିନିଯୋଗ ତଥା ବୃଦ୍ଧି କରିବାରେ ସହାୟକ ହେବ ।

ବିଶ୍ୱ ରେ  କ୍ରିଟିକାଲ ମିନେରାଲ ଅନୁସନ୍ଧାନ ଦିଗରେ କାର୍ଯ୍ୟ କରିବା ପାଇଁ ଭାରତର ୩ ସରକାରୀ ଉଦ୍ୟୋଗ ଯେପରି, ନାଲକୋ, ହିନ୍ଦୁସ୍ତାନ କପର ଲିମିଟେଡ଼ ଏବଂ ମିନେରାଲ ଏକ୍ସପ୍ଲୋରେସନ କମ୍ପାନୀ ଲିମିଟେଡ଼ ର ମିଳିତ ସହଯୋଗରେ କାବିଲ ର ଗଠନ କରାଯାଇଛି ଏବଂ ନବରତ୍ନ ନାଲକୋ ଏଥିରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଅଛି । ଏହି ପ୍ରୟାସ ଦେଶ ର କ୍ରିଟିକାଲ ମିନେରାଲ ର ଚାହିଦା ମେଣ୍ଟାଇବା ଦିଗରେ ଏବଂ ଆତ୍ମନିର୍ଭର ଭାରତ ଆଭିମୁଖ୍ୟ ପୂରଣ ଦିଗରେ ଯଥେଷ୍ଟ ସହାୟକ ହବ ।

ସୂଚନାଯୋଗ୍ୟ ଯେ ଚିଲି ଏବଂ ବଲିଭିଆ ସହ ଆର୍ଜେଣ୍ଟିନା ଦେଶ ଲିଥିୟମ ତ୍ରିକୋଣ ର ଅଂଶ ଅଟେ ।ପୃଥିବୀରେ ଗଛିତ ସମୁଦାୟ ଲିଥିୟମ ର ଅଧାରୁ ଅଧିକ ପରିମାଣ ଏହି ଦେଶରେ ରହିଥିବାବେଳେ, ଲିଥିୟମ ଉତ୍ସଗୁଡିକ କ୍ଷେତ୍ରରେ ଦ୍ଵିତୀୟ, ଲିଥିୟମ ଗଛିତ କ୍ଷେତ୍ରରେ ଦ୍ଵିତୀୟ ଏବଂ ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ୪ର୍ଥ ସ୍ଥାନରେ ରହିଛି ।
ଏହି ବୁଝାମଣା ପତ୍ର ଦ୍ୱାରା ଭାରତ ଓ ଆର୍ଜେଣ୍ଟିନା ମଧରେ ଦ୍ବିପକ୍ଷିକ ସମ୍ପର୍କ ସୁଦୃଢ ହେବା ସହ ଖଣି କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ ସମ୍ଭବ ହୋଇପାରିବ । ବିଭିନ୍ନ ଶିଳ୍ପ ନିମନ୍ତେ କ୍ରିଟିକାଲ ଓ ଷ୍ଟ୍ରାଟେଜିକ ଖଣିଜ ପଦାର୍ଥର ବିବିଧ ଓ ସ୍ଥାୟୀ ଯୋଗାଣ ଶୃଙ୍ଖଳା ନିଶ୍ଚିତ କରିବା ନିମନ୍ତେ ଏହା ଗୁରୁତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

Leave a Reply

Your email address will not be published. Required fields are marked *