କାରଗିଲ୍ ବିଜୟ ଦିବସ ଶହୀଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାରଗିଲ୍ ବିଜୟ ଦିବସ ଅବସରରେ ମାତୃଭୂମିର ସୁରକ୍ଷା ନିମନ୍ତେ ଗୋଟିଏ ପ୍ରମୁଖ ବିପଦସଂକୁଳ ଅଂଚଳରେ ଅସାଧାରଣ ବୀରତ୍ୱର ସହ ଯୁଦ୍ଧ କରିଥିବା ସାହସୀ ସୈନିକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ପରାକ୍ରମର ସହିତ ସଂଗ୍ରାମ କରିଥିବା ଶହୀଦମାନଙ୍କୁ ସମ୍ମାନ ଜଣାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି ।
