ଆମେ କ’ଣ ସ୍ୱାଧୀନ!
ଅଭିମନ୍ୟୁ ମହାପାତ୍ର
ଦେଶ ସ୍ୱାଧୀନତା ପ୍ରାପ୍ତିର ୭୩ ବର୍ଷ ଇତି ମଧ୍ୟରେ ଅତିବାହିତ ହୋଇଯାଇଛି । ଆମେ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛେ । ହେଲେ ଆମେ କ’ଣ ବାସ୍ତବରେ ଆଜି ସ୍ୱାଧୀନତାର ମୂଲ୍ୟବୋଧ ବୁଝିଛେ! ସ୍ୱାଧୀନ ଭାରତ ବର୍ଷର ପରାଧୀନ ନାଗରିକ ! ନା ଆମେ ସ୍ୱାଧୀନ ଭାବେ ନିଜର ମତବ୍ୟକ୍ତ କରିପାରୁଛେ । ସତ୍ୟ ଅକଟ୍ୟ ଓ କର୍କଷ । କିନ୍ତୁ ତାହା ସତ୍ୟ । ଆମକୁ ଏହା ଗ୍ରହଣ କରିବାକୁ ପଡ଼ିବ । ହେଲେ ସତ କହିବା ମାତ୍ରେ ପ୍ରତି ମିନିଟ୍ରେ ଜଣେ ଶତ୍ରୁ ଉଭା ହୋଇ ଯାଆନ୍ତି । ପରିବାରଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ । ସମସ୍ତେ କେବଳ ପ୍ରାଶଂସା ଶୁଣିାକୁ ବ୍ୟଗ୍ର । କେହି ବୁଝନ୍ତି ନାହିଁ ପ୍ରଶଂସା କରୁଥିବା ବ୍ୟକ୍ତି ନିଜର ସ୍ୱାର୍ଥ ହାସଲ ପାଇଁ ଏହା କରୁଥାଏ । ଆଉ ଯିଏ ଆମର ଦୋଷ ଦୁର୍ବଳକୁ ସମାଲୋଚନା କରେ ସେ ହିଁ ମୋର ପ୍ରକୃତ ବନ୍ଧୁ । ଯିଏ ମୋର ଭୁଲ୍ ସଜାଡ଼ିବାରେ ସହାୟକ ହେଉଛି । ଗଣମାଧ୍ୟମ ମଧ୍ୟ ତାର କର୍ତ୍ତବ୍ୟରୁ ଅପସରି ଯିବାକୁ ବାଧ୍ୟ ହେଲାଣି! ନିକଟ ଅତୀତରେ ଓଡ଼ିଶାରେ ଏକ ଘଟଣାକୁ ନେଇ ବୈଦ୍ୟୁତିକ ଗଣମାଧ୍ୟମ ଗୁଡ଼ିକ ନିଜ ନିଜ ମଧ୍ୟରେ କୁତ୍ସରଟନା କରିବାରେ ଲାଗିଲେ । ଯାକୁ ନେଇ ସାଧାରଣ ଲୋକମାନେ ମଧ୍ୟ ଅଟହାସ୍ୟ କରିବାକୁ ପଛାଇଲେ ନାହିଁ । ଏହା କ’ଣ ଆମ ସ୍ୱାଧୀନତା । କରୋନା ଭଳି ବିପତ୍ତି ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି । ଏହାକୁ ମିଳିମିଶି ମୁକାବିଲା କରିବା ନା ନିଜ ନିଜ ମଧ୍ୟରେ ଲଢ଼େଇ କରିବା । ୨୦୦ଶହ ବର୍ଷ ଇଂରେଜ ଓ ୮ଶହ ବର୍ଷ ମରହଟାମାନେ ଆମକୁ ଏଥିପାଇଁ ଶାସନ କରୁଥିଲେ । ଆମ ଭିତରେ ଲଢ଼େଇ ଲଗାଇ ନିଜେ ଫାଇଦା ନେଉଥିଲେ । ଆମେ କ’ଣ ସେଥିରୁ କିଛି ଶିଖିଲେନି । ପୁଣି ନିଜ ନିଜ ମଧ୍ୟରେ ଲଢ଼େଇ କରୁଛେ କ୍ଷଣିକ ସ୍ୱାର୍ଥ ହାସଲ କରିବା ପାଇଁ । ନିଜର ବଡ଼ ପଣିଆ ଜାହିର୍ କରିବା ପାଇଁ । ଓଃ କି ଲଜ୍ଜ୍ୟା । ସତରେ ଯଦି ଆଜି ଗାନ୍ଧି, ଗୋପବନ୍ଧୁ, ସୁଭାସ ଭୋଷ ଆଦି ଥିଲେ ନିଶ୍ଚୟ ଦୁଃଖ ପାଉଥାନ୍ତେ… । କହୁଥାନ୍ତେ ଆମ ବଳିଦାନ ବୃଥା ଯାଉଛି । ଜାତିରଜନକ ମହାତ୍ମାଗାନ୍ଧି ଓ ସୁଭାଷ ଚନ୍ଦ୍ର ବୋଲ ଯାହାଙ୍କ ଅଦମ୍ୟ ତ୍ୟାଗ ପାଇଁ ଆମେ ସ୍ୱାଧୀନ ହୋଇଛୁ ସେ ଯେଉଁ ରାମରାଜ୍ୟର ପରିକଳ୍ପନା କରିଥିଲେ ତା\’ର ବାସ୍ତବ ରୂପାୟନ ହୋଇପାରିଛି କି ? ସେ କହିଥିଲେ, ଯେଉଁଦିନ ବିଳମ୍ବିତ ରାତିରେ ଜଣେ ମହିଳା ରାଜରାସ୍ତାରେ ଏକାକୀ ନିର୍ଭୟରେ ଯାଇପାରିବ, ତା\’ ହେଲେ ଆମେ ପ୍ରକୃତ ସ୍ୱାଧୀନତା ପାଇଛୁ ବୋଲି କହିହେବ । ହେଲେ ଗାନ୍ଧିଜୀଙ୍କ ଏହି କଳ୍ପନା କେତେଦୂର ବାସ୍ତବ ରୂପ ନେଇଛି । ଘରଠୁ ବାହାର ପର୍ଯ୍ୟନ୍ତ ନାରୀ କେଉଁଠି ବି ସୁରକ୍ଷିତ ନୁହେଁ । ଅନ୍ୟ ପକ୍ଷରେ ଆମେ ଆମର ପରମ୍ପରା ଓ ସଂସ୍କୃତିକୁ ଜଳାଞ୍ଜଳି ଦେଇ ଚାଲିଛୁ । \”କୁଟି ଖାଅ, କାଟି ପିନ୍ଧ\’- ଜାତିର ଜନକଙ୍କ ଏ ଆହ୍ୱାନକୁ କେତେଦୂର କାର୍ଯ୍ୟକାରୀ କରିଛୁ? ଆମେ ଆମ ପରମ୍ପରା ଭୁଲି ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରୁଛୁ । ସ୍ୱଦେଶୀ ବଦଳରେ ବିଦେଶୀ ସାମଗ୍ରୀବ୍ୟବହାର କରିବା ପାଇଁ ଉଚିତ ମନେ କରୁଛୁ । ସ୍ୱାଧୀନତାର ଏତେ ବର୍ଷ ପରେ ବି ଅ ।ମେ ପରାଧୀନତାର ଶୃଙ୍ଖଳରେ ବାନ୍ଧି ହୋଇ ରହିଛୁ । ବାକ୍ ସ୍ୱାଧୀନତା ଉପରେ ରୋକ ଲାଗୁଛି । କଥା କହିଲେ ବା ମୁହଁ ଖୋଲିଲେ ପୋଲିସ ବାନ୍ଧି ନେବାର ଭୟ ରହୁଛି । ନ୍ୟାୟ, ଅନ୍ୟାୟ କ\’ଣ ଲୋକେ ଜାଣିବାର ସୁବିଧା ପାଇ ପାରୁନାହାନ୍ତି । ଏବେ ବି ଦେଶର ଏମିତି ଗାଁ ସବୁ ରହିଛି ଯେଉଁଠାକୁ ଭଲ ରାସ୍ତା ଖଣ୍ଡେ ନାହିଁ । ବିଶୁଦ୍ଧ ପାନୀୟ ଜଳର ସୁବିଧା ନାହିଁ । ଶିକ୍ଷା ସ୍ୱାସ୍ଥ୍ୟ କଥା ନକହିବା ଭଲ । ଏବେ ବି ରୋଗୀ ଭାର କିମ୍ବା ଖଟିଅ ।ରେ ବୁହାହୋଇ ହସ୍ପିଟାଲ ଯାଉଛନ୍ତି । ଭାଇଚାରା ସଂପର୍କ ସବୁ ନଷ୍ଟ ହୋଇଯାଇଛି । ହିଂସା, ଦ୍ୱେଷ, ପରଶ୍ରୀକାତରତା, ସ୍ୱାର୍ଥପରତା, ଅମାନବିକତା ଦିନକୁ ଦିନ ବଢି ବଢି ଚାଲିଛି । ସଂପର୍କ ଏଠି ତୁଚ୍ଛ ହୋଇପଡିଛି । ସରକାରୀ ଅର୍ଥ ଲୁଟ୍ ହେଉଛି । ଜଙ୍ଗଲ ପଦା ହେଉଛି । ଲୋକଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିଛି । ଚାଷୀ ଅ ।ଖିରେ ଲୁହ ଭରିଯାଉଛି । ଦୋଷୀକୁ ଦଣ୍ଡ ମିଳୁନି । ଅସାମାଜିକ ତତ୍ତ୍ୱଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି । ଚୋରି, ଖଚ, ମିଛ ସବୁ କିଛି ଅ ।ମର ଭୂଷଣ ପାଲଟିଛି । ତା\’ ହେଲେ ଅ ।ମେ ବି ସ୍ୱାଧୀନତା ହାସଲ କରିଛୁ ? ଏବେ ତ କରୋନା ମହାମାରୀ ସାରା ଦେଶକୁ ଗ୍ରାସ କରିଛି । କେବଳ କ\’ଣ ଅଗଷ୍ଟ ୧୫ ଦିନ ଜାତୀୟ ପତାକା ଉତ୍ତୋଳନ କରିଦେଲେ କ\’ଣ ଅ ।ମେ ସ୍ୱାଧୀନତା ପାଇଗଲୁ ବୋଲି ଭାବିନେବା ? ଅ ।ମ ଭିତରେ ସ୍ନେହ ମମତାର ଡୋର ଦୃଢ ହେବା ଦରକାର । ସମସ୍ତ କଳୁଷ ପରିତ୍ୟାଗ କରିବା ଅ ।ବଶ୍ୟକ । ପରସ୍ପର ମଧ୍ୟରେ ସ୍ନେହ, ସୌହାର୍ଦ୍ଦ୍ୟ ବିଞ୍ôଚ ହେବା ଜରୁରୀ । ସ୍ୱାର୍ଥପରତା ଛାଡି ମାନବିକତାକୁ ଜାବୁଡି ଧରିବା ଦରକାର । ନାରୀ ନିର୍ଯାତନା କମିବା ସହ ଧନୀ ଗରିବ ଭେଦ ଭାବ ଦୂର ହେବା ଅ ।ବଶ୍ୟକ । ଅ ।ମେ ସମସ୍ତେ ଗୋଟିଏ ଦେଶର ସନ୍ତାନ ସନ୍ତତି ଏ ଚିନ୍ତାଧାରା ଅ ।ମ ମନରେ ଉଦ୍ରେକ ହେବା ଦରକାର । ଧନୀ-ଗରିବ ମଧ୍ୟରେ ଥିବା ପ୍ରାଚୀରକୁ ଭାଙ୍ଗିବା ଅ ।ବଶ୍ୟକ । ତା\’ ହେଲେ ଅ ।ମେ ପ୍ରକୃତ ସ୍ୱାଧୀନତା ପାଇଛୁ ବୋଲି ଧରିନେବାକୁ ହେବ । ଏହା ହିଁ ଅ ।ଜିର ଅନୁଚିନ୍ତା ହେବା ଉଚିତ ।
