ଅଭୟାରଣ୍ୟରୁ ନିଖୋଜ ହେଲେ ୪ ବାଘ !

0
tiger

ବନ ବିଭାଗ ପାଖରେ ନାହିଁ କୌଣସି ସୂଚନା
ଜୟପୁର, (ଏଜେନ୍ସି): ଗତ ତିନି ମାସ ଧରି ରାଜସ୍ଥାନର ରଣଥାମ୍ବୋର ଅଭୟାରଣ୍ୟରୁ ୪ ଟି ବାଘ ନିଖୋଜ ହୋଇଯାଇଛନ୍ତି । କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ପଶୁପ୍ରେମୀମାନେ ଏ ନେଇ ସରକାରଙ୍କ ଦୃଷ୍ଟି ଅ ।କର୍ଷଣ କରିଛନ୍ତି । କରୋନା ମହାମାରୀ ଏବଂ ତାଲାବନ୍ଦ ଯୋଗୁଁ ୭୨ ଦିନ ଧରି ଅଭୟାରଣ୍ୟ ବନ୍ଦ ଥିବାରୁ ଶିକାରୀମାନେ ୪ଟି ବାଘ ଶିକାର କରି ଦେଇଥିବାର ପଶୁପ୍ରେମୀମାନେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ମୁତାବକ ଗତ ଚାରିମାସ ଧରି ବାଘ ଟି -୪୨, ରୋମିଓ ଟି -୬, ମୋହନ ଟି -୪୭ ଓ ବାଘୁଣୀ ଟି-୯୨ଙ୍କୁ ଦେଖିବାକୁ ମିଳିନାହିଁ ।
ଜାନୁଅ ।ରୀର ଶେଷ ସପ୍ତାହରେ ଟି -୪୨ ଏବଂ ଟି -୪୭ ଶେଷ ଥର ଦେଖାଯାଇଥିବାବେଳେ ଫେବୃଅ ।ରୀ ଦ୍ୱିତୀୟ ସପ୍ତାହରେ ଟାଇଗ୍ରେସ୍ ଟି -୯୨ ଦେଖାଯାଇଥିଲାଛ ଏଥି ସହିତ, ଟି -୬ ଅନେକ ମାସ ଧରି ଦେଖାଯାଇନଥିଲା । ଯାହାକୁ ନେଇ ବନ ବିଭାଗର ଅଧିକାରୀଙ୍କ ପାଖରେ କୌଣସି ସୂଚନା ନାହିଁଛ ଚାରିଟି ବାଘର ନିଖୋଜ ମାମଲା ଉଚ୍ଚ ସ୍ତରରେ ପହଞ୍ଚିବା ପରେ ଅଧିକାରୀମାନେ ସକ୍ରିୟ ହୋଇଯାଇଛନ୍ତିଛ
ଶିକାରୀମାନଙ୍କ ଉପରେ ନଜର ରଖିବା ପାଇଁ କ୍ୟାମେରା ଲଗାଇବା ସହିତ ଜଙ୍ଗଲ କର୍ମଚାରୀଙ୍କ ଏକ ଟିମ୍ ଗଠନ କରାଯାଇଛିଛ ତେବେ ଜଙ୍ଗଲରେ ଲାଗିଥିବା କୌଣସି କ୍ୟାମେରାରେ ନିଖୋଜ ଥିବା ତିନିଟି ବାଘ ଦୃଶ୍ୟମାନ ହେଉନଥିବାରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୁଖରାମ ବିଷ୍ଣୁ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ମାଗିଛନ୍ତିଛ ରଣଥାମ୍ବୋର ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳର ବନ ଅଧିକାରୀ ମୁକେଶ ସାଇନି ସ୍‌୍ୱୀକାର କରିଛନ୍ତି ଯେ ଦୀର୍ଘ ଦିନ ଧରି ଟି -୪୨ ଏବଂ ଟି -୪୭ ଦୃଶ୍ୟମାନ ହେଉନାହିଁଛ ସେମାନଙ୍କ ଟ୍ରାକିଂ ପାଇଁ କ୍ୟାମେରା ଏବଂ ଦଳ ଗଠନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ବ୍ୟାଘ୍ର ପ୍ରକଳ୍ପରେ ୨୬ଟି ବାଘ, ୨୭ଟି ବାଘୁଣୀ ଓ ୨୩ଟି ଶାବକ ରହିଛନ୍ତି ।

Leave a Reply

Your email address will not be published. Required fields are marked *