ନିଶାମୁକ୍ତ ସମାଜ ଗଠନରେ ଯୁବ ସମାଜର ଭୂମିକା ସମ୍ପର୍କିତ ବିଷୟକୁ ନେଇ ୟୁଥ୍ କନ୍‌କ୍ଲେଭ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ନିଶା ସେବନ ବିରୁଦ୍ଧରେ ଅନେକ ଦିନରୁ \”ୟୁଥ୍ ଫର ଭଲ୍ୟୁଣ୍ଟାରି ୱାର୍କ\’ ତରଫରୁ ସଚେତନତା କାର୍ଯ୍ୟକ୍ରମ, ଭିଡ଼ିଓ ମାଧ୍ୟମରେ ସଚେତନତା, ସରକାରଙ୍କ ପାଖରେ ଦାବି ଉପସ୍ଥାପନା, ନିଶା ବିରୁଦ୍ଧରେ ଆଲୋଚନାଚକ୍ର ପ୍ରଭୃତି ଆୟୋଜନ କରିଆସୁଅଛି । ଏହି ପରିପ୍ରେକ୍ଷୀରେ ଆଜି \”ନିଶା ମୁକ୍ତ ସମାଜ ପାଇଁ ଯୁବ ସମାଜର ଭୂମିକା ସମ୍ବନ୍ଧରେ ୟୁଥ୍ କନ୍‌କ୍ଲେଭ୍‌\’ ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଭୁବନେଶ୍ୱରର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ \”ନିଶାମୁକ୍ତ ସାମଜ ପାଇଁ ଯୁବ ସମାଜର ଭୂମିକା\’ ବିଷୟରେ ଲେଖନୀ ପ୍ରତିଯୋଗିତା ହୋଇଥିଲା ଓ କୃତି ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ଓ ପ୍ରାଇଜ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଓ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି, ଡ. ପ୍ରକାଶ ଶ୍ରୀଚନ୍ଦନ, ବିଶିଷ୍ଟ ଟ୍ୟାକ୍ସ କନ୍‌ସଲଟାଣ୍ଟ ଓ ଆଡ୍‌ଭୋକେଟ୍ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଶତପଥୀ, ବିଶିଷ୍ଟ ଅଭିନେତା ଓ ସମାଜସେବୀ, ଶ୍ରୀଯୁକ୍ତ ଚନ୍ଦନ କର, ବିଶିଷ୍ଟ ସମାଜସେବୀ ବିନୋଦ କୁମାର ରାଉତ, ବିଶିଷ୍ଟ ସମାଜସେବୀ ଶ୍ରୀମତୀ ବିନ୍ଦୁଜା ଉପାଧ୍ୟାୟ, ସାମାଜିକ କର୍ମୀ ଓ ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀ, ଭାଗ୍ୟଶ୍ରୀ ମହାନ୍ତି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନିଶା ବିରୁଦ୍ଧରେ କିପରି ସକରାତ୍ମକ କାର୍ଯ୍ୟକ୍ରମ କରାଯାଇପାରିବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି କନ୍‌କ୍ଲେଭ୍‌ରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ । ନିଶା ସେବନ ଦ୍ୱାରା ମଣିଷ ନିଜର ଶାରୀରିକ, ଆର୍ଥିକ, ମାନସିକ ଅବକ୍ଷୟ ଘଟାଇଥାଏ । ଆମେ ଜାଣୁ ସ୍ୱାସ୍ଥ୍ୟ ହିଁ ସମ୍ପଦ । କିନ୍ତୁ ଯୁବ ସମାଜ ନିଶାଗ୍ରସ୍ତ ହୋଇ କ୍ୟନସର ଭଳି ରୋଗରେ ପିଡୀତ ହୁଅନ୍ତି । \”ନିଶା ଛାଡ଼ନ୍ତୁ, ଜୀବନ ବାଛନ୍ତୁ\’ ଓ ଅନ୍ୟମାନଙ୍କୁ ନିଶା ସେବନଠୁ ଦୂରେଇ ରଖିବାର ପ୍ରୟାସ କରିବା ଦରକାର ବୋଲି ଉପସ୍ଥିତ ଅତିଥିଗଣ ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମଟିକୁ ମନୋଜ କୁମାର ସାହୁ, ପ୍ରଦୀପ, ପିଆଲି ପ୍ରିୟଦର୍ଶିନୀ ବେହେରା, ଅଙ୍କିତା ପଟ୍ଟନାୟକ, ସରୋଜ କୁମାର ପ୍ରଧାନ, କ୍ଷିରୋଦ କୁମାର, ବିଷ୍ଣୁ, ସୂର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *