“ଷ୍ଟିଲ୍‌-ଏ-ଥନ୍” ଫାଇନାଲ୍‌ର ବିଜେତା ଭୁବନେଶ୍ୱର ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ବୈଷୟିକ ବିଦ୍ୟାଳୟ

ଭୁବନେଶ୍ୱର : ୧୯/୦୧(ପ୍ରବାହ ନିଉଜ୍) ଭାରତର ବିଭିନ୍ନ ବୈଷୟିକ ବିଦ୍ୟାଳୟ ଗୁଡ଼ିକୁ ନେଇ ଟାଟା ଷ୍ଟିଲ୍‌ ପକ୍ଷରୁ ଆୟୋଜନ କରାଯାଇଥିବା ବହୁ ପ୍ରତିକ୍ଷୀତ ବାର୍ଷିକ ପ୍ରତିଯୋଗିତା ବିଜନେସ୍ ଚ୍ୟାଲେଞ୍ଜ୍  “ଷ୍ଟିଲ୍‌-ଏ-ଥନ୍” ଅଷ୍ଟମ ବର୍ଷର ପ୍ରତିଯୋଗିତାରେ ଭୁବନେଶ୍ଵରର ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମାନେଜମେଣ୍ଟ ର ୱିଙ୍ଗ୍‌ସ ଅଫ୍ ଷ୍ଟିଲ୍ ଦଳ ବିଜେତା ହୋଇଥିବା ବେଳେ ଆଇ.ଆଇ.ଏମ୍. ସିଲଙ୍ଗ୍‌ର ଆଇରନ୍‌ ଗାର୍ଲସ୍‌ ପ୍ରଥମ ରନର୍ସ ଅପ୍ ଏବଂ ଆଇ.ଆଇ.ଏମ୍. ସିଲଙ୍ଗ୍‌ ଥି ଏସେସ୍ ଓ ଏସ୍‌ସି ଏମ୍ଏଚ୍ଆର୍‌ଡି ପୁନେର ଷ୍ଟ୍ରାଇକର୍ସର ଦ୍ଵିତୀୟ ରନର୍ସ ଅପ୍ ହୋଇଛନ୍ତି । ବିଜେତା ଟିମ୍ କୁ ଅଢ଼େଇ ଲକ୍ଷ ଟଙ୍କା ଓ ଟ୍ରଫି, ପ୍ରଥମ ରନର୍ସ ଅପ୍‌କୁ ୧,୫୦,୦୦୦ ଟଙ୍କା ଓ ଦ୍ବିତୀୟ ରନର୍ସ ଅପ୍‌ଙ୍କୁ ୧,୦୦,୦୦୦ ଟଙ୍କାର ପୁରସ୍କାର ଦିଆଯାଇଛି । ଜାତୀୟ ଫାଇନାଲ୍‌ରେ ପ୍ରବେଶ କରିଥିବା ଅନ୍ୟ ଦଳଙ୍କୁ ୩୦,୦୦୦ ଟଙ୍କା ଓ ଇଟର୍ନସିପ୍‌ ର ସୁଯୋଗ ପ୍ରଦାନ କରାଯାଇଛି ।

ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଅନ୍ତିମ ପ୍ରତିଯୋଗିତା ଅକ୍ଟୋବର ୭ରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୯ଟି ଜାତୀୟ ଦଳ ଭାଗ ନେଇଥିଲେ । ଟାଟା ଷ୍ଟିଲ୍‌ର ଉପ-ସଭାପତି ପୀୟୂଷ ଗୁପ୍ତାଙ୍କ ନେତୃତ୍ଵରେ ମାର୍କେଟିଂ ମୁଖ୍ୟ (ବ୍ରାଣ୍ଡେଡ୍‌, ପ୍ରଡକ୍ଟସ୍ ଆଣ୍ଡ୍ ରିଟେଲ୍) ପ୍ରବୀଣ ଶ୍ରୀବାସ୍ତବ ଓ ଚିଫ୍ ଗ୍ରୁପ୍ ଏଚ୍ଆର୍ ଆଣ୍ଡ୍ ଆଇ.ଆର୍ ଜୁବିନ୍ ପାଲିଆ ବିଚାରକ ମଣ୍ଡଳୀର ସଦସ୍ୟ ଥିଲେ । ଷ୍ଟିଲ୍‌-ଏ-ଅନ୍‌ ୨୦୨୧ର ଏହି ପ୍ରତିଯୋଗିତାରେ ଦେଶର ୨୭ଟି ପ୍ରମୁଖ ବୈଷୟିକ ବିଦ୍ୟାଳୟରୁ ତିନି ଜଣିଆ ସଦସ୍ୟର ଟିମ୍ ଭାବେ ୫୮୦୦ରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ ।ଫାଇନାଲରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଟାଟା ଷ୍ଟିଲ୍ ତରଫରୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ପୀୟୂଷ ଗୁପ୍ତାଙ୍କ କହିବା ଅନୁଯାୟୀ ପ୍ରତି ବର୍ଷ ଅତିକ୍ରାନ୍ତ କରୁଥିବା ବେଳେ ଷ୍ଟିଲ୍‌-ଏ ଥନ୍‌ରେ ବିଭିନ୍ନ ବିଦ୍ୟାଳୟର  ଛାତ୍ରଛାତ୍ରୀମାନେ କ୍ରମଶଃ ଯୋଡ଼ି ହେଉଛନ୍ତି । ନିଜର ପ୍ରତିଭା ପ୍ରଦର୍ଶନ କରିବା ଏବଂ ପ୍ରତିଦ୍ଵନ୍ଦୀମାନଙ୍କ ଠାରୁ କିଛି ଶିଖିବା ଲାଗି ଏହି ପ୍ଲାଟଫର୍ମ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଷ୍ଠ ସୁଯୋଗ ଭାବେ କାର୍ଯ୍ୟ କରୁଛି ।

ଏହା ସହିତ ଟାଟାଷ୍ଟିଲ୍‌ ର ଏଚ.ଆର.ଏମ ଆତ୍ରାୟୀ ସାନ୍ୟାଲ୍
କହିଛନ୍ତି ଯେ, ଏହି ରେକର୍ଡ ସଂଖ୍ୟକ ଅଂଶଗ୍ରହଣକୁ ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ । ଷ୍ଟିଲ୍‌-ଏ-ଅନ୍ ବିଜୁନେସ୍ ଆହ୍ବାନର ଲୋକପ୍ରିୟତା ଓ ଗତ ଆଠ ବର୍ଷ ଭିତରେ ଏହାର ଅଭ୍ୟୁଦୟ ପ୍ରତି ଏହା ହେଉଛି ସ୍ୱୀକୃତି । ବିଚକ୍ଷଣ ମସ୍ତିଷ୍କ, ଶିକ୍ଷା ଏବଂ କର୍ପୋରେଟ୍‌ର ଏଭଳି ଉଲ୍ଲେଖନୀୟ ସହଯୋଗିତା କୁ ନେଇ ଖୁସି ବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *