ବିଶ୍ୱ ଯୁବ ଦକ୍ଷତା ଦିବସ
ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ବିଶ୍ୱ ଯୁବ ଦକ୍ଷତା ଦିବସରେ ଏହାର କାର୍ଯ୍ୟକାରୀ ସ୍ଥାନରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପ୍ରସାର ଘୋଷଣା କରି ଯୁବ ସଶକ୍ତିକରଣ ପାଇଁ ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । ଏହି କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ଅର୍ଦ୍ଧକୁଶଳୀରୁ କୁଶଳୀରେ ପରିଣତ କରିବା ଲକ୍ଷ୍ୟରେ କମ୍ପାନି ନ୍ୟାସନାଲ ବ୍ୟାଙ୍କ ଫର ଏଗ୍ରିକଲଚର ଓ ଗ୍ରାମୀଣ ବିକାଶ (ନାବାର୍ଡ), ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଦକ୍ଷତା ବିକାଶ ପ୍ରତିଷ୍ଠାନ ପରି ଅନେକ ଲୋଭନୀୟ ତାଲିମ ପ୍ରତିଷ୍ଠାନ ସହିତ ସହଯୋଗ କରିଛି । ଏହି ପ୍ରୟାସ ଜରୀଆରେ ବେଦାନ୍ତ ସାରା ଭାରତରେ ଯୁବକମାନଙ୍କୁ ନିରନ୍ତର ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରୁଛି ।
ଏକ ଦୃଢ ଦକ୍ଷତା ଶୈଳିକୁ ଅନୁସରଣ କରି ବେଦାନ୍ତ ଆଲୁମିନିୟମ ୧୪୦୦୦ ଯୁବକଙ୍କୁ ଏହାର ଦକ୍ଷତା ବିକାଶ ପଦକ୍ଷେପରେ ଆନୁଷ୍ଠାନିକ ସହଯୋଗ ମାଧ୍ୟମରେ ପ୍ରଶିକ୍ଷଣ ଯୋଗାଇ ଦେଇଛି । ଏହି ପ୍ରଶିକ୍ଷାର୍ଥୀମାନେ ଅଭିଜ୍ଞତା ହାସଲ କରନ୍ତି ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରନ୍ତି, ସେମାନେ ଅଧିକ ବେତନ ପ୍ରାପ୍ତ ଚାକିରି ସୁଯୋଗ ପାଇବାକୁ ଯୋଗ୍ୟ ହୁଅନ୍ତି, ସେମାନଙ୍କୁ ସୁରକ୍ଷିତ ନିଯୁକ୍ତି ଏବଂ ସମୟ ସହିତ ବେତନ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ପ୍ରଦାନ କରାଯାଇଥାଏ । ଏହି ପ୍ରଶିକ୍ଷାର୍ଥୀମାନଙ୍କର ଦୃଶ୍ୟମାନ ସଫଳତା ଏକ ଶିକ୍ଷଣ ସଂସ୍କୃତିକୁ ପ୍ରେରଣା ଯୋଗାଇଥାଏ, ଯାହାକି ଏହି ଅଂଚଳର ଅଧିକ ବ୍ୟକ୍ତିଙ୍କୁ ଏହି କାର୍ଯ୍ୟକ୍ରମରେ ନାମ ଲେଖାଇବାକୁ ଉତ୍ସାହିତ କରିଥାଏ । ବଜାର ମଧ୍ୟରେ କ୍ରମାଗତ ଚାହିଦା ଥିବା ବାଣିଜ୍ୟକୁ ଆଚ୍ଛାଦନ କରି, ତାଲିମ ପ୍ରୋଗ୍ରାମଗୁଡିକ ନିରନ୍ତର ନିଯୁକ୍ତି ଆଶା ସୁନିଶ୍ଚିତ କରେ ଯାହା ଶିଳ୍ପ ଆବଶ୍ୟକତାକୁ ପୂରଣ କରିଥାଏ ।
ଜନ ସ୍ଲାଭେନ, ସିଇଓ, ବେଦାନ୍ତ ଆଲୁମିନିୟମ କହିଛନ୍ତି ଯେ ଆମେ କାର୍ଯ୍ୟ କରୁଥିବା ଅଂଚଳର ସାମାଜିକ ଓ ଅର୍ଥନୈତକି ବିକାଶକୁ ଆଗେଇ ନେବା ଉଦ୍ଦେଶ୍ୟରେ ଯୁବ ଦକ୍ଷତା ସୃଷ୍ଟି କରିବା ଆମର ଲକ୍ଷ୍ୟ ଅଟେ । ସେମାନଙ୍କୁ ବଜାର ସମ୍ବନ୍ଧୀୟ ଜ୍ଞାନ ଦକ୍ଷତାରେ ସୁଯୋଗ୍ୟ କରି ତାଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ଆମେ କେବଳ ସାହାଯ୍ୟ କରୁ ନାହୁଁ ବରଂ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରାଇବାରେ ସାହାଯ୍ୟ କରୁଛୁ । ବର୍ତମାନ ସୁଦ୍ଧା ଆମେ ୧୪୦୦ ଯୁବକଙ୍କୁ ତାଲିମ ଦେଇଛୁ ଓ ବିଶ୍ୱ ଯୁବ ଦକ୍ଷତା ଦିବସରେ ଦକ୍ଷତାର ବ୍ୟବଧାନକୁ ଦୂର କରିବା ଲାଗି ଆମେ ନିଜର ପ୍ରତିବଦ୍ଧତାକୁ ଦୋହରାଉଛୁ ।
ଓଡ଼ିଶାରେ ବେଦାନ୍ତର ଦକ୍ଷତା କାର୍ଯ୍ୟକ୍ରମ ଏକାଧିକ ସ୍ଥାନରେ ବିସ୍ତାର କରିଛି:
- କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ଆଲୁମିନା ରିଫାଇନାରୀ କାର୍ଯ୍ୟରେ ଓଏସଡିଏ ଏବଂ ବେଦାନ୍ତ ସହେଯୋଗରେ ଆସନ୍ତା ତିନିବର୍ଷ ମଧ୍ୟରେ ୩୫୦୦ ଯୁବକଙ୍କ ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।
- ଲାଞ୍ଜିଗଡ଼ର ଭବାନିପାଟଣାରେ ଥିବା ଦକ୍ଷତା ତାଲିମ କେନ୍ଦ୍ରଗୁଡ଼ିକ ଖାଦ୍ୟ ପାନୀୟ, ଆତିଥ୍ୟ ଓ ବୈଦ୍ୟୁତିକ ରକ୍ଷଣାବେକ୍ଷଣର ଭୂମିକା ପାଇଁ ତାଲିମ ପାଠ୍ୟକ୍ରମ ପ୍ରଦାନ କରୁଛନ୍ତି । ଏହି କାର୍ଯ୍ୟକ୍ରମର ସ୍ନାତକମାନେ କ୍ଲବ ମହିନ୍ଦ୍ରା, ମିନାର୍ଭା ଗ୍ରୁପ ହୋଟେଲ ପରି ସଂସ୍ଥାରେ ସ୍ଥାନ ପାଇଛନ୍ତି । ଏହି ବର୍ଷରେ ୭୭% ନିଯୁକ୍ତି ହାର ସମ୍ଭବ ହୋଇପାରିଛି ।
- ଓଡ଼ିଶାର ଝାରସୁଗୁଡ଼ାର ଆଲୁମିନିୟମ କାରଖାନାରେ କଂପାନି ଅଶୋକ ଲେଲ୍ୟାଣ୍ଡ ଓ ରାଜ୍ୟ ସରକାରଙ୍କ ସହ ହାଲୁକା ମୋଟର ଯାନ ଓ ଭାରୀ ମୋଟର ଯାନ ତାଲିମ କାର୍ଯ୍ୟକ୍ରମ ଲାଗି ସହଯୋଗ କରିଛି । ଏହି ସଂସ୍ଥା ଜରୀଆରେ ବହୁ ଯୁବକ ତାଲିମ ଓ ନିଯୁକ୍ତି ପାଉଛନ୍ତି ।
- ବେଦାନ୍ତ ମଧ୍ୟ ଭୁବନେଶ୍ୱରରେ ଥିବ ୱାଲ୍ଡ ସ୍କିଲ ସେଂଟରରେ ମେକାଟ୍ରୋନିକସ, ମେକାନିକକାଲ ଓ ଇଲେକ୍ଟ୍ରିକାଲ ସର୍ଭିସେସ ଉପରେ ତାଲିମ ପ୍ରଦାନ କରୁଛି ।
- ଏହାର ସୁନ୍ଦରଗଡ଼ ଜାମକାନି ମାଇନିଂ ପରିଚାଳନାରେ ବେଦାନ୍ତ ଏସଡିଆଇ, ଭୁବନେଶ୍ୱର ଓ ରାଜ୍ୟ ହୋଟେଲ ମ୍ୟାନେଜମେଂଟ ସଂସ୍ଥା ବଲାଙ୍ଗିର ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମରେ ୬୦ ପ୍ରାର୍ଥୀଙ୍କୁ ତାଲିମ ପ୍ରଦାନ ବ୍ୟବସ୍ଥା କରିଛି ।
ଛତିଶଗଡ଼ର କୋରବାରେ ବେଦାନ୍ତର ନିର୍ମାଣ ସୁବିଧା ରହିଛି
-ଏହାର ବାଲକୋ ୟୁନିଟରେ ବେଦାନ୍ତ ସ୍କିଲ ସ୍କୁଲରେ ଗ୍ରମାଂଚଳର ଯୁବକ, ଡ୍ରପ ଆଉଟ ଓ ବେକାର ଯୁବକମାନଙ୍କୁ ବିଭିନ୍ନ ବିଭାଗରେ ଉପଯୁକ୍ତ ତାଲିମ ପ୍ରଦାନ କରୁଛି । ଆର୍ଥିକ ବର୍ଷ ୨୪ରେ ୮୧% ପ୍ରଶିକ୍ଷାର୍ଥି ଚାକିରି ଓ ଉଦ୍ୟୋଗୀତା ସୁଯୋଗ ପାଇଛନ୍ତି ।
ଆନ୍ଧ୍ରପ୍ରଦେଶରେ ଭାଇଜାଗ ଜେନେରାଲ କାର୍ଗୋ ବର୍ଥ ପୋର୍ଟ ପରିଚାଳନା
-ରାଣୀ ମେରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା ପାଇଁ ବେଦାନ୍ତ ଫାଉଣ୍ଡେସନ ସହ କମ୍ପାନି ସହଯୋଗ କରିଛି । ଏହି ଲ୍ୟାବ ୧୧୦୦ରୁ ଅଧିକ ହୀତାଧିକାରୀଙ୍କୁ ସଶକ୍ତ କରିଛି ଓ ଅଂଚଳରେ ଡିଜିଟାଲ ବିଭାଜନକୁ ଦୂର କରିଛି ।
- ଆଉ ମଧ୍ୟ ୧୦୦ ଯୁବକଙ୍କୁ କମ୍ପ୍ୟୁଟର ଅପରେଟର, ଇଲେକ୍ଟ୍ରିକାଲ ପ୍ରଶିକ୍ଷଣ ଦେଇ ସେଂଟର ଅଫ ଏକ୍ସଲେନ୍ସ ଫର ମାରିଟାଇମ ଆଣ୍ଡ ସିପ ବିଲଡିଂ ସହିତ ସହଭାଗୀ ହୋଇଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।