40 କୁଇଣ୍ଟାଲ ଦେଶୀ ଘିଅରେ ହେବେ ବିଶ୍ଵ ଶାନ୍ତି ମହାଜଜ୍ଞ ମହୋତ୍ସବ
142 ଟି ଯଂଜ୍ଞ କୁଣ୍ଢ ପ୍ରସ୍ତୁତ ସାରା ଓଡିଶା ରୁ ଆସିବେ 600 ପଣ୍ଡିତ ! ଏକ କାଳୀନ କରିବେ ପୂଜା ସମେତ ଯଂଜ୍ଞ
ପିପିଲି : ପ୍ରବାହ ନ୍ୟୁଜ୍ : ଜଗତ କଲ୍ୟାଣ ଓ ଗାୟତ୍ରୀ ଗୋମାତା ବିଶ୍ଵ ଶାନ୍ତି ମହାଜଜ୍ଞ ମହୋତ୍ସବ ପାଇଁ ପିପିଲି ଦାଣ୍ଡ ମୁକୁନ୍ଦପୁର ରେ ଜୋର ସୋର ରେ ଚାଲିଛି ପ୍ରସ୍ତୁତ ! ଆସନ୍ତା 15.02.2026 ରୁ 21 .02.2026 ପର୍ଯ୍ୟନ୍ତ ମହା ଆଡ଼ମ୍ବନ ରେ ପାଳନ ହେବ ବିଶ୍ଵ ଶାନ୍ତି ମହାଯଂଜ୍ଞ ! ପୁରୀ ଜିଲା ପିପିଲି ଦାଣ୍ଡ ମୁକୁନ୍ଦପୁର ମାଁ ବଗଳାମୁଖୀ ମନ୍ଦିର ପ୍ରାଙ୍ଗଣ ରେ ପୁରୀ ଜିଲା ରେ ପ୍ରଥମ ଥର କରି ଏକ କାଳୀନ 6 ସହ ବ୍ରାହଣ ପଣ୍ଡିତ କରିବେ ମନ୍ତ୍ର ଉଚ୍ଚାରଣ ଏକ କାଳୀନ କରିବେ ମହା ଜଜ୍ଞ ! ପୃଥକ ପୃଥକ ଭାବରେ 142 ଟି ଯଂଜ୍ଞ କୁଣ୍ଢ ରେ କରିବେ ଏକ କାଳୀନ ହୋମ ଯଂଗ୍ୟ ! ରାଜ୍ୟର ଭିଭିର୍ଣ ଜିଲାରୁ ଆସିବେ 600 ରୁ ଅଧିକ ପଣ୍ଡିତ !ସଜେଇ ହେଉଛ ପୁରୀ ଜିଲା ପିପିଲି ଦାଣ୍ଡମୁକୁନ୍ଦ ପୁର ବଗଳାମୁଖୀ ପୀଠ ! ବାଉଁଶ ଓ ଚାଳ ଛପର ରେ ପ୍ରସ୍ତୁତ ହେଉଛି ପୃଥକ ପୃଥକ 141 ଟି ଯଜ୍ଞ କୁଣ୍ଢ ଓ ଯଂଜ୍ଞ ଶାଳା ପ୍ରସ୍ତୁତ ପାଇଁ ଦୀର୍ଘ 1 ମାସରୁ ଅଧିକ ସମୟ ହେବ ପ୍ରତେକ ଦିନ 70 ରୁ 80 ଲୋକ କରୁଛନ୍ତି ପ୍ରସ୍ତୁତି କାର୍ଯ୍ୟ ! ଏପଟେ 300 ସହର ରୁ ଅଧିକ ଦେବା ଦେବୀ ଙ୍କ ମାଟି ମୂର୍ତି କରିବା ପାଇଁ 30ଜଣ ମୂର୍ତ୍ତିକାରୀଗର 2 ମାସ ହେଲାଣି କରୁଛନ୍ତି ପ୍ରସ୍ତୁତ ! ପୁରୀ ଜିଲାରେ ପ୍ରଥମ ଥର ଗୋଟିଏ ଯଂଜ୍ଞ କୁଣ୍ଢ ପାଇଁ ଗୋଟିଏ ଯଂଜ୍ଞ ମାଳା 7 ଏକର ଜାଗାରେ ହେଉଛି ନିର୍ମାଣ !ରାଜ୍ୟ ତଥା ରାଜ୍ୟ ବାହାରୁ ଆସିବେ ପୁରୁଖା ଜ୍ଞାନୀ ବ୍ରମଣ ପଣ୍ଡିତ ! ଦେଶ ଓ ରାଜ୍ୟ ର ଭିବୀର୍ଣ କୋଣ ଅନୁକୋଣ ଭକ୍ତ ମାନଂକର ଠାରୁ ଦାନ ରେ ଆସିବ 40 କୁଇଣ୍ଟାଲ ଦେଶୀ ଘିଅ ! 8 ଟି ବଡ଼ ମଣ୍ଡପ ରେ 21 ଟି ଯଂଜ୍ଞ କୁଣ୍ଢ ରେ 400 ପଣ୍ଡିତ କରିବେ ବେଦ ପୂଜା ଗାୟତ୍ରୀ ମନ୍ତ୍ର ସମେତ ଚଣ୍ଡି ପାଠ ସମାନ ସମୟରେ 121 ଟି ଛୋଟ ମଣ୍ଡପ ରେ 200 ପଣ୍ଡିତ କରିବେ ଯଂଜ୍ଞ ଓ ପୂଜା ! ଚାରି ପାଶ୍ୱର୍ରେ ବସିବେ 200 ରୁ ଅଧିକ ଦେବା ଦେବୀ 3 ଲକ୍ଷ ଫୁଲରେ ସୁ ସଯିତ ହେବ ପୁରା ପୁରା ମଣ୍ଡପ ମନ୍ତ୍ର ଦ୍ୱନି ଆଧ୍ୟାତ୍ମିକ ପରିବେଶ ରେ ପ୍ରକମ୍ପିତ ଯଂଜ୍ଞ ମଣ୍ଡପ ! ଏକ ଲକ୍ଷ ରୁ ଅଧିକ ଭକ୍ତ ହେବେ ସମାଗମ ! ପ୍ରଭୁ ଜଗନାର୍ଥ ଙ୍କର 32 ଟି ଭେଷ ର ଦର୍ଶନ ପାଇବେ ଭକ୍ତ ! ସୋଲ ରେ ଜଗନାର୍ଥ ମନ୍ଦିର ନିର୍ମାଣ କରୁଛନ୍ତି ପଶ୍ଚିମ ବଙ୍ଗ ର କାରିଗର ! ଏପଟେ ଲକ୍ଷ ଲକ୍ଷ ଭକ୍ତ ଙ୍କ ଆଗମଙ୍କୁ ଆଖି ଆଗରେ ରଖି ମାଗଣା ପ୍ରସାଦ ସେବନ ପାଇଁ ପ୍ରସୂତ ରେ ଅଛନ୍ତି ଅନେକ ଭକ୍ତ ! ଜଗନାର୍ଥ ଙ୍କର ସୁନ୍ଦର 32 ପ୍ରକାର ର ଭେଷ ସହ ମହାଜଜ୍ଞ ମହୋତ୍ସଵ ଦର୍ଶନ ପାଇଁ ଆପେକ୍ଷା ରେ ଭକ୍ତ !
