ତନ୍ମୟ ପଣ୍ଡାଙ୍କ ଆରୋଗ୍ୟ ପାଇଁ ୱାର୍ଲଡ ଓଡିଶା ସୋସାଇଟିର ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ

ଭୁବନେଶ୍ୱର/ ନୂଆଦିଲ୍ଲୀ, ୧୯ା୧:  ୱାର୍ଲଡ ଓଡିଶା ସୋସାଇଟି (ୱାଓସୋ) ତରଫରୁ ଡଃ ଚନ୍ମୟ ପଣ୍ଡାଙ୍କର ଆଶୁ ଆରୋଗ୍ୟ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ ଆୟୋଜନ କରାଯାଇଥିଲା । ୱାଓସୋର ଅଧ୍ୟକ୍ଷ କିଶୋର ଦ୍ୱିବେଦୀଙ୍କ ପୌରହିତ୍ୟରେ ଆଭାସୀ ମଞ୍ଚରେ ଅନୁଷ୍ଠିତ ଏହି ବୈଠକରେ ସାରା ପୃଥିବୀର ବିଭିନ୍ନ ଦେଶର ୱାର୍ଲଡ ଓଡ଼ିଶା ସୋସାଇଟିର ସଦସ୍ୟ ଓ ଶୁଭେଚ୍ଛୁ ମାନେ ଯୋଗ ଦେଇଥିଲେ । ୱାଓସୋ ର ପ୍ରକାଶନ ବିଭାଗର ଅତିରିକ୍ତ ସମ୍ପାଦକ, ଟରାଣ୍ଟୋ ସ୍ଥିତ ବିଦ୍ୟା ପବ୍ଲିସିଂ ଇଙ୍କ୍‍ର ପ୍ରତିଷ୍ଠାତା ଓ କାନାଡା ଠାରେ ବ୍ୟବସାୟ ଏବଂ ସାମାଜିକ ଉଦ୍ୟୋଗୀ ବିଭାଗର ପ୍ରାଧ୍ୟାପକ ଡଃ ତନ୍ମୟ ପଣ୍ଡା ନିକଟରେ ମସ୍ତିଷ୍କ ଜନିତ ରୋଗରେ ପୀଡ଼ିତ ହୋଇଥଲେ । ଟରୋଣ୍ଟୋ ସ୍ଥିତ ଏକ ଡାକ୍ତରଖାନାରେ ତାଙ୍କର ମସ୍ତିଷ୍କ ରେ ଅସ୍ତ୍ରୋପଚାର କରାଯାଇଥିଲା । ସେ ଏବେ ଡାକ୍ତରଖାନାରେ ଇଣ୍ଟେନସିଭ୍‍ କେୟାର ଇଉନିଟରେ ବେହୋସ ଅବସ୍ଥାରେ ଥିବାର ପାରିବାରିକ ସୂତ୍ରରୁ ପ୍ରକାଶ ।


ୱାଓସୋର ପ୍ରତିଷ୍ଠାତ୍ରୀ ଡକ୍ଟର ଅରୁନ୍ଧତୀ ଦେବୀଙ୍କ ତତ୍ତ୍ୱାବଧାନରେ ୧୦୮ଥର ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ ସମ୍ପନ୍ନ ହୋଇଥିଲା । ଡଃ ଦେବୀଙ୍କ ସହିତ କଟକସ୍ଥିତ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀବୃନ୍ଦ ଏବଂ ଉପସ୍ଥିତ ଅଂଶଗ୍ରହଣକାରୀ ମାନେ ଡଃ ପଣ୍ଡାଙ୍କ ସୁସ୍ଥତା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି ମନ୍ତ୍ର ଉଚ୍ଚାରଣ କରିଥିଲେ । ଡଃ ପଣ୍ଡା ଙ୍କର ଅନ୍ତରଙ୍ଗ ବନ୍ଧୁ ଟରୋଣ୍ଟୋ ସ୍ଥିତ ପ୍ରଭୁ ପବ୍ଲିକେଶନ୍‍ର ପ୍ରତିଷ୍ଠାତା ଓ ୱାଓସୋର ବ୍ୟଞ୍ଜନ ବିଭାଗର ସାଧାରଣ ସମ୍ପାଦକ ପ୍ରଶାନ୍ତ ଭୂୟାଁ ଏବଂ ସାହିତ୍ୟିକା ଡଃ ସରୋଜିନୀ ପାଣି ନିକଟ ଅତୀତରେ ଡଃ ପଣ୍ଡା ଙ୍କ ସହିତ ସେମାନଙ୍କର କିଛି ସୁଖଦ ଅନୁଭୂତି ବର୍ଣ୍ଣନା କରିଥିଲେ । ୱାଓସୋର ଉପ ସଭାପତି ରୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


ସମଗ୍ର ମନ୍ତ୍ରପାଠ କାର୍ଯ୍ୟକ୍ରମକୁ ଭୁବନେଶ୍ୱରରୁ ଶ୍ରୀମତୀ ବନୋଜିନୀ ନାୟକ ସଞ୍ଚାଳନ କରିଥିଲେ ।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଦୁବାଇରୁ ସୁଧାଶ୍ରୀ ଦାଶ, ଆମେରିକାରୁ ସଞ୍ଜୟ ଦଳାଇ, ଲଣ୍ଡନରୁ ଡଃ ଜୟଶ୍ରୀ ନନ୍ଦ, ବାହାରିନରୁ ସୁବାସ ସାହୁ, ଆୟର୍ଲାଣ୍ଡରୁ ଶ୍ରୀମାରାଣୀ ଦାସ, କୃପାନିଧି ବିଶ୍ୱାଳ, ରେଣୁବାଳା ମିଶ୍ର, ବରଦା ପ୍ରସନ୍ନ ଦାସ, ବନ୍ଦିତା ରାୟ, ସନାତନ ମହାକୁଡ, ସୁବ୍ରତ କୁମାର ରଥ, ଡଃ କିରଣ କୁମାର ପାଣିଗ୍ରାହୀ, ଆୟିଶା ସ୍ୱାଇଁ, ତାପସ ପଣ୍ଡା, ମଧୁସ୍ମିତା ଆଚାର୍ଯ୍ୟ ଓ ଗଣେଷ ପରିଡା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ନନ୍ଦନ ଦ୍ୱିବେଦୀ ଡିଜିଟାଲ କକ୍ଷକୁ ନିୟନ୍ତ୍ରଣ କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed