ବିଶ୍ୱ ପରିବେଶ ଦିବସରେ ଓ ପରିବେଶବିତ୍

ଶ୍ରୀ ବ୍ରଜବନ୍ଧୁ ଦାଶଙ୍କ ଜନ୍ମ ବାର୍ଷିକୀରେ ଚାରାରୋପଣ କାର୍ଯ୍ୟକ୍ରମ
ଭୁବନେଶ୍ୱର : ବାଲୁଗାଁ ନିକଟସ୍ଥ ବ୍ରାହ୍ମଣକୁଶଡିହ ଗ୍ରାମରେ ତା ୫.୬.୨୦୨୪ରିଖ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ତଥା ପ୍ରକୃତପ୍ରେମୀ, ପରିବେଶ ବିତ୍ ଓ ଏ୍ୟୌତିହାସିକ ୰ ବ୍ରଜବନ୍ଧୁ ଦାଶଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ଅଗ୍ରଣୀ ଅନୁଷ୍ଠାନ “ପ୍ରୟାସ” ତରଫରୁ ଅନେକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ସ୍ୱର୍ଗତ ଦାଶଙ୍କ ପୁତ୍ର ସମାଜସେବୀ ଶ୍ରୀ ଲଲାଟେନ୍ଦୁ ଦାଶ ଓ ଅନୁଷ୍ଠାନର ସମ୍ପାଦକ ଶ୍ରୀ କୁଳମଣି ବାରିକ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ପରେ ଏକ ସ୍ମୃତିଚାରଣ ସଭାର ଆୟୋଜନ କରାଯାଇଥିଲା ।