ଭାରତରେ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪

ଶ୍ରୀ ଅମିତ ଶାହ, ସମ୍ମାନନୀୟ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ଓ ସହକାରିତା ମନ୍ତ୍ରୀ ଏହି କାର୍ଯ୍ୟକ୍ରମର ମାର୍ଗଦର୍ଶନକାରୀ ଶକ୍ତି

ନୂଆଦିଲ୍ଲୀ: ବିଶ୍ୱସ୍ତରରେ ସମବାୟ ଆନ୍ଦୋଳନ ନିମନ୍ତେ ରହିଥିବା ପ୍ରମୁଖ ଓ ସର୍ବପୁରାତନ ସଂସ୍ଥା ଇଂଟରନ୍ୟାସନାଲ କୋଅପରେଟିଭ ଆଲାଏନ୍ସ (ଆଇସିଏ)ର ଦୀର୍ଘ ୧୩୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଇଫକୋ ପ୍ରୟାସରେ, ଆଇସିଏ ସାଧାରଣ ପରିଷଦ ବୈଠକ ଏବଂ ବିଶ୍ୱ ସମବାୟ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବ। ୨୦୨୩ ଜୁନ୍ ୨୮ ତାରିଖରେ ବ୍ରସେଲ୍‌ସଠାରେ ଆଇସିଏ ସାଧାରଣ ପରିଷଦ ବୈଠକ ଅବସରରେ ଇଫକୋ ଭାରତରେ ଆଇସିଏ ସାଧାରଣ ପରିଷଦ ବୈଠକ ଏବଂ ବିଶ୍ୱ ସମବାୟ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା ଏବଂ ବୋର୍ଡ ସଦସ୍ୟମାନେ ସେଥିରେ ରାଜି ହୋଇଥିଲେ। ପୁନଶ୍ଚ ଜାତିସଂଘ ସଂଗଠନ (ୟୁଏନଓ) ମୁଖ୍ୟଦପ୍ତରରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ ଭାରତରେ ବିଶ୍ୱ ସମବାୟ ସମ୍ମିଳନୀ ଅବସରରେ ଜାତିସଂଘ ଆନ୍ତର୍ଜାତିକ ସମବାୟ ବ ର୍ଷ (ୟୁଏନ ଆଇଓ୍‌ବାଇସି୨୦୨୫)ର ଆନୁଷ୍ଠାନିକ ଶୁଭାରମ୍ଭ କରାଯିବ।
ଶ୍ରୀ ଅମିତ ଶାହ, ସମ୍ମାନନୀୟ ସହକାରିତା ମନ୍ତ୍ରୀ, ଭାରତ ସରକାର ଏହି କାର୍ଯ୍ୟକ୍ରମରେ ୨୦୨୪ ନଭେମ୍ବର ୨୫ ତାରିଖ ଅପରାହ୍ଣ ୩ଟାରେ ଉପସ୍ଥିତ ରହିବେ। ସେ ବିଶ୍ୱ ସମବାୟ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷତା କରିବେ। ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ଉପରେ ଏକ ସ୍ମାରକୀ ଡାକଟିକଟ ମଧ୍ୟ କାର୍ଯ୍ୟକ୍ରମ ଅବସରରେ ଉନ୍ମୋଚିତ ହେବ। ଏହି କାର୍ଯ୍ୟକ୍ରମକୁ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା ନିମନ୍ତେ ନିବେଦନ କରାଯାଉଛି।
ଶ୍ରୀ ଜେରୋଏନ୍ ଡଗ୍‌ଲାସ- ଡିଜି-ଆଇସିଏ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ୨୦୨୪ ନଭେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌, ଆଇଟିପିଓ, ପ୍ରଗତି ମଇଦାନରେ ଅନୁଷ୍ଠିତ ହେବ। ସେ କହିଛନ୍ତି, ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିବ ‘ସମବାୟେ ସମସ୍ତଙ୍କ ପାଇଁ ସମୃଦ୍ଧି ନିର୍ମାଣ କରେ’ ଏବଂ ଉପ ବିଷୟଗୁଡିକ ମଧ୍ୟରେ ରହିବ-

  • ନୀତି ଓ ଔଦ୍ୟୋଗିକୀ ପରିବ୍ୟବସ୍ଥାକୁ ସମର୍ଥ କରାଇବା
  • ସମସ୍ତଙ୍କ ପାଇଁ ସମୃଦ୍ଧି ଆଣିବାକୁ ଉଦ୍ଦେଶ୍ୟ ସାଧନକାରୀ ନେତୃତ୍ୱର ପରିପୋଷଣ
  • ସମବାୟ ପରିଚିତିକୁ ପୁନଃ ସୁଦୃଢ କରିବା
  • ଭବିଷ୍ୟତକୁ ରୂପରେଖ ଦେବା: ଏକବିଂଶ ଶତାବ୍ଦୀରେ ସମସ୍ତଙ୍କ ପାଇଁ ସମୃଦ୍ଧି ଆଣିବା ଦିଗରେ।
    ଶ୍ରୀ ଜେରୋଏନ୍ ଡଗ୍‌ଲାସ ଏହି ତଥ୍ୟ ଉପରେ ଜୋର୍‌ଦେ କହିଥିଲେ ଯେ, “ଏହି କାର୍ଯ୍ୟକ୍ରମର ଆୟୋଜକ ଇଫକୋ ହେଉଛି ଆଇସିଏର ପ୍ରମୁଖ ଅଂଶୂୀଦାର ଏବଂ ବିଶ୍ୱ ସମବାୟ ମନିଟର (ଡବ୍ଲ୍ୟୁସିଏମ୍‌)ରେ ବିଶ୍ୱରେ କ୍ରମାଗତ ତିନିବର୍ଷ ଧରି ୧ ନମ୍ବର ର‌୍ୟାଙ୍କ ହାସଲ କରିଆସିଛି (କାରବାର/ମୁଣ୍ଡପିଛା ଜିଡିପି ଆଧାରରେ)।”
    ସେ ସୂଚନା ଦେଇ କହିଥିଲେ ଯେ ଭୁଟାନର ସମ୍ମାନନୀୟ ପ୍ରଧାନମନ୍ତ୍ରୀ, ଜାତିସଂଘ ଅର୍ଥନୈତିକ ପରିଷଦ (ୟୁଏନ୍ ଇସିଓଏସ୍‌ଓସି)ର ପ୍ରେସିଡେଂଟ, ଇଂଟରନ୍ୟାସନାଲ କୋଅପରେଟିଭ ଆଲାଏନ୍ସର ପ୍ରେସିଡେଂଟ, ଜାତିସଂଘର ୧୦୦ରୁ ଅଧିକ ରାଷ୍ଟ୍ରରୁ ପ୍ରତିନିଧିତ୍ୱ କରିବାକୁ ଥିବା ୧୫୦୦ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ସ୍ଥାନପାଇବେ।
    ଡ.ଆଶିଷ କୁମାର ଭୁଟାନି, ସେକ୍ରେଟାରୀ, ସହକାରିତା ମନ୍ତ୍ରଣାଳୟ, ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ‘ସମବାୟ ସମସ୍ତଙ୍କ ପାଇଁ ସମୃଦ୍ଧି ନିର୍ମାଣ କରୁଛି’ ଭାରତ ସରକାରଙ୍କ ସ୍ଲୋଗାନ ‘ସହକାର ସେ ସମୃଦ୍ଧି’ ଅନୁରୂପ ହୋଇଛି ଯାହା ବାସ୍ତବରେ ‘ସହକାରିତା ଜରିଆରେ ସମୃଦ୍ଧି’କୁ ବୁଝାଉଛି।
    ସହକାରିତା ନିମନ୍ତେ ପୃଥକ ମନ୍ତ୍ରଣାଳୟ ସହିତ ଶ୍ରୀ ଅମିତ ଶାହ ପ୍ରଥମ କେନ୍ଦ୍ର ସହକାରିତା ମନ୍ତ୍ରୀ ଭାବରେ ଏହାର ନେତୃତ୍ୱ ନେଉଥିବାରୁ ଭାରତୀୟ ସମବାୟ କ୍ଷେତ୍ର ସମବାୟ ଆନ୍ଦୋଳନର ଅଭିବୃଦ୍ଧି ଓ ବିକାଶ ନିମନ୍ତେ ୫୪ଟି ପ୍ରୟାସ ଆରମ୍ଭ କରି ଜାତୀୟ ଜିଡିପିରେ ବୃହତର ଅବଦାନ ରଖିବାର ନୂତନ ମାଇଲଖୁଂଟ ସ୍ଥାପନ କରିଛି। ପିଏସିଗୁଡିକର କଂପ୍ୟୁଟରିକରଣ ହେଉ ଅଥବା ଏହି କ୍ଷେତ୍ରରେ ଜାତୀୟସ୍ତରରେ ଉପସ୍ଥିତି ନଥିବା ତିନିଟି ନୂତନ ସମବାୟ ସ୍ଥାପନ ହେଉ, ଏହି ସମସ୍ତ ପଦକ୍ଷେପ ଭାରତକୁ ବିଶ୍ୱ ସମବାୟ ଆୟୋଳନରେ ସର୍ବାଗ୍ରେ ଅବସ୍ଥାପିତ କରିଛି ଏବଂ ଭାରତ ଅନ୍ୟତମ ଦ୍ରୁତତମ ଅଭିବୃଦ୍ଧିଶୀଳ ସମବାୟ କ୍ଷେତ୍ର ହେଉଛି।
    ଡ.ୟୁ ଏସ ଅୱସ୍ଥି, ଏମ୍‌ଡି, ଇଫ୍‌କୋ ଲିମିଟେଡ କହିଛନ୍ତି, “ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ସମବାୟ ସମସ୍ତଙ୍କ ପାଇଁ ସମୃଦ୍ଧି ନିର୍ମାଣ କରେ’ ଯାହା ପଛରେ ଏକ ସମୃଦ୍ଧ ଏବଂ ସୁରକ୍ଷିତ ସମବାୟ ଆନ୍ଦୋଳନ ଗଢିତୋଳିବା ନିମନ୍ତେ ଆମର ଦୀର୍ଘସୂତ୍ରୀ ଲକ୍ଷ୍ୟ ରହିଛି। ବିଚାରଧାରାଗୁଡିକର ନିୟୋଜନକାରୀ ବିନିମୟ ନିମନ୍ତେ ଆମେ ନିଜ ସ୍ଥାନରେ ଆନ୍ତର୍ଜାତିକ ପ୍ରତିନିଧିମାନଙ୍କୁ ଏକତ୍ରିତ କରିବା ନେଇ ନିଜକୁ ଗୌରବାନ୍ୱିତ ମନେକରୁଛୁ।”
    ଇଫକୋ ସର୍ବଦା ଭାରତୀୟ କୃଷକମାନଙ୍କର ସ୍ୱାର୍ଥକୁ ଏହାର ହୃଦୟରେ ସ୍ଥାନ ଦେଇଆସିଛି। ସେଥିପାଇଁ ଏହି ସମ୍ମିଳନୀ ଅବସରରେ ଭାରତୀୟ ସମବାୟଗୁଡିକର ଉତ୍ପାଦ ଓ ସେବାଗୁଡିକୁ ଭାରତୀୟ ଗ୍ରାମ ବିଷୟକୁ ନେଇ ସ୍ଥାପନ କରାଯିବାକୁ ଥିବା ‘ହାଟ’ ସେଟ୍‌ଅପ୍‌ରେ ପ୍ରଦର୍ଶିତ କରାଯିବ।
    ଭାରତୀୟ ସମବାୟ ଆନ୍ଦୋଳନ ସର୍ବଦା ପରିବେଶ ସୁରକ୍ଷା ନିମନ୍ତେ ସାଂସ୍କୃତିକ ଭାବରେ ପ୍ରେରିତ ହୋଇଆସିଛି ଏବଂ ଇଫକୋର ସହଯୋଗୀ ସଂସ୍ଥା ଆଇଏଫଏଫଡିସି ବିଗତ ବର୍ଷଗୁଡିକରେ କାର୍ବନ କ୍ରେଡିଟ କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ଉପାର୍ଜନକାରୀ ହୋଇଛି। ଭାରତୀୟ ସମବାୟ ଆନ୍ଦୋଳନର ଏହି ପରମ୍ପରାକୁ ଜାରି ରଖି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ କାର୍ବନ ନ୍ୟୁଟାଲ ହେବ। ସମ୍ଭାବ୍ୟ କାର୍ବନ ନିର୍ଗମନ ଭରଣା କରିବା ନିମନ୍ତେ ୧୦,୦୦୦ ଅଶ୍ୱତ୍‌ଥ ବୃକ୍ଷ ଚାରା ରୋପଣ କରାଯିବ।
    ସମବାୟ କ୍ଷେତ୍ରରେ ମହିଳାମାନଙ୍କର ଅଗ୍ରଣୀ ସ୍ୱର ଏବଂ ବୋର୍ଡରେ ମହିଳା ଡାଇରେକ୍ଟରଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ କରିବାରେ ପ୍ରଥମ ସଂଗଠନ ଇଫକୋ ସର୍ବାଧିକ ସଂଖ୍ୟକ ମହଳା ସମବାୟବିତ୍‌ଙ୍କର ଅଂଶଗ୍ରହଣକୁ ଉତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧ ରହିଛି। ଭାରତୀୟ ସମବାୟ ସଂସ୍ଥାସମୂହ ଏବଂ ବିଶ୍ୱସ୍ତରୀୟ ସମବାୟଗୁଡିକ ମଧ୍ୟରେ ସହଯୋଗକୁ ମଜଭୁତ କରିବା ନିମନ୍ତେ ବୃହତ୍ ନେଟୱର୍କିଂ ଅଧିବେଶନମାନ ଆୟୋଜନ କରାଯିବ ଯାହା ସମବାୟ-ରୁ-ସମବାୟ ଦରିଆପାରି ବ୍ୟବସାୟିକ ଅଭିବୃଦ୍ଧି ସୁନିଶ୍ଚିତ କରିବ।

Leave a Reply

Your email address will not be published. Required fields are marked *