ବିଶ୍ୱସ୍ଥରୀୟ ଅନୁଷ୍ଠାନ ଆଇଡିପି ଏଡୁକେଶନ ଭୁବନେଶ୍ୱରରେ ବଡ଼ ଆନ୍ତର୍ଜାତୀୟ ଶିକ୍ଷା ମେଳା ଆୟୋଜନ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଆନ୍ତର୍ଜାତୀୟ ଶିକ୍ଷାସେବାରେ ବିଶ୍ୱସ୍ଥରୀୟ ଅନୁଷ୍ଠାନ ଆଇଡିପି ଏଡୁକେଶନ ଭୁବନେଶ୍ୱରରେ ବଡ଼ ଆନ୍ତର୍ଜାତୀୟ ଶିକ୍ଷା ମେଳା ଆୟୋଜନ କରିଛି। ୨୫ ଏପ୍ରିଲ ୨୦୨୫ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆମେରିକା , ୟୁକେ ପ୍ରଭୃତି ବଡ଼ ବଡ଼ ସହରର ଶିକ୍ଷାନୁଷ୍ଠାନ ସହ ୧୩ଟି ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନରେ ଶିକ୍ଷାଲାଭ ପାଇଁ ଚାହୁଁଥିବା ପ୍ରାର୍ଥୀଙ୍କ ଲାଗି ସମର୍ଥନ ଯୋଗାଇବ।

ଏହି ଆନ୍ତର୍ଜାତୀୟ ଶିକ୍ଷାମେଳାରେ ଛାତ୍ର ଓ ଅଭିଭାବକମାନଙ୍କୁ ସେମାନଙ୍କ ପସନ୍ଦର ଶିକ୍ଷାନୁଷ୍ଠାନ ଓ ପାଠ୍ୟକ୍ରମ ବିଷୟରେ ଧାରଣା ପ୍ରଦାନ କରିବ। ଅଂଶଗ୍ରହଣକାରୀମାନେ ସେମାନଙ୍କ ଶିକ୍ଷାଗତ ଓ ବୃତିଗତ ଭବିଷ୍ୟତ ବିଷୟରେ ନିଷ୍ପତି ନେଇପାରିବେ।

ମେଳା ବିଷୟରେ ଦକ୍ଷିଣ ଏସିଆ, କାନାଡ଼ା ଓ ଲାଟିନ ଆମେରିକାର ଆଂଚଳିକ ନିର୍ଦ୍ଦେଶକ ପୀୟୁଷ କୁମାର, ଆଇଡିପି ଏଡୁକେଶନ କହିଛନ୍ତି ଯେ ଭୁବନେଶ୍ୱର ଆନ୍ତର୍ଜାତୀୟ ଶିକ୍ଷା ଲାଗି ଏକ ପ୍ରମୁଖ ବଜାର। ପିଲାମାନଙ୍କ ଚାହିଦା ପୂରଣ ପାଇଁ ଏହି ପରିବର୍ତନଶୀଳ ଯାତ୍ରାରେ ସେମାନଙ୍କୁ ମାର୍ଗଦର୍ଶନ ଲାଗି ଆମେ ପ୍ରୟାସ କରୁଛୁ। ଏହି ପ୍ଲାଟଫର୍ମ ଜରୀଆରେ ସେମାନେ ନିଜର ଭବିଷ୍ୟତ ଶିକ୍ଷା ବିଷୟରେ ନିଷ୍ପତି ନେଇପାରିବେ।

ଏହି ମେଳା ଛାତ୍ରଛାତ୍ରୀମାନଙ୍କୁ ସୁବିଧାରେ ପଢିବା ଲାଗି ବିସ୍ତୃତ ଜ୍ଞାନ ପ୍ରଦାନ କରିବ। ଯେଉଁଥିରେ ଭିସା ନୀତି, ଶିକ୍ଷା ପର ସୁଯୋଗ, ବୃତି ଏବଂ ଉଭୟ ଛାତ୍ର ଓ ସେମାନଙ୍କ ଅଭିଭାବକଙ୍କ ଲାଗି ଜରୁରୀ ବିଷୟ ଗୁଡ଼ିକ ବୁଝିବାରେ ସହାୟକ ହୋଇପାରିବ। ସେମାନଙ୍କୁ ଅଧିକ ସହାୟତା କରିବା ଲାଗି ଆଇଡିପି ଏଡୁକେଶନ ମାଗଣା ସେବା ପ୍ରଦାନ କରୁଛି। ଯାହା ଆବେଦନ, ପ୍ରସ୍ଥାନ ପୂର୍ବ ମାର୍ଗଦର୍ଶନ ଓ ଭିସା ସହାୟତା ଅନ୍ତର୍ଭୁକ୍ତ, ଯାହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ସୁଗମ ଯାତ୍ରା ସୁନିଶ୍ଚିତ କରେ।

କାର୍ଯ୍ୟକ୍ରମ ବିଷୟରେ ଅଧିକ ଜାଣିବା ଲାଗି ଛାତ୍ରଛାତ୍ରୀମାନେ ୱେବସାଇଟରୁ ସବୁ ବିବରଣୀ ପାଇପାରିବେ କିମ୍ବା ଆଇଡିପି ଭୁବନେଶ୍ୱର କାର୍ଯ୍ୟାଳୟ, ୨ୟ ମହଲା, କ୍ରୋମା ଷ୍ଟୋର ଉପରେ, ଭୋଇ ନଗର, ଜନପଥ, ସହିଦ ନଗର, ଭୁବନେଶ୍ୱର ସହ ଯୋଗାଯୋଗ କରିପାରିବେ।

.

Leave a Reply

Your email address will not be published. Required fields are marked *