ବିନା ସୂଚନାରେ ଛଟେଇ ଅଭିଯୋଗ କଲେ ଦିବ୍ୟ।ଙ୍ଗ ସମେତ ମହିଳା

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ଖଣି ଉପ ନିର୍ଦ୍ଦେଶାଳୟ ର ରସାୟନ ବିଭାଗ ରେ ଦଶ ଜଣ ଦିନ ମଜୁରିଆ ଶ୍ରମିକ ନିୟୋଜିତ ଥିଲେ ।ଶୁକ୍ରବାର କୌଣସି ସୂଚନା ନ ଦେଇ ଦଶ ଜଣ ଙ୍କ ମଧ୍ୟରୁ ୯ଜଣଙ୍କୁ ଡେପୁଟି ଡାଇରେକ୍ଟର କେମିକାଲ ଅନାଲିଶିସ (ଡି ଡି ସି ଏ) ପକ୍ଷରୁ ଛଟେଇ କରି ଦିଆ ଯାଇଛି ।ଛଟେଇ ହୋଇଥିବା ୯ଜଣ ଶ୍ରମିକ ଅଚାନକ ଏହି ଏହି ଛଟେଇ ର ପ୍ରତିବାଦ କରି ଖଣି ଉପ ନିର୍ଦ୍ଦେଶାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏ ସମ୍ପର୍କରେ ଖବର ଦାତା ମାନଙ୍କୁ ସୂଚନା ଦେଇ ୯ଜଣ ଶ୍ରମିକ ହୋଇମାବତି ମହାନ୍ତ,ଜଗନ୍ନାଥ ମହାନ୍ତ,ବିଜୟ କୁମାର ଗୋପ,ସରୋଜ ମହାନ୍ତ,ସୁଶାନ୍ତ କୁମାର ନାଏକ,ଲାଲୁ ଜି,ଚନ୍ଦନ ନାଏକ, ଜୁନେସ ହେମ୍ବ୍ରମ,ସୁଶାନ୍ତ କୁମାର ଦଳେଇ ପ୍ରମୁଖ କହି ଛନ୍ତି ଯେ,ଦୀର୍ଘ ପ୍ରାୟ ୧୩ବର୍ଷ ଧରି ଖଣି ଉପ ନିର୍ଦ୍ଦେଶାଳୟ ର ରସାୟନ ବିଭାଗ ଅଧୀନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।ଶୁକ୍ରବାର ସକାଳେ ହଠାତ୍ କୌଣସି ପ୍ର।କ୍ ସୂଚନା ନ ଦେଇ ରସାୟନ ବିଭାଗ ର ଉପ ନିର୍ଦ୍ଦେଶକ ଦସମଥ ସୋରେନ ସେମାନଙ୍କୁ କାର୍ଯ୍ୟରୁ ନିବୃତ କରିଥିଲେ ।କାରଣ ସମ୍ପର୍କରେ ମଧ୍ୟ ସେମାନଙ୍କୁ କିଛି କହି ନଥିଲେ। । ଦଶ ଜଣ ଙ୍କ ମଧ୍ୟରୁ ଜଣେ ମନୋରଞ୍ଜନ ପାତ୍ର ନ୍ୟାୟାଳୟ ର ଆଶ୍ରୟ ନେଇଥିବାରୁ ତାଙ୍କୁ କାର୍ଯ୍ୟ ରୁ ନିବୃତ କରା ଯାଇ ନ ଥିଲା ।ଶ୍ରମିକ ମାନେ ଅଭିଯୋଗ କରିଥିଲେ ଯେ,ସେମାନଙ୍କୁ ଛଟେଇ କରିବା ପରେ ଏକ ଘରୋଇ ଖଣି କମ୍ପାନୀ ର ଶ୍ରମିକ ଆଣି ଶୁକ୍ରବାର ଠାରୁ ଅନାଲିଶିସ୍ ବିଭାଗରେ କାର୍ଯ୍ୟ କରାଉଛନ୍ତି ।ଯାହାକି ରସାୟନ ବିଭାଗ ର ବିଶ୍ଳେଷଣ ର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ହଟାଇ ଖଣି କମ୍ପାନୀ ର ଶ୍ରମିକ ଙ୍କୁ ଅ।ଣି କାର୍ଯ୍ୟରେ ନିୟୋଜିତ କରିବା ନେଇ ରସାୟନ ବିଭାଗ ର କଣ ଉଦ୍ଦେଶ୍ୟ ରହିଛି ବୋଲି ଶ୍ରମିକ ମାନେ ପ୍ରଶ୍ନ କରିଛନ୍ତି ।ଶ୍ରମିକ ମାନେ କାର୍ଯ୍ୟ ହରାଇବା ପରେ ସେମାନଙ୍କ ପରିବାର କିପରି ପ୍ରତିପୋଷଣ କରିବେ , ଏ ନେଇ ଛଳ ଛଳ ଆଖିରେ ଶ୍ରମିକ ମାନେ ଖବର ଦାତା ଙ୍କ ଆଗରେ ପ୍ରକାଶ କରିଥିଲେ ।ସେମାନଙ୍କୁ ପୁନଃ ନିଯୁକ୍ତି ପାଇଁ ସେମାନେ ଦାବି କରିଥିଲେ । ଏ ନେଇ ରସାୟନ ବିଭାଗ ର ଉପ ନିର୍ଦ୍ଦେଶକ ଦସମଥ ସୋରେନ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ ଯେ, ତା ୧୬/୧୦/୨୦୨୩ ରିଖରେ ଭୁବନେଶ୍ୱର ଖଣି ଉପ ନିର୍ଦ୍ଦେଶାଳୟ ରୁ ଚିଠି ମାଧ୍ୟମରେ ଶ୍ରମିକ ମାନଙ୍କୁ ଛଟେଇ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା ।ତେବେ ୨୦୨୩ ରୁ ଏଯାବତ୍ ମାନବିକତା ଦୃଷ୍ଟିକୋଣରୁ ସେମାନଙ୍କୁ ଛଟେଇ କରା ଯାଇ ନ ଥିଲା । ଏଣିକି ଅତ୍ୟାଧୁନିକ ମେସିନ ସାହାଯ୍ୟରେ ରସାୟନ କାର୍ଯ୍ୟ କରାଯିବ,ଏଣୁ ଶ୍ରମିକ ଙ୍କୁ ଛଟେଇ କରାଯାଇଛି ବୋଲି କହିଥିଲେ ।ତେବେ ଏହି ଘଟଣା ପଦାକୁ ଆସିବା ପରେ ଗଣମାଧ୍ୟମ ର ପ୍ରତିନିଧି ମାନେ ସୋରେନ ଙ୍କୁ ଶ୍ରମିକ ଛଟେଇ ନେଇ ପ୍ରଶ୍ନ କରିବା ସହିତ ଖଣି ଶ୍ରମିକ ମାନଙ୍କୁ କାହିଁକି ନିୟୋଜିତ କରା ଯାଇଛି ବୋଲି ପ୍ରଶ୍ନ କରିଥିଲେ ।ତେବେ ଏହି ପ୍ରଶ୍ନ କରାଯିବ। ପରେ ସେ ତୁରନ୍ତ ଖଣି କମ୍ପାନୀ ଶ୍ରମିକ ଙ୍କୁ କାର୍ଯ୍ୟରୁ ନିବୃତ କରାଇ ଥିଲେ ।ରସାୟନ ବିଭାଗ ର ଏପରି କାର୍ଯ୍ୟ କଳ।ପ ଉପରେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।ଭୁବନେଶ୍ୱର ଖଣି ଉପ ନିର୍ଦ୍ଦେଶାଳୟ ଗସ୍ତରେ ଆସିଥିବା ଯୁଗ୍ମ ନିର୍ଦ୍ଦେଶକ ସୁକାନ୍ତ ମିଶ୍ର ଏହାର ସଜ୍ଞାନ ନେଲା ପରେ ତୁରନ୍ତ ଶ୍ରମିକ ମାନଙ୍କ ସ୍ଥାୟୀ ନିଯୁକ୍ତି କୁ ଅଗ୍ରାଧିକାର ଭିତ୍ତିରେ କରାଇବା ପାଇଁ ଉପ ନିର୍ଦ୍ଦେଶକ ସୋରେନ ଙ୍କୁ ତତ୍କ।ଳ ନିର୍ଦ୍ଦେଶ ଦେଇ ଥିଲେ ।
ସୂଚନାଯୋଗ୍ୟ ଯେ,ଖଣିଜ ର ମାନ ନିର୍ଧାରଣ କରିବା ପାଇଁ ବିଦେଶ ରୁ ଆମଦାନୀ ହୋଇଥିବା ଯନ୍ତ୍ର ଲାଗିଲେ ଶ୍ରମିକ ନିଯୁକ୍ତି ବାଧାପ୍ରାପ୍ତ ହେବ ।ଏହି ମାନ ନିର୍ଧାରଣ ବେଳେ ଖଣିରୁ ନିଆଯାଉଥିବା ନମୁନା କୁ ୨୦୦ ମେସ୍ (ପାଉଡର ପରି ଗୁଣ୍ଡ) ଓ ୭୫ ମାଇକ୍ରୋନ ରେ ରୂପାନ୍ତରିତ କରାଯାଇଥାଏ ,ଏହା ଶ୍ରମିକ ମାନଙ୍କ ଦ୍ଵାରା ହୋଇ ଥାଏ ।ମେସିନ ଲାଗିଲେ ଶ୍ରମିକ କାର୍ଯ୍ୟ ହରା ହେବେ ବୋଲି ଶ୍ରମିକ ମାନେ କହିଛନ୍ତି ।ସରକାର ଉଦାସୀନ ନ ହୋଇ ଶ୍ରମିକ ମାନଙ୍କ ପ୍ରତି ଉଦାର ହେବା ପାଇଁ ଦାବି କରିଛନ୍ତି ।