ମହିଳାଙ୍କ ନାମରେ ମହିଳା ଆଣିଲେ ସାଙ୍ଘାତିକ ଅଭିଯୋଗ !

ବାଣପୁର : ପ୍ରବାହ ନ୍ୟୁଜ୍‌ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଜ୍ୟୋତି ମିଶନ ଶକ୍ତି ମହାସଂଘ ନାମରେ ଜୈନିକ ଏକ ମହିଳା କିଛିଦିନ ତଳେ l ଏକ ଗଣମାଧ୍ୟମ କୁ ମିଥ୍ୟା କଥା କହି l ସଙ୍ଗ ନାମକୁ ଅପ ପ୍ରଚାର କରିଥିବା ବେଳେ l ତାହାକୁ ନେଇ ସଂଘରେ ଅଶୋନ୍ତୋଷ ଦେଖା ଦେଇଥିଲା l ଏନେଇ ଜୋତି ମିଶନ ଶକ୍ତି ପକ୍ଷରୁ l ସଂଘ କାର୍ଯ୍ୟାଳୟ ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଗମ୍ଭାରୀମୁଣ୍ଡା ଗ୍ରାମ ପଞ୍ଚାୟତ ମହିଳା ସ୍ଵୟଂ ସହାୟିକା ମହାସଙ୍ଘର ସଭାନେତ୍ରୀ କନକ ବରାଳ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପ୍ରେସ ମିଟ ମାଧ୍ୟମରେ ସଂଘର ସଦସ୍ୟା ମାନେ l କନକ ବରାଳ ନାମକ ସଭାନେତ୍ରୀ ପାଞ୍ଚ ବର୍ଷ ହେବ ସଦସ୍ୟା ମାନଙ୍କୁ ମହା ସଂଘର ହିସାବ ନ ଦେଇ ଲକ୍ଷାଧିକ ଟଙ୍କା ହେରଫର କରିଥିବା ଜ୍ୟୋତି ମିଶନ ଶକ୍ତି ସଭାପତି କବିତାରାଣୀ ମହାପାତ୍ର , ସମ୍ପାଦିକା ବେବିନା ତ୍ରିପାଠୀ , ଅଙ୍କୁଲେଶ୍ୱରୀ ପିଜି ର ସମ୍ପାଦିକା ପ୍ରତିମା ପ୍ରଧାନ ଓ ଏସଏସଜି ଗୃପର କିଛି ସଭ୍ୟା ସାମ୍ବାଦିକ ସମିଳନୀରେ କହିଛନ୍ତି । ଅଭିଯୋଗ ଅନୁସାରେ ୨୦୧୮ ମସିହା ରେ କନକ ବରାଳ ନିର୍ବାଚିତ ହୋଇ ଗମ୍ଭାରିମୁଣ୍ଡା ପଞ୍ଚାୟତ ମହିଳା ମହା ସଂଘର ସଭାନେତ୍ରୀ ଭାବେ ଦାୟୀତ୍ବ ଗ୍ରହଣ କରିଥିଲେ । ଦାୟୀତ୍ବ ଗ୍ରହଣ କରିବା ପରେ ଶ୍ରୀମତୀ ବରାଳ ମହା ସଂଘର ପରିଚାଳନା ରେ ଅନିୟମିତତା କରିବା ସହ l ମହା ସଂଘକୁ ଆସୁଥିବା ଅନୁଦାନରୁ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ସଂଘ ସଦସ୍ୟା ମାନେ ପ୍ରକାଶ କରିଛନ୍ତି । ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ମହା ସଂଘକୁ ପ୍ରଦାନ କରୁଥିବା ମାସିକ ଚାନ୍ଦା ପଚାଶ ଟଙ୍କା ଶ୍ରୀମତୀ ବରାଳ ଦୀର୍ଘ ଦିନ ହେବ ମହା ସଂଘ ଖାତାରେ ଜମା କରି ନଥିବା ବେଳେ l ମଞ୍ଚ ପ୍ରଶିକ୍ଷଣ ପାଇଁ ଆସିଥିବା ଅନୁଦାନ ରୁ ପ୍ରାୟ ୫୦ ହଜାର ଟଙ୍କା ତୋସାର ପାତ କରିଛନ୍ତି । ଶ୍ରୀମତୀ ବରାଳ ଏକା ସଙ୍ଗେ ଚାରୋଟି ପଦବୀ ର ଅଧିକାରୀ ହୋଇଥିବା ବେଳେ l ନିଜ ପରିବାର ସମସ୍ତ ଦୁଇ ଦୁଇଟା ପଦ ରେ ରହିଥିବା ଅଭିଯୋଗ ଆଣିଛନ୍ତି । ପଞ୍ଚାୟତ ର ନିର୍ଦ୍ଧିଷ୍ଟ ୧୦ ଗୋଟି ଗୋଷ୍ଠୀ କୁ ମହା ସଂଘର ବୈଠକ କୁ ଡାକୁନଥିବା ବେଳେ l ସେମାନଙ୍କୁ କୌଣସି ସହାୟତା ପ୍ରଦାନ କରୁ ନାହାନ୍ତି । ଏନେଇ ସ୍ଵୟଂ ସହାୟିକା ଗୋଷ୍ଠୀ ର ସଭ୍ୟା ମାନେ ଦଶ ଦଫା ଅଭିଯୋଗ ପତ୍ର ବାଣପୁର ବିଡିଓ ଙ୍କ ସମେତ ଜିଲ୍ଲାପାଳ, ଓରମାସ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ମିଶନ ଶକ୍ତିର ସଭାନେତ୍ରୀ ଙ୍କ ସମେତ ବିଧାୟକ ଓ ସରପଞ୍ଚ ଙ୍କୁ ପ୍ରଦାନ କରିଥିବା ପ୍ରକାଶ କରିବାସହ ଆଉ ଏକ ଅଭିଯୋଗ ଆଣିଛନ୍ତି l ଶ୍ରୀମତୀ ବରାଳ ଙ୍କୁ ବ୍ଲକ ର କିଛି ଅଧିକାରୀ ସହଯୋଗ କରୁଥିବାରୁ ଏପରି ସବୁ ଘଟଣା ଘଟିଛି ବୋଲି ଗଣମାଧ୍ୟମକୁ କହିଛନ୍ତି l

Leave a Reply

Your email address will not be published. Required fields are marked *