କାହିଁକି ହୃଦ୍‌ଘାତ ସକାଳ ସମୟରେ ଅଧିକ ହୋଇଥାଏ ?

ନୂଆଦିଲ୍ଲୀ: ଆଜିକାଲି ହୃଦଘାତ ସମସ୍ୟା ଏକ ସାଧାରଣ ଘଟଣା । ଆଗରୁ ଆମେ ବୟସ୍କ ଲୋକଙ୍କୁ ହୃଦ୍‌ଘାତ ହେଉଥିବାର ଜାଣିଥିଲୁ କିନ୍ତୁ ଏବେ ଯୁବ ପିଢି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ସକାଳ ସମୟରେ ହୃଦଘାତ ହେବାର ସମ୍ଭାବନା ଅଧିକ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ କ’ଣ ଓ ଏଥିରୁ କେମିତି ରକ୍ଷା ପାଇ ପାରିବେ ।

ଗତ କିଛି ବର୍ଷ ହେବ ହୃଦଘାତର ସମସ୍ୟା ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି । ବିଶେଷଜ୍ଞମାନଙ୍କ କହିବା କଥା ଅଧିକ ଲୋକଙ୍କୁ ସକାଳ ଆରମ୍ଭର କିଛି ସମୟ ମଧ୍ୟରେ ହୃଦଘାତ ସମ୍ମୁଖୀନ ହେବାକୁ ପଡିଥାଏ । କିନ୍ତୁ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି କାହିଁକି ସକାଳେ କିମ୍ବା ସକାଳ ହେବାର କିଛି ସମୟ ମଧ୍ୟରେ ଅଧିକ ହୃଦ୍‌ଘାତ ହୁଏ?

ବିଶେଷଜ୍ଞମାନଙ୍କ କହିବା କଥା ସକାଳୁ ଶରୀରରୁ କିଛି ହରମୋନ୍‌ ନିର୍ଗତ ହେବା କାରଣରୁ ଏହି ପରି ଘଟିଥାଏ । ସକାଳ ପ୍ରାୟ ୪ଟା ସମୟରେ ଆମ ଶରୀରରେ ସାଇଟୋକିନିନ୍ ନାମକ ଏକ ହରମୋନ୍ ନିର୍ଗତ ହୋଇଥାଏ ଯାହା ହୃଦଘାତର ମୁଖ୍ୟ କାରଣ ଅଟେ ।

ଏହି ସବୁ କାରଣ ପାଇଁ ହୃଦ୍‌ଘାତ ହୋଇଥାଏ

ମଧୁମେହ, ଉଚ୍ଚ ରକ୍ତଚାପ, ନିୟମିତ ଧୂମପାନ ହୃଦ୍‌ଘାତର ଏକ ମୁଖ୍ୟ କାରଣ ଅଟେ । ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଆଜିକାଲି ଯୁବପିଢି  ତାଙ୍କ ଜୀବନର ଆରମ୍ଭ ସମୟରୁ ହୃଦ୍‌ଘାତ ଶିକାର ହେଉଛନ୍ତି । ଏହାର କାରଣ ହେଉଛି ଖରାପ ଜୀବନଶୖଳୀ ଏବଂ ରାତି ଅନିଦ୍ରା, ମାନସିକ ଚାପ‌ରେ ବୃଦ୍ଧି, ଅତ୍ୟଧିକ ମଦ୍ୟପାନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ | ଯଦି ଆପଣ ନିଜ ହୃଦୟକୁ ସୁସ୍ଥ ରଖିବାକୁ ଚାହାଁନ୍ତି ତେବେ ଦିନକୁ ୭ ରୁ ୮ ଘଣ୍ଟା ଶୋଇବା, ଚାପମୁକ୍ତ ଜୀବନଯାପନ କରିବା ଏବଂ ସୁସ୍ଥ ଖାଦ୍ୟ ଖାଇବା । ଯାହା ଦ୍ବାରା ଆପଣ ହୃଦ୍‌ଘାତରୁ ରକ୍ଷା ପାଇ ପାରିବେ ।

Leave a Reply

Your email address will not be published. Required fields are marked *