ମୂର୍ତ୍ତି ବିସର୍ଜନ କରିବା ବେଳେ ନାଗାବଳୀ ନଦୀରେ ଭାସି ଗଲେ ଯୁବକ

ରାୟଗଡା: (ପ୍ରବାହ ନିୟୁଜ) ରାୟଗଡା ଜିଲ୍ଲାରେ ଆଜିର ଅଭାବନିଅ ଘଟଣା ଘଟିଛି ମୂର୍ତ୍ତି ବିସର୍ଜନ କରିବାକୁ ଯିବାବେଳେ ନାଗାବଳୀ ନଦୀ ପାଣିରେ ଭାସି ଗଲେ।ଯୁବକ ରାୟଗଡା ସ୍ଥାନୀୟ ନାଗାବଳୀ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ପ୍ରଖର ନଦୀ ଜଳସ୍ତର ରେ ଭାସି ଗଲେ 32 ବର୍ଷ ଯୁବକ। ରାୟଗଡା ରେ ଓ ନାଗାବଳୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷ ଯୋଗୁଁ ନାଗାବଳୀ ନଦୀର ଜଳ ସ୍ତର ପ୍ରଖର ଓ ଭୀଷଣ ଭାବେ ବଢ଼ିବାରେ ଲାଗିଛି।

ସୂଚନା ଅନୁସାରେ ଆଜି ମଧହର୍ଣ୍ଣ ତିନି ଘଣ୍ଟା ସମୟରେ ମାଙ୍କଡ଼ ଝୋଲା ସାହିର ବାସିନ୍ଦା ଶ୍ରୀନିବାସ ଅଶୋକ କୁମାର ଜେକେ କାଗଜ କଳର ଚାକିରି କରୁଛନ୍ତି, ସେ ବିବାହିତ ବୟସ ତାଙ୍କର ଗୋଟିଏ 18 ମାସର ଝିଅ ଅଛି ତାଙ୍କ ବୟସ ପ୍ରାୟ 32 ତାଙ୍କ ଘରେ ପୂଜା କରିଥିବା ଗଣେଶ ମୂର୍ତ୍ତି ବିସର୍ଜନ କରିବା ପାଇଁ ତାଙ୍କ ପରିବାର ଓ ମାଁ ସହ ନାଗାବଳୀ ନଦୀକୁ ଯାଇ ଥିଲେ। ସେ ନିକଟସ୍ତ ଚେକଗୁଡ଼ା ପୋଲ ନିକଟରେ ଭୋରା ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ କରିବା ପାଇଁ ନଦୀ ଜଳରେ ଓହ୍ଲାଇ ବିସର୍ଜନ କରିଥିବା ସମୟରେ ନଦୀର ପ୍ରଖର ସ୍ରୋତ ରେ ମୂର୍ତ୍ତି ସହିତ ଭାସି ପଳାଇ ଗଲେ, ସେ ବର୍ତ୍ତମାନ ନିଖୋଜ ଅଛନ୍ତି। ତାଙ୍କ ପରିବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିବା ବେଳେ ତାଙ୍କ ପରିବାରରେ ସ୍ତ୍ରୀ ଓ 18 ମାସର ଝିଅ ଅଛି ।

ଚେକାଗୁଡ଼ରୁ ଧୁମାଗୁଡ଼ା ପୋଲ ଉପରେ ତାଙ୍କ ପରିବାର ବର୍ଗ ଓ ସାହି ଲୋକ ମାନେ ଓ ସମ୍ପର୍କୀୟ ମାନେ ଉପସ୍ଥିତ ରହି ଖୋଜାଖୋଜି କରୁଛନ୍ତି। ଖବର ପାଇ ଘଟଣା ସ୍ଥଳକୁ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଜୋର୍ ସୋର୍ କରୁଛନ୍ତି। ଉକ୍ତ ଅଞ୍ଚଳ ବାସିନ୍ଦା କହିବା ଅନୁସାରେ ନଦୀ ପାଣିରେ ଭାସି ଯାଇଛି ଜାଣିବାକୁ ମିଳୁଛି ରାୟଗଡା ରୁ ସନ୍ତୋଷ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *