ଯଦି ସ୍ମାର୍ଟଫୋନ୍, ସ୍ମାର୍ଟୱାଚ୍ ଏବଂ ସ୍ମାର୍ଟ ଟିଭି ଆପଣେଇ ପାରୁଛୁ… ତେବେ ସ୍ମାର୍ଟ ମିଟର କାହିଁକି ନୁହେଁ?
ଓଡ଼ିଶାର ଶକ୍ତି ବିତରଣ କ୍ଷେତ୍ରରେ କାର୍ଯ୍ୟରତ ଜଣେ ଯୁବ ମହିଳା ଯନ୍ତ୍ରୀ ତନୁଜା ବେହେରା ଆଜିର ସମୟରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।
ଆଜିର ଯୁଗରେ ଆମେ ସ୍ମାର୍ଟଫୋନ୍, ସ୍ମାର୍ଟୱାଚ୍, ସ୍ମାର୍ଟ ଟିଭି ଏବଂ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ରକ୍ଷାକାରୀ ଆଧୁନିକ ଉପକରଣଗୁଡ଼ିକୁ ଖୁସିରେ ଗ୍ରହଣ କରୁଛୁ। ନିଜର ଆର୍ôଥକ କାରବାର ପରିଚାଳନା କରିବା ଠାରୁ ଆରମ୍ଭ କରି ହୃଦସ୍ପନ୍ଦନ ମାପିବା, ଦୈନନ୍ଦିନ ଚଲାବୁଲା ଉପରେ ନଜର ରଖିବା ଏବଂ ନିଜ ଘରକୁ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମେ ଟେକ୍ନୋଲୋଜି ଉପରେ ଗଭୀର ଭରସା କରୁଛୁ।
ତେବେ ସ୍ମାର୍ଟ ମିଟର କଥା ଆସିଲେ ହଠାତ୍ ମନରେ ସନ୍ଦେହ କାହିଁକି ସୃଷ୍ଟି ହୁଏ?
ତାଙ୍କ ମତରେ, ଟେକ୍ନୋଲୋଜି ବ୍ୟବହାର କରିବା ବେଳେ ଆମେ ନିଜ ସୁବିଧା ଅନୁସାରେ କିଛି ଜିନିଷକୁ ଗ୍ରହଣ କରିବା ଓ ଅନ୍ୟଗୁଡ଼ିକୁ ବାଦ୍ ଦେବା ଠିକ୍ ନୁହେଁ, ପ୍ରକୃତ ସ୍ମାର୍ଟନେସ୍ ସେତିକିବେଳେ ସାର୍ଥକ ହେବ, ଯେତେବେଳେ ଏହା କେବଳ ଆମ ପାଇଁ ନୁହେଁ ବରଂ ଆମ ପରିବାର, ସମାଜ ଓ ଦେଶର ଉନ୍ନତିରେ କାମରେ ଆସିବ।
ଗୁଜବରୁ ଦୂରେଇ ରୁହନ୍ତୁ:
ଯେକୌଣସି ବଡ଼ ପରିବର୍ତ୍ତନ ବା ସଂସ୍କାର ସମୟରେ କିଛି ଲୋକ ମନଗଢ଼ା କାହାଣୀ ଏବଂ ଭୟ ସୃଷ୍ଟି କରନ୍ତି। ସ୍ମାର୍ଟ ମିଟରକୁ ନେଇ ପ୍ରଚାରିତ ହେଉଥିବା ଅନେକ ଦାବିର କୌଣସି ବୈଜ୍ଞାନିକ ଆଧାର କିମ୍ବା ସତ୍ୟତା ନାହିଁ।
ଭାରତରେ ସ୍ମାର୍ଟ ମିଟର କୌଣସି ସାଧାରଣ ପରୀକ୍ଷା ନୁହେଁ; ଏହା ଜାତୀୟ ବିଶେଷଜ୍ଞ, ସୁଦୃଢ଼ ନୀତି ଏବଂ ବୈଷୟିକ ମାନଦଣ୍ଡ ଦ୍ୱାରା ପରିଚାଳିତ।
ନ୍ୟାସନାଲ ସ୍ମାର୍ଟ ମିଟରିଂ ମିଶନ’ ଅଧୀନରେ ଏବଂ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ (ସିଇଆରସି) ର ବିଶେଷଜ୍ଞ ଦଳର ମାର୍ଗଦର୍ଶିକା ଅନୁଯାୟୀ ଏହା କାର୍ଯ୍ୟକାରୀ ହେଉଛି। ଏହି ମିଟରଗୁଡ଼ିକ ସଠିକତା, ସୁରକ୍ଷା ଏବଂ ଗ୍ରାହକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କଠୋର ଭାରତୀୟ ମାନଦଣ୍ଡ ଏବଂ ପରୀକ୍ଷଣ ପ୍ରୋଟୋକଲ ଅନୁସରଣ କରନ୍ତି।
ସ୍ମାର୍ଟ ମିଟର: ଓଡ଼ିଶାର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏକ ବରଦାନ
ଓଡ଼ିଶାରେ ସ୍ମାର୍ଟ ମିଟର ଲଗାଯିବା ଫଳରେ ଉପଭୋକ୍ତାମାନେ ନିଜକୁ ଅଧିକ ସଶକ୍ତ ମନେ କରୁଛନ୍ତି। ଏହି ପରିବର୍ତ୍ତନର ମୂଳରେ ରହିଛି ସୁରକ୍ଷା, ଭରସାଯୋଗ୍ୟତା ଏବଂ ସ୍ୱଚ୍ଛତା । ସ୍ମାର୍ଟ ମିଟର ଯୋଗୁଁ ଉପଭୋକ୍ତାଙ୍କୁ ଅନେକ ସୁବିଧା ମିଳୁଛି ଯଥା:
ଚା ଉପଭୋକ୍ତାମାନେ ନିଜର ବିଦ୍ୟୁତ ବ୍ୟବହାର ବିଷୟରେ ସଠିକ୍ ସମୟରେ ସଠିକ୍ ସୂଚନା ପାଇପାରିବେ।
ଚା ଯେତିକି ବ୍ୟବହାର, ସେତିକି ବିଲ୍ ଆସୁଥିବାରୁ ଏଥିରେ ଆନୁମାନିକ ବା ଭୁଲ ରିଡିଂର ଭୟ ନାହିଁ।
ଚା ଏଥିରେ କୌଣସି ବୈଷୟିକ ତ୍ରୁଟି ହେଲେ ସିଷ୍ଟମ ଆପେ ଆପେ ଜାଣିପାରିବ, ଫଳରେ ମାନୁଆଲ ଯାଞ୍ଚ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ଚା ମିଟର ରିଡର ବା ବିଦ୍ୟୁତ କର୍ମଚାରୀଙ୍କୁ ବାରମ୍ବାର ଘରକୁ ଡାକିବା ଆବଶ୍ୟକ ପଡ଼ିବ ନାହିଁ।
ଏହି ସ୍ମାର୍ଟ ମିଟରଗୁଡ଼ିକ ମୌଳିକ ଭାବେ ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ। ଏଗୁଡ଼ିକ ପୁରାତନ ମିଟର ସହିତ ଜଡ଼ିତ ସମସ୍ୟା ଯଥା – ତ୍ରୁଟିପୂର୍ଣ୍ଣ ରିଡିଂ ଏବଂ ବିଳମ୍ବରେ ତ୍ରୁଟି ଚିହ୍ନଟ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ସହ ସ୍ଥିର କାର୍ଯ୍ୟଦକ୍ଷତା ଏବଂ ଦୀର୍ଘକାଳୀନ ବିଶ୍ୱସନୀୟତା ସୁନିଶ୍ଚିତ କରିଥାଏ।
ସଠିକ୍ ଯୋଜନା, ବିଲ୍ ସଞ୍ଚୟ
ନିଜର ବିଦ୍ୟୁତ ବ୍ୟବହାର ଶୈଳୀ ବିଷୟରେ ସଠିକ୍ ସୂଚନା ପାଇ ଏବେ ଉପଭୋକ୍ତାମାନେ ସେମାନଙ୍କର ଅଧିକ ବିଦ୍ୟୁତ ଖର୍ଚ୍ଚ ହେଉଥିବା କାର୍ଯ୍ୟଗୁଡ଼ିକୁ ସମୟାନୁସାରେ ଦକ୍ଷତାର ସହ ପରିଚାଳନା କରିପାରିବେ। ଏହା ସେମାନଙ୍କୁ ବିଦ୍ୟୁତ ବିଲ୍ ପରିଚାଳନା କରିବାରେ ଏବଂ ଆବଶ୍ୟକ ସ୍ଥଳେ ଏହାକୁ ହ୍ରାସ କରିବାରେ ସହାୟକ ହେବ।
ବିଦ୍ୟୁତ ଚୋରି ଏବଂ ବୈଷୟିକ କ୍ଷତିକୁ କମାଇବା ଦ୍ୱାରା ସ୍ମାର୍ଟ ମିଟର ଏହା ମଧ୍ୟ ସୁନିଶ୍ଚିତ କରେ ଯେ, ଉନ୍ନତ ସେବା ଏବଂ ଏକ ଶକ୍ତିଶାଳୀ ବିତରଣ ବ୍ୟବସ୍ଥା ମାଧ୍ୟମରେ ସଚ୍ଚୋଟ ବିଲ୍ ପ୍ରଦାନକାରୀମାନେ କିପରି ଉପକୃତ ହେବେ।
ଭବିଷ୍ୟତ ପାଇଁ ପ୍ରସ୍ତୁତ: ସୌର ଶକ୍ତିର ସମନ୍ୱୟ
ସ୍ମାର୍ଟ ମିଟରଗୁଡ଼ିକ ଆଧୁନିକ ଯୁଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମିତ। ରୁଫଟପ୍ ସୋଲାର ସିଷ୍ଟମ ସହ ଏହା ସହଜରେ ଯୋଡ଼ି ହୋଇପାରୁଥିବାରୁ ଉପଭୋକ୍ତାମାନେ ନିଜର ସୌର ଶକ୍ତି ଉତ୍ପାଦନକୁ ସଠିକ ସମୟରେ ତୁରନ୍ତ ଯାଞ୍ଚ କରିପାରିବେ, ଗ୍ରୀଡକୁ ପଠାଯାଇଥିବା ବଳକା ବିଦ୍ୟୁତର ହିସାବ ରଖିପାରିବେ ଏବଂ ନିଜ ଘରକୁ ସ୍ୱଚ୍ଛ ଶକ୍ତିର ବ୍ୟବହାର ପାଇଁ ପ୍ରସ୍ତୁତ କରିପାରିବେ।
ପରୀକ୍ଷିତ, ସାର୍ଟିଫାଇଡ୍ ଏବଂ ୧୦୦% ସୁରକ୍ଷିତ
ସ୍ଥାପିତ ହେଉଥିବା ପ୍ରତ୍ୟେକ ସ୍ମାର୍ଟ ମିଟର ପ୍ରତିଷ୍ଠିତ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଏବଂ ଭାରତୀୟ ମାନଦଣ୍ଡ ଅନୁଯାୟୀ କଠୋର ପରୀକ୍ଷା ଦେଇ ଗତି କରିଥାଏ। ଏହି ମିଟରଗୁଡ଼ିକ ଏନଏବିଏଲ (ନ୍ୟାସନାଲ ଆକ୍ରେଡିଟେସନ ବୋର୍ଡ ଫର ଟେଷ୍ଟିଂ ଆଣ୍ଡ କାଲିବ୍ରେସନ ଲାବୋରେଟୋରୀ) ସ୍ୱୀକୃତିପ୍ରାପ୍ତ ଲାବୋରେଟୋରୀ ଦ୍ୱାରା ପ୍ରମାଣିତ।
ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତ୍ୟେକ ମିଟର ପାଞ୍ଚଟି ମୁଖ୍ୟ ପରୀକ୍ଷା ଦେଇ ଗତି କରିଥାଏ:
୧. ସଠିକତା ପରୀକ୍ଷା – ବିଦ୍ୟୁତ ବ୍ୟବହାରର ସଠିକ୍ ମାପ ନିଶ୍ଚିତ କରେ
୨. ନୋ-ଲୋଡ୍ ଟେଷ୍ଟ – ଘରର ସବୁ ଉପକରଣ ବନ୍ଦ ଥିବା ବେଳେ ଯେପରି କୌଣସି ରିଡିଂ ନ ହୁଏ, ତାହା ନିଶ୍ଚିତ କରେ
୩. ମିଟର କନଷ୍ଟାଣ୍ଟ ଟେଷ୍ଟ – ମିଟରର ଆଭ୍ୟନ୍ତରୀଣ କାର୍ଯ୍ୟକାରିତା ଯେପରି ସବୁବେଳେ ସଠିକ୍ ଏବଂ ସ୍ଥିର ରହିବ ନିଶ୍ଚିତ କରେ
୪. ଡିସପ୍ଲେ ଟେଷ୍ଟ – ଉପଭୋକ୍ତାମାନେ ଯେପରି ସହଜରେ ଏବଂ ସ୍ପଷ୍ଟ ଭାବେ ରିଡିଂ ପଢ଼ିପାରିବେ ନିଶ୍ଚିତ କରେ
୫. କମ୍ୟୁନିକେସନ ଟେଷ୍ଟ – ତଥ୍ୟର ନିରାପଦ ଏବଂ ସଠିକ୍ ପ୍ରେରଣ ନିଶ୍ଚିତ କରେ
ସ୍ୱଚ୍ଛତା ମାଧ୍ୟମରେ ଭରସା ସୃଷ୍ଟି
ସ୍ମାର୍ଟ ମିଟର ଓଡ଼ିଶାର ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ। ସ୍ୱଚ୍ଛତା, ସ୍ୱୟଂଚାଳିତ ବ୍ୟବସ୍ଥା ଏବଂ ବୈଷୟିକ ଦୃଢ଼ତାକୁ ଏକାଠି କରି ଏହା ଉପଭୋକ୍ତାଙ୍କ ବିଶ୍ୱାସ ବଢ଼ାଇବା ସହ ଦକ୍ଷ ବିଦ୍ୟୁତ ପରିଚାଳନାକୁ ସହଜ କରେ।
ଏହା କେବଳ ଏକ ବୈଷୟିକ କୌଶଳ ନୁହେଁ – ଏହା ଓଡ଼ିଶା ପାଇଁ ସଠିକ୍ ବିଲିଂ, ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ, ସ୍ୱଚ୍ଛ ଶକ୍ତି ଏବଂ ଏକ ଆଧୁନିକ ଶକ୍ତିଶାଳୀ ବିଦ୍ୟୁତ ବ୍ୟବସ୍ଥାର ମୂଳଦୁଆ।
ଜଣେ ଯନ୍ତ୍ରୀ ଭାବରେ ଆମେ ତଥ୍ୟ ଉପରେ ବିଶ୍ୱାସ କରୁ, ଗୁଜବ ଉପରେ ନୁହେଁ। ଏବଂ ଉପଭୋକ୍ତା ଭାବରେ ଆମେ ଏପରି ଏକ ବ୍ୟବସ୍ଥା ପାଇବାକୁ ଯୋଗ୍ୟ, ଯାହା ଭୟ ନୁହେଁ ବରଂ ସତ୍ୟ ଓ ତଥ୍ୟ ଉପରେ ଆଧାରିତ।
