ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ ରେ ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ

ଖୋର୍ଦ୍ଧା / ଭାପୁର :15/09(ନି ପ୍ର ) ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ ରେ ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାଗୃହରେ ଆଜି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମାବେଶରେ ଖୁବ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଖୋର୍ଦ୍ଧା ଜିଲ୍ଲା ର ,ଅତିରିକ୍ତ ଏସ.ପି, ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମୁଣ୍ଡ ମୁଣ୍ଡ, ସୋଆ ବିଶ୍ୱବିଦ୍ୟାଳୟ ର ଆଇନି ବିଭାଗ ର ପ୍ରଫେସର ଡ. ପ୍ରବୀରକୁମାର ପଟ୍ଟନାୟକ, ଅନୁଷ୍ଠାନ ର ସେକ୍ରେଟାରୀ ଶ୍ରୀଯୁକ୍ତ ସୁଧୀର କୁମାର ମାନସିଂହ, ପ୍ରେସିଡେଣ୍ଟ ଶ୍ରୀ ଯୁକ୍ତ ପ୍ରତାପ ଚନ୍ଦ୍ର ସାମନ୍ତରାୟ, ନିର୍ଦେଶକ ବ୍ରିଗେଡ଼ିଅର ଅଭିମନ୍ୟୁ ରାଉତ ତଥା ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟର ଅଧକ୍ଷ ଡ.ଗିରୀଶ ସାହୁ ଯୋଗ ଦେଇଥିଲେ l
କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନ ଅଧକ୍ଷ ସ୍ୱାଗତ ଭାଷଣ ଦେବା ସହ ନୂତନ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ବିକାଶରେ ସାମିଲ ହେବାକୁ ଆହ୍ୱାନ କରିଥିଲେ। ତାଙ୍କର ଦୀର୍ଘ ଅଭିଭାଷଣ ନୂତନ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲା। ପରେ ପରେ ସେକ୍ରେଟାରୀ ଶ୍ରୀଯୁକ୍ତ ମାନସିଂହ ଅନୁଷ୍ଠାନ ର ସଫଳତା ଓ ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ, ପ୍ରେସିଡେଣ୍ଟ ଶ୍ରୀ ସାମନ୍ତରାୟ ନୂତନ ଭାବେ ଆସିଥିବା ଛାତ୍ର ଛାତ୍ରୀ ଙ୍କୁ ଅଭିନନ୍ଦନ ଜଣାଇ ଥିଲେ l ବ୍ରିଗେଡ଼ିଅର ଶ୍ରୀଯୁକ୍ତ ରାଉତ ଛାତ୍ର ଛାତ୍ରୀ ମାନଙ୍କୁ ଦୃଢ଼ ଓ ସତ୍ୟ ପଥରେ ଯିବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ପ୍ରଫେସର ପଟ୍ଟନାୟକ ଆଇନ ଶିକ୍ଷା ଓ ଏହାର ବିକାଶ ଉପରେ ବକ୍ତବ୍ଯ ସହ ନୂତନ ଛାତ୍ରଛାତ୍ରୀମାନେ ଏକତା ବଜାୟ ରଖିବା ସହ ମିଳିତ ଭାବେ ଏକ ପଞ୍ଜିକୃତ ସଂଗଠନ ଗଢ଼ିବାକୁ ପରାମର୍ଶ ସହ ସୁନ୍ଦର ଅଭିଭାଷଣ ରହିଥିଲେ l ମୁଖ୍ୟ ଅତିଥି ଜିଲ୍ଲା ର ଅତିରିକ୍ତ ଏସ.ପି ଶ୍ରୀଯୁକ୍ତ ମୁଣ୍ଡ ଅତି ସୁନ୍ଦର ଓ ସାବଲୀଳ ଭାବରେ ଓଡିଶା ପୋଲିସ ର କର୍ତ୍ତବ୍ୟ ଓ ଆଇନି ଛାତ୍ର ଛାତ୍ରୀ ମlନେ କିଭଳି ସମାଜର ସେବାରେ ନିଜକୁ ସାମିଲ କରିପାରିବେ ସେ ବିଷୟରେ ସୂଚନା ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଦୁଇ ସହରୁ ଅଧିକ ନୂତନ ଓ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ଛାତ୍ରୀ ପ୍ରଜ୍ଞା ପଦ୍ମଜା ପାଢ଼ୀ ଓ ସିପ୍ରା ପରିଚାଳନା କରିଥିଲେ ଓ ଧନ୍ୟବାଦ ପ୍ରଦାନ କରିଥିଲେ l ଅଧ୍ୟାପିକା ଅର୍ଚ୍ଚିତା ମହାରଣା, ଅନ୍ନପୂର୍ଣ୍ଣା ଦେବୀ, ଅଧ୍ୟାପକ ଶୁଭଜିତ ବେହେରା, ରାଉତ, ଏ ଓ ସନ୍ଦୀପ ମାନସିଂହ ଉପସ୍ଥିତ ଥିଲେ l ଉଦୟ , ଚିତ୍ତ ଦେବ, ଗତାଞ୍ଜଳି, ସତ୍ୟଜିତ, କିଶୋର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।
Show quoted text