ସାହାସିକତା ଓ ସେବାର ବଳିଷ୍ଠ ଉଦାହରଣ ସୃଷ୍ଟି କଲା ଆଦାନୀ ଗ୍ରୁପ ଓ ଲାଇଫ୍ ଗାର୍ଡ଼ଙ୍କ ମିଳିତ ପ୍ରଚେଷ୍ଟା

ପୁରୀ,ପ୍ରବାହ ନ୍ୟୁଜ୍ : ଚଳିତ ରଥଯାତ୍ରାରେ ପୁରୀରେ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ବେଳାଭୂମିରେ ଦେଖିବାକୁ ମିଳିଥିଲା ଅନନ୍ୟ ସେବା । ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ବିଶ୍ୱାସ ‘ସେବା ହିଁ ସାଧନା ହୈ’ ଦ୍ୱାରା ଅନୁପ୍ରାଣିତ ହୋଇ ପୁରୀ ବେଳାଭୂମିରେ ଜୀବନ ରକ୍ଷାକାରୀ ଲାଇଫ୍ ଗାର୍ଡ଼ଙ୍କ ସେବା ଥିଲା ଅନନ୍ୟ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ଏହି ନୋଳିଆ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପିଢି ପରେ ପଢେ ଧରି ପାରମ୍ପରିକ ଜୀବନରକ୍ଷକ ଭାବେ ସେବା କରି ଆସୁଛନ୍ତି । ରଥଯାତ୍ରା ସମୟରେ ଆଦାନୀ ଗ୍ରୂପ ଦ୍ୱାରା ନୋଳିଆ ସମ୍ପ୍ରଦାୟକୁ ପ୍ରଦାନ କରାଯାଇଥିବା ଉଦ୍ଧାର ସାମଗ୍ରୀ ବ୍ୟବହାର କରି ଲାଇଫ୍ଗାର୍ଡ଼ମାନେ ୧୦ ଦିନରେ ୧୫୬ ଜଣଙ୍କ ଜୀବନ ରକ୍ଷା କରଛନ୍ତି । କରୁଣା ଓ କର୍ପୋରେଟ ଦାୟିତ୍ୱର ଏହି ମିଳିତ ସମାଗମ ଓଡ଼ିଶାର ପବିତ୍ର ପୁରୀ ବେଳାଭୂମିର ସୁରକ୍ଷା କରିଛି ।
ଲାଇଫ୍ଗାର୍ଡ଼ମାନଙ୍କର ଅସାଧାରଣ ସେବାକୁ ପ୍ରଂଶସା କରି ଆଦାନୀ ଗ୍ରୁପ ପକ୍ଷରୁ ଏକ ସମୟୋଚିତ ଏବଂ ଅର୍ଥପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ରଥଯାତ୍ରା ସମୟରେ ବିଭିନ୍ନ ସେବା ଅଧିନରେ ଲାଇଫ୍ଗାର୍ଡ଼ମାନଙ୍କୁ ଲାଇଫ୍ ଜ୍ୟାକେଟ, ଟର୍ଚ୍ଚ, ଉଦ୍ଧାର ରଶି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ପ୍ରଦାନ କରାଯାଇଥିଲା ଯଦ୍ୱାରା ସେମାନେ ସୁରକ୍ଷିତ ଓ ଆତ୍ମବିଶ୍ୱାସର ସହ ନିଜର ଦାୟିତ୍ୱ ସମ୍ପାଦନ କରିଛନ୍ତି । ପୁରୀ ବିଚ୍ ଲାଇଫ୍ଗାର୍ଡ ଫେଡେରେସନ ଅଧୀନରେ କାର୍ଯ୍ୟ କରୁଥିବା ୪୫୦ ରୁ ଊର୍ଦ୍ଧ୍ୱ ନୋଳିଆ ସମ୍ପ୍ରଦାୟର ତାଲିମପ୍ରାପ୍ତ ସଦସ୍ୟ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସକାଳ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ପାଟ୍ରୋଲିଂ କରୁଥିଲେ । ସମାନ୍ତରାଳ ଭାବେ ଆଦାନୀ ଗ୍ରୁପ ପୌରପାଳିକା ସଫେଇ କର୍ମଚାରୀଙ୍କୁ ମଧ୍ୟ ଫ୍ଲୋରୋସେଣ୍ଟ ଜ୍ୟାକେଟ ଓ ଗ୍ଲୋଭ୍ସ ଆଦି ଆବଶ୍ୟକୀୟ ସହାୟତା ପ୍ରଦାନ କରିଛି । ଏହି ମିଳିତ ସହଭାଗିତାରେ ଯତ୍ନପୂର୍ଣ୍ଣ ସେବା ମନୋଭାବ ଜନକଲ୍ୟାଣ ଏକ ନୂତନ ପରିଭାଷା ସୃଷ୍ଟି କରିଛି ।