ଅସହାୟର ସାଥି ସ୍ବେଛାସେବୀ ସଂଗଠନ ତରଫରୁ ରକ୍ତଦାନ ଶିବିର

ଯାଜପୁର : ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ” ଅସହାୟର ସାଥି ” ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ବଡ଼ଚଣା ବ୍ଲକ ଅନ୍ତର୍ଗତ ରଇପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ହୋଇ ଯାଇଛି |ଉକ୍ତ ଶିବିରଟିକୁ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଓ ଶସକ୍ତିକରଣ ପରିଷଦର ପ୍ରକଳ୍ପ ନିର୍ଦେଶକ ପ୍ରଦୀପ ତ୍ରିପାଠୀ ଉଦଘାଟନ କରିଥିଲେ | ଆଗାମୀ ଦିନରେ ରକ୍ତଦାନର ଅବିରତ ଧାରାକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବାରେ ତାଙ୍କ ଅନୁଷ୍ଠାନ ନିଜର ପ୍ରୟାସ ଜାରି ରଖିବା ପାଇଁ ପ୍ରତିଶୃତି ବଦ୍ଧ ବୋଲି ଶ୍ରୀ ତ୍ରିପାଠୀ ନିଜର ବକ୍ତବ୍ୟ ରଖିଥିଲେ | କାର୍ଯ୍ୟକ୍ରମଟିରେ ମୁଖ୍ୟ ଅତିଥି ଭାବେ ଡା.ରଶ୍ମି ରଞ୍ଜନ ପଶାୟତ ,ବିଶିଷ୍ଠ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଲଳିତ ମୋହନ ନନ୍ଦ ଓ ସଂମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ସୁରଜ ଚନ୍ଦ୍ର ସାହୁ ,ଶିକ୍ଷୟତ୍ରୀ ଡଃ. ମାନସୀ ମିଶ୍ର ,ସମାଜସେବୀ ପଦ୍ମ ଲୋଚନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ | ରାଜ୍ୟ ରେଡ଼କ୍ରସ, କଟକ ଶାଖାର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରଟିକୁ ଡ଼ାଃ.କିଶୋର ଚନ୍ଦ୍ର ବେହେରା ,ବିଜୟ କୁମାର ସ୍ୱାଇଁ ,ପ୍ରକାଶ ଚନ୍ଦ୍ର ଜେନା ଓ ସରୋଜ କୁମାର ମହାନ୍ତି ସଫଳତାର ସହ ପରିଚାଳନା କରିଥିଲେ |ଉକ୍ତ ଶିବିରରେ ସର୍ବମୋଟ ୮୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା |ବିଶିଷ୍ଠ ଶିକ୍ଷାବିତ ତଥା ଖ୍ୟାତି ସମ୍ପର୍ଣ୍ଣ କବି ହିମାଂଶୁ ଭୂଷଣ ଜେନା ରକ୍ତଦାନ କରିବା ସହିତ ଉଦଘାଟନୀ ଓ ଉଦଯାପନୀ ସଭାରେ ଅଧକ୍ଷତା କରିଥିଲେ |ସଂଗଠନର ସଭାପତି ପ୍ରଦୀପ କୁମାର ଦାଶ ସ୍ୱାଗତ ଅଭିଭାଷଣ ରଖିଥିଲେ | ସମ୍ପାଦକ ଅଭିନାଶ ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବିଶ୍ୱଜିତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ |ସ୍ବେଛାସେବୀ ରମାକାନ୍ତ ପ୍ରଧାନ ,ମଳୟ ରଞ୍ଜନ ଦାଶ ,ଭକ୍ତ ପ୍ରିୟା ଦାଶ ,ଶୁଭଲକ୍ଷ୍ମୀ ଜେନା ,ଆକିବ ଜାଭେଦ ପ୍ରମୁଖ ରକ୍ତଦାନ କରିବା ସହ ରକ୍ତଦାତା ମାନଙ୍କର ସ୍ୱାସ୍ଥ୍ୟରେ ଯତ୍ନ ନେବାରେ ସାହାଯ୍ୟ କରିଥିଲେ |

Leave a Reply

Your email address will not be published. Required fields are marked *