ନୀଳଗିରି ନିର୍ବାଚନୀ ପ୍ରଚାର ମୌଦାନରେ ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ
ନୀଳଗିରି ; ନୀଳଗିରି ବ୍ଲକ ଭଉଁରୀଆବାଡ ପଞ୍ଚାୟତ ବଣଭୁଇଁ ଆଶ୍ରମ ସ୍କୁଲ୍ ପଡ଼ିଆରେ ବିଜେଡି ପକ୍ଷରୁ ଆୟୋଜିତ ଏକ ବିରାଟ ନିର୍ବାଚନୀ ସଭାରେ ଯୋଗ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ୫-ଅଧ୍ୟକ୍ଷ ଭି. କେ ପାଣ୍ଡିଆନ। ଅପରାହ୍ନ ପ୍ରାୟ ୫ଘଟିକା ସମୟରେ ହେଲିକପ୍ଟର ଯୋଗେ ଆସି, ସଭାମଞ୍ଚ ନିକଟରେ ପହଞ୍ଚି ଥିଲେ।ଉପସ୍ଥିତ ଜନତାଙ୍କ ନିକଟକୁ ଯାଇ କରମର୍ଦ୍ଧନ କରିବା ପରେ, ମଞ୍ଚ ଉପରୁ ଜନତାଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ। ବିରୋଧୀ ଦଳକୁ ଟାର୍ଗେଟ କରି କହିଥିଲେ କି, ବିରୋଧୀଙ୍କ ପାଖରେ ବିକାଶର କୌଣସି ଏଜେଣ୍ଡା ନାହିଁ। କେନ୍ଦ୍ରର ଦୀର୍ଘ ୧୦ବର୍ଷର ଶାସନରେ ଲୋକଙ୍କ ଦେଇଥିବା ପ୍ରତିଶ୍ରୁତି କେବଳ ମିଛ ପ୍ରତିଶ୍ରୁତି। ବର୍ଷକୁ ୨କୋଟି ଯୁବକଙ୍କୁ ନିଯୁକ୍ତି, କଳାଧନ ଫେରାଇ ଆଣିବା ଭଳି ପାଞ୍ଚଗୋଟି ପ୍ରଶ୍ନକରି, ବିରୋଧୀଙ୍କ ଉପରେ ବର୍ଷିଥିଲେ ପାଣ୍ଡିଆନ। ମା’ ଙ୍କୁ ସମ୍ମାନର ନାରା ଦେଉଥିବା ବିଜେପିକୁ ସିଧା ନିଶାନା କରି କହିଛନ୍ତି। ଓଡ଼ିଶାରେ ୩୩ପ୍ରତିଶତ ମହିଳାଙ୍କୁ ନିର୍ବାଚନରେ କାହିଁକି ପ୍ରାର୍ଥୀ କରିନାହିଁ। ଏହିଭଳି ବିଭିନ୍ନ ପ୍ରଶ୍ନ କରିବା ସହିତ ଯେଉଁଭଳି ଭାବେ ବିରୋଧୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀକୁ ଦୁର୍ବ୍ୟବହାର କରିଛନ୍ତି ତାର ଉଚିତ୍ ସାଢ଼େ ଚାରିକୋଟି ଓଡ଼ିଆ, ଆଗାମୀ ନିର୍ବାଚନରେ ଜବାବ ଦେବେ। ପୁଣି ତାଙ୍କୁ ଜୁନ୍ ୯ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ବିରୋଧୀ ଦେଖିବେ ବୋଲି ,ମଞ୍ଚରୁ ଦମ୍ଭୋକ୍ତି କରିଥିଲେ,ଶ୍ରୀ ପାଣ୍ଡିଆନ।ଦୀର୍ଘ ପଚିଶବର୍ଷ ଧରି ନିର୍ମଳ ଶାସନ ଦେବା ସହିତ ପ୍ରତିବର୍ଗର ଲୋକଙ୍କ ଆବଶ୍ୟକୀୟତାକୁ ପୂରଣ କରି ହୃଦୟରେ ପ୍ରେମର ବସା ବାନ୍ଧିଥିବା ନବୀନ ପଟ୍ଟନାୟକଙ୍କୁ, ପୁନର୍ବାର ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଶ୍ରୀ ପାଣ୍ଡିଆନ ନିବେଦନ କରିଥିଲେ। ତେଣୁ ଆଗାମୀ ଜୁନ ୧ତାରିଖରେ ପ୍ରତ୍ୟେକ ମା, ଭଉଣୀ ସେମାନଙ୍କର ବୁଥକୁ ଯାଇ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ଦେବା ସହିତ ସାଂସଦ ପ୍ରାର୍ଥୀ ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାର ଓ ବିଧାନସଭା ଆସନ ପାଇଁ ଇଂ ସୁକାନ୍ତ କୁମାର ନାୟକଙ୍କୁ ଆଶୀର୍ବାଦ କରିବାକୁ ଭୋଟ ଭିକ୍ଷା କରିଥିଲେ। ଅନୁରୂପ ଭାବେ ସାଂସଦ ପ୍ରାର୍ଥୀନୀ ଡଃ ଲେଖାଶ୍ରୀ ସାମନ୍ତ ସିଂହାର ମଧ୍ୟ ବିରୋଧୀ ବିଜେପିକୁ ସିଧା ନିଶାନା କରିଛନ୍ତି। ମିଥ୍ୟାପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଇବା ବେଳେ ଏବର ସାଂସଦ ନିଜ ଏମପି ଲ୍ୟାଡ ଟଙ୍କା ଖର୍ଚ୍ଚ କରି
ପାରିନାହାନ୍ତି। ଅଞ୍ଚଳର ବିକାଶ ପରିବର୍ତ୍ତେ ନିର୍ବାଚନ ସମୟରେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କଟାକ୍ଷ କରିଥିଲେ। ସେହିପରି ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ ଦୀର୍ଘ ଦଶବର୍ଷ ଧରି ଲୋକଙ୍କର ସେବା କରିଥିବା କଥା କହିଥିବା ବେଳେ ,ବହୁ ମୌଳିକ ସମସ୍ୟାର ସମାଧାନ କରିଥିବା କହିଥିଲେ। ତେଣୁ ନୀଳଗିରିବାସି ତୃତୀୟ ଥର ପାଇଁ ତାଙ୍କୁ ଆଶୀର୍ବାଦ କରି ପୁନର୍ବାର ବିଧାନସଭାକୁ ପଠାଇବାକୁ ଅନୁରୋଧ କରିଥିଲେ।