ୱି ପକ୍ଷରୁ ୫ଟି ସର୍କଲ୍ର ଗ୍ରାମୀଣ ବଜାରରେ ୩୦୦ ନୂଆ ୱି ସପ୍ସ ସହ ଖୁଚୁରା ଉପସ୍ଥିତିର ସମ୍ପ୍ରସାରଣ

ଭୁବନେଶ୍ୱର: ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ୱି) ପକ୍ଷରୁ ଏହାର ବ୍ରାଣ୍ଡ୍ ଶୁଭାରମ୍ଭ ହେବା ପରଠାରୁ ସର୍ବବୃହତ ଖୁଚୁରା ସମ୍ପ୍ରସାରଣର ଯୋଜନା ପ୍ରସ୍ତୁତ କରାଯାଇଛି । ଉପ ଜିଲ୍ଲା ସ୍ତରରେ ନିଜର ଖୁଚୁରା ଉପସ୍ଥିତି ବଢ଼ାଇବା ଲାଗି ୱି ପକ୍ଷରୁ ମହାରାଷ୍ଟ୍ର, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ପଶ୍ଚିମ ୟୁପିର ବିଭିନ୍ନ ସହରରେ ୩୦୦ ନୂଆ ୱି ସପ୍ସ ଖୋଲାଯାଇଛି । ଆଗାମୀ ମାସଗୁଡ଼ିକରେ ଅଧିକରୁ ଅଧିକ ଗ୍ରାମୀଣ ବଜାରରେ ପ୍ରବେଶ କରି ଖୁଚୁରା ଉପସ୍ଥିତି ଜରିଆରେ ମୋବାଇଲ୍ ଗ୍ରାହକଙ୍କ ସଂପୃକ୍ତିରେ ଉନ୍ନତି ଆଣିବା ଏବଂ ନିଜର ସ୍ଥାନୀୟ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ କଂପାନି ଲକ୍ଷ୍ୟ ରଖିଛି ।
ପାଂଚଟି ସର୍କଲ୍ରେ ଖୋଲାଯାଇଥିବା ୱି ସପ୍ସ ଜରିଆରେ ଏହି ଅଂଚଳର ଗ୍ରାହକମାନେ ଶୀଘ୍ର, ପ୍ରଭାବୀ, ସାମ୍ନା-ସାମ୍ନୀ ସେବା ୱି ଠାରୁ ହାସଲ କରିପାରିବେ । ଏବଂ ଏଥି ସହିତ ଭିନ୍ନ ପ୍ରକାର ସେବା ଓ ଅଫର ନୂଆ ପିଢ଼ିିର ମୋବାଇଲ୍ ଗ୍ରାହକମାନେ ପାଇପାରିବେ ।
ସ୍ଥାନୀୟ ଗ୍ରାହକମାନଙ୍କୁ ଏକ ପ୍ରକାରର ୱି ଅନୁଭବ ପ୍ରଦାନ କରିବା ଲାଗି ତୃତୀୟ ଶ୍ରେଣୀ ସହରରେ ୱି ସପ୍ସର ପରିକଳ୍ପନା କରାଯାଇଛି । ସହରାଚଂଳରେ ଥିବା ୱି ଷ୍ଟୋର୍ଗୁଡ଼ିକ ପରି ଏହାର ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ୱି ସପ୍ସ ପକ୍ଷରୁ ସମସ୍ତ ୱି ପ୍ରିପେଡ୍ ସେବା ଓ ଉତ୍ପାଦ ପ୍ରଦାନ କରାଯିବ ଏବଂ ପ୍ରଯୁକ୍ତିକୁ ସହଜରେ ବ୍ୟବହାର କରିବାକୁ ଜାଣିନଥିବା ଲୋକମାନଙ୍କୁ ମଧ୍ୟ ଏଠାରେ ସେବା ପ୍ରଦାନ କରି ଗ୍ରାହକଙ୍କ ଅନୁଭବ ଉନ୍ନତି ଅଣାଯିବ ଏବଂ କଂପାନି ଗ୍ରାହକଙ୍କ ଅଧିକ ନିକଟତର ହୋଇପାରିବ ।
ଏହି ସପ୍ଗୁଡ଼ିକ ଜରିଆରେ ବ୍ୟାପକ ପ୍ରକାରର ଟେଲିକମ୍ ସେବା ଏବଂ ନିଯୁକ୍ତି ଓ ଦକ୍ଷତା, ସରକାରୀ ଚାକିରି ପ୍ରସ୍ତୁତି, ଇଂରାଜୀ ଭାଷା ଦକ୍ଷତା ଆଦି କ୍ଷେତ୍ରରେ ସହଯୋଗିତା ଜରିଆରେ ସେବା ପ୍ରଦାନ କରି ୱି ଗ୍ରାହକଙ୍କ ସହ ସମ୍ପର୍କକୁ ଆହୁରି ମଜଭୁତ କରିବ ।
ଭୋଡାଫୋନ୍ ଆଇଡିଆର ସିଓଓ ଅଭିଜିତ୍ କିଶୋର କହିଛନ୍ତି ଯେ, “ଦ୍ରୁତ ପରିବର୍ତିତ ପରିବେଶ ସହ ଗ୍ରାହକଙ୍କ ଆବଶ୍ୟକତା ଓ ପସନ୍ଦ ଅନୁସାରେ ଅଭିନବ ପରିକଳ୍ପନା, ଉତ୍ପାଦ ଓ ସେବା ଉପସ୍ଥାପନ କରିବା ଲାଗି ୱି ସର୍ବଦା ଅଗ୍ରଗାମୀ ରହିଛି । ଏବେବି ଗ୍ରାମୀଣ ଭାରତରେ ଏକ ବଡ଼ ଭାଗ ରହିଛି ଯେଉଁଠାରେ ଲେକମାନେ ପ୍ରତ୍ୟକ୍ଷ ଖୁଚୁରା ଷ୍ଟୋରରେ ସାମ୍ନା ସାମ୍ନି ସେବା ହାସଲ କରିବାରେ ଅଭ୍ୟସ୍ତ ରହିଛନ୍ତି ଓ ସହଜ ମନେ କରୁଛନ୍ତି । ଗ୍ରାମାଂଚଳ ଯୋଗୁ ଭାରତରେ ମୋବାଇଲ୍ ଇଟଂରନେଟ୍ର ବ୍ୟବହାର ବୃଦ୍ଧି ପାଉଛି । ସେହି ଚାହିଦାକୁ ପୂରଣ କରିବା ଲାଗି ୱି ସପ୍ସ ସହ ଆମର ଗ୍ରାମୀଣ ଖୁଚୁରା ରଣନୀତି ଜରିଆରେ ଆମେ ଆମ ଉଦ୍ୟମର ନବୀକରଣ କରିଛୁ ଯାହା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଏକ ଉତମ ଭବିଷ୍ୟତ ସହ ଡିଜିଟାଲ୍ ମାଧ୍ୟମରେ ଯୋଡ଼ିବ । ପାଂଚଟି ସର୍କଲ୍ର ବିଭିନ୍ନ ଟାୟାର ୩ ସହରରେ ୱି ଗ୍ରାହକମାନେ ନିକଟତମ ୱି ସପ୍ସ ପରିଦର୍ଶନ କରିପାରିବେ ଏବଂ ସ୍ୱାଗତଯୋଗ୍ୟ ପରିବେଶରେ ପ୍ରଶିକ୍ଷିତ ପ୍ରଫେସନାଲଙ୍କ ଜରିଆରେ ସହଜରେ ଏବଂ ସୁବିଧାରେ ସେବା ହାସଲ କରିପାରିବେ ।’’