ୱି ବିଜନେସ୍ ପକ୍ଷରୁ ଏମ୍ଏସ୍ଏମ୍ଇଙ୍କ ପାଇଁ “ରେଡି ଫର୍ ନେକ୍ସଟ୍’ ପ୍ରୋଗ୍ରାମ୍ ଉନ୍ମୋଚିତ
ଭୁବନେଶ୍ୱର: ମହାମାରୀ ପରେ ଏମ୍ଏସ୍ଏମ୍ଇଗୁଡ଼ିକର ଅବସ୍ଥା ଖରାପ ହୋଇଯାଇଛି । ତାହାକୁ ଦୃଷ୍ଟିରେ ରଖି ଦେଶର ଅଗ୍ରଣୀ ଟେଲିକମ୍ ଅପରେଟର ୱିର ସଂସ୍ଥା ୱି ବିଜନେସ୍ ପକ୍ଷରୁ ଏମ୍ଏସ୍ଏମ୍ଇଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ରେଡି ଫର୍ ନେକ୍ସଟ୍ ନାମକ ଏକ ସ୍ୱତନ୍ତ୍ର ପ୍ରୋଗ୍ରାମ୍କୁ ଉନ୍ମୋଚନ କରାଯାଇଛି ।
ନୂତନ ବ୍ୟବସାୟ ସମ୍ଭାବନା ଖୋଲିବା ଲାଗି ଡିଜିଟାଲ୍ ଗ୍ରହଣୀୟତା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏମ୍ଏସ୍ଏମ୍ଇଗୁଡ଼ିକର ସମ୍ପୂର୍ଣ୍ଣ ଡିଜିଟାଲ୍ ଯାତ୍ରାରେ ୱି ବିଜନେସ୍ର ରେଡି ଫର୍ ନେକ୍ସଟ୍ ପ୍ରୋଗାମ୍ ସହାୟକ ହେବ । ସେହି ଦର୍ଶନ ଅନୁସାରେ ଏହି ପ୍ରୋଗ୍ରାମ୍କୁ ପ୍ରସ୍ତୁତ କରାଯାଇଛି । ଅଧିକ ଦ୍ରୁତ ବେଗରେ ଆଗକୁ ବଢ଼ିବା ଲାଗି ଯାହା ସମ୍ଭବ ଆବଶ୍ୟକ ତାହା ପ୍ରଦାନ କରିବା ଭଳି ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି ।
ଏହି ଅଭିଯାନ ସମ୍ପର୍କରେ ଭୋଡାଫୋନ୍ ଆଇଡିଆର ଚିଫ୍ ଏଟଂରପ୍ରାଇଜ୍ ବିଜନେସ୍ ଅଫିସର ଅରବିନ୍ଦ୍ ନେଭାଟିଆ କହିଛନ୍ତି ଯେ, “ଏମ୍ଏସ୍ଏମ୍ଇଗୁଡ଼ିକ ହେଉଛନ୍ତି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଯାହାର ଜିଡିପି ପ୍ରତି ଯୋଗଦାନ ୩୦% ରହିଛି । ନୂତନ ଚିନ୍ତାଧାରାକୁ ଦୃଢ଼ କରିବା ଓ ଡିଜିଟାଲ ଇଣ୍ଡିଆକୁ ଆଗକୁ ବଢ଼ାଇବାରେ କ୍ଷୁଦ୍ର ବ୍ୟବସାୟଗୁଡ଼ିକ ଗ୍ରହଣ କରିଥିବା ଭୂମିକାକୁ ଆମେ ସ୍ୱୀକୃତି ଦେଉଛୁ ।
ଚମତ୍କାର ନବସୃଜନ ପାଇଁ ନିର୍ଦିଷ୍ଟ ସମାଧାନ, ଦୃଢ଼ ପ୍ରଯୁକ୍ତି ସହାୟତା ଓ ନିରନ୍ତର ବିକାଶ ପାଇଁ ବିଶ୍ୱସ୍ତ ସହଯୋଗୀ ଦରକାର । ଏମ୍ଏସ୍ଏମ୍ଇଙ୍କୁ ଦୀର୍ଘମିଆଦୀ ସମାଧାନ ପ୍ରଦାନ କରିବା ଲାଗି ରେଡି ଫର୍ ନେକ୍ସଟ୍ ପ୍ରୋଗ୍ରାମ ହେଉଛି ଆମର ପ୍ରତିବଦ୍ଧତା ଯାହା ସେମାନଙ୍କୁ ଏକ ଉତମ ଭବିଷ୍ୟତ ଗଠନ କରିବା ଓ ଆଗକୁ ବଢ଼ିବାରେ ସହାୟକ ହେବ । ଭବିଷ୍ୟତ ଲାଗି ପ୍ରସ୍ତୁତ ରହିବା ନିମନ୍ତେ ନିଷ୍ପତି ଗ୍ରହଣ କରିବାକୁ ସହଜ କରିବା ଓ ସଠିକ ଧ୍ୟାନ, ଦିଗ ଓ ସେମାନଙ୍କ ବ୍ୟବସାୟ ପାଇଁ ସମାଧାନ ଚିହ୍ନଟ କରିବାରେ ସହାୟକ ହେବା ଲାଗି ଲକ୍ଷ୍ୟ ରଖାଯାଇଛି । ଆମେ ଆଶା କରୁଛୁ ଯେ ଏହା ପରିବର୍ତନକାରୀ ସାବ୍ୟସ୍ତ ହେବ ଯାହା ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଲାଗି ୨,୫୦,୦୦୦ ଏମ୍ଏସ୍ଏମ୍ଇଙ୍କୁ ସଶକ୍ତ କରିବ ।’’
ୱି ବିଜନେସ୍ର ରେଡି ଫର୍ ନେକ୍ସଟ୍ ପ୍ରୋଗ୍ରାମ୍ରେ ରହିଛି ଦୁଇଟି ଉପାଦାନ, ତାହା ହେଉଛି ଡିଜିଟାଲ୍ ସେଲ୍ଫ ଇଭାଲୁଏସନ୍ ଓ ସ୍ୱତନ୍ତ୍ର ଏମ୍ଏସ୍ଏମ୍ଇ ଅଫର୍ । ଡନ୍ ଆଣ୍ଡ୍ ବ୍ରାଡ୍ସିଟ୍ ସହଯୋଗରେ ଡିଜିଟାଲ୍ ସେଲ୍ଫ ଇଭାଲୁଏସନ୍କୁ ପ୍ରସ୍ତୁତ କରାଯାଇଛି । ରେଡି ଫର୍ ନେକ୍ସଟ୍ ସ୍ୱତନ୍ତ୍ର ଏମ୍ଏସ୍ଏମ୍ଇ ଅଫର୍ରେ ସୁରକ୍ଷିତ ବ୍ୟବସାୟ ପାଇଁ ସୁରକ୍ଷିତ ଇଟଂରନେଟ୍, କ୍ଲାଉଡ୍ ଟେଲିଫୋନି, ୱି ବିଜନେସ୍ ପ୍ଲସ୍ ପ୍ଲାନ୍ ଓ କର୍ପୋରେଟ୍ କଲର୍ ଟ୍ୟୁନ୍ ଭଳି ସୁବିଧା ରହିଛି ।