ବେଦାନ୍ତର ଓୟାର ରଡ଼ ଓ ରୋଲଡ ଉତ୍ପାଦ ସରକାରଙ୍କ କ୍ୱାଲିଟି କଂଟ୍ରୋଲ ଅର୍ଡ଼ର ପାଳନ କରିବାରେ ଏକମାତ୍ର ଆଲୁମିନିୟମର ଉତ୍ପାଦକ
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ତାର ସବୁ ଉତ୍ପାଦ ଯଥା ସିଟ୍,ପ୍ଲେଟ ଓ ଷ୍ଟ୍ରିପ ଲାଗି ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ବିଆଇଏସ ପ୍ରମାଣପତ୍ର ଲାଭ କରିଛି । ବେଦାନ୍ତ ସଂପ୍ରତି ଏହା ଘୋଷଣା କରିଛି ଯେ ଏହି ଉତ୍ପାଦ ପାଇଁ ବିଆଇଏସ ପ୍ରମାଣ ପାଇଥିବା ଭାରତର ପ୍ରଥମ ଓ ଏକମାତ୍ର କମ୍ପାନି ଅଟେ । ଏହା ଉଭୟ ଛତିଶଗଡ଼ର ବାଲକୋ ଓ ଓଡ଼ିଶାର ଝାରସଗୁଡ଼ା ୟୁନିଟରୁ ଉତ୍ପାଦିତ ଉତ୍ପାଦ ପାଇଁ ପ୍ରଯୁଜ୍ୟ ।
୩୧ ଅଗଷ୍ଟ ୨୦୨୩ରେ ଭାରତୀୟ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଖଣି ମନ୍ତ୍ରାଳୟ ସହ ଆଲୁମିନିୟମର ଗୁଣବତା ନିୟନ୍ତ୍ରଣ ଲାଗି ଏକ ନୂଆ ନିୟମ ପ୍ରଚଳନ କରିଥିଲେ । ସରକାରଙ୍କ ୨୬ ସେପ୍ଟେମ୍ବର ୨୦୨୪ ବାଧ୍ୟତାମୂଳକ ବିଆଇଏସ ପ୍ରମାଣପତ୍ର ପାଇ ବେଦାନ୍ତ ତାର କାର୍ଯ୍ୟ ଚାଲୁ ରଖିଛି । ଏହା ବେଦାନ୍ତର ସର୍ବୋଚ୍ଚ ଗୁଣବତାର ପରିଚାୟକ ଓ ଆଲୁମିନିୟମ ଉଦ୍ୟୋଗ ପାଇଁ ତାର ନେତୃତ୍ୱ ସ୍ଥିତିର ପ୍ରମାଣ ।
ବେଦାନ୍ତ ଆଲୁମିନିୟମର ବିଆଇଏସ ପ୍ରମାଣପତ୍ର ଆଲୁମିନିୟମର ବ୍ୟାପକ ରେଂଜ ସହ ୧୨ମିମି ଓୟାର ରଡ଼, ରୋଲଡ ସିଟ, ରୋଲଡ କଣ୍ଡକ୍ଟର ପ୍ଲେଟ, ରୋଲଡ ପ୍ଲେଟ, ଇସି ଇନଗଟ, ଆଲଏ ଇନଗଟ ଓ ପ୍ରାଇମେରୀ ଇନଗଟ ଉପରେ ରହିଛି । ବର୍ତମାନ ଏହା ୧୭ଟି ଉତ୍ପାଦ ଉପରେ ବିଆଇଏସ ପ୍ରମାଣପତ୍ରକୁ ଉଭୟ ଘରୋଇ ଓ ଆନ୍ତର୍ଜାତିକ ବଜାର ଲାଗି ହାସଲ କରିଛି ।
ଏହି ସଫଳତା ଉପରେ ସୂଚନା ଦେଇ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ), ସୁନୀଲ ଗୁପ୍ତା କହିଛନ୍ତି ଯେ ଭାରତର ଗୁଣବତାଯୁକ୍ତ ଆଲୁମିନିୟମ ଉତ୍ପାଦନ ଓ ଏହାକୁ ସୁନିଶ୍ଚିତ କରିବା ପାଇଁ ସରକାରୀ ଆଦେଶ ସଠିକ ଦିଗରେ ଅଛି । ବେଦାନ୍ତ ଆଲୁମିନିୟମ ଓୟାର ରଡ ଓ ରୋଲଡ ସାମଗ୍ରୀ ପାଇଁ ବିଆଇଏସ ପ୍ରମାଣପତ୍ର ହେଉଛି ଗୁଣବତା, ନିରାପତା ଓ ନିୟାମକ ଅନୁପାଳନ ଲାଗି ଆମର ପ୍ରତିବଦ୍ଧତାର ପ୍ରମାଣ । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ନବସୃଜନ କ୍ଷେତ୍ରରେ ଆମର ବିନିଯୋଗ ଏହି ସଫଳତାକୁ ସମ୍ଭବ କରାଇପାରିଛି । ଆତ୍ମନିର୍ଭର ଭାରତ ଲକ୍ଷ୍ୟରେ ଆମେ ସମର୍ଥନ ଜାରୀ ରଖିବା ଲାଗି ଉତ୍ସର୍ଗୀକୃତ ଅଟୁ ।
ବେଦାନ୍ତ ଆଲୁମିନିୟମର ବିସ୍ତୃତ ପୋର୍ଟଫୋଲିଓରେ ବିଭିନ୍ନ ପ୍ରକାର ଉତ୍ପାଦ ରହିଛି ଯେପରିକି ରେସ୍ତୋରା-ସ୍ୱଳ୍ପ କାର୍ବନଯୁକ୍ତ ଆଲୁମିନିୟମ, ବିଲେଟ, ଓୟାର ରଡ, ଆଲୟ ଇନଗଟ, କାଷ୍ଟ ବାର, ସ୍ଲାବ ଓ ରୋଲଡ ଉତ୍ପାଦ । ଏହି ସବୁ ସାମଗ୍ରୀ ଏରୋସ୍ପେଶ ଠାରୁ ଆରମ୍ଭ କରି ଅଟୋମୋବାଇଲ, ନିର୍ମାଣ, ଇଂଜିନିୟରିଂ, ପ୍ୟାକେଜିଂ ପ୍ରଭୃତି ଉଦ୍ୟୋଗ ଗୁଡ଼ିକରେ ବହୁଳ ବ୍ୟବହାର କରାଯାଉଛି । ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ ଏହା ୬୦ରୁ ଅଧିକ ଦେଶକୁ ନିଜର ସାମଗ୍ରୀ ଯୋଗାଇ ବିଶ୍ୱରେ ପ୍ରଶଂସା ଭାଜନ ହୋଇପାରିଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।