ବେଦାନ୍ତ ବିକଶିତ ଭାରତ ପାଇଁ ଏକ ଆତ୍ମନିର୍ଭର ଆଲୁମିନିୟମ କ୍ଷେତ୍ର ନିର୍ମାଣ ଉଦ୍ଦେଶ୍ୟରେ ଭାରତର ଆଲୁମିନିୟମ ଦର୍ଶନ ଡକ୍ୟୁମେଂଟକୁ ସ୍ୱାଗତ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତ ସରକାରଙ୍କ ମାନ୍ୟବର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡୀଙ୍କ ଦ୍ୱାରା ଉନ୍ମୋଚିତ ଜାତୀୟ ଆଲୁମିନିୟମ ଦୃଷ୍ଟିକୋଣ ଡକ୍ୟୁମେଂଟକୁ ବେଦାନ୍ତ ସ୍ୱାଗତ କରିଛି। ଏଥିରେ ଆଲୁମିନିୟମ ଭବିଷ୍ୟତକୁ ସୂଚାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ଭାରତକୁ ବିଶ୍ୱରେ ଏକ ଆଲୁମିନିୟମ ହବରେ ପରିଣତ ଲାଗି ଏକ ରୋଡମ୍ୟାପ ରୂପରେଖ ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖକ ରାଯାଇଥିବା ବିଷୟ ଗୁଡ଼ିକ ଯେପରିକି ଆଲୁମିନିୟମ ଉତ୍ପାଦନରେ ଆତ୍ମନିର୍ଭରତା ବୃଦ୍ଧି, କଂଚାମାଲ ସଂଗ୍ରହରେ ସଫଳତା ହାସଲ କରିବା, କମ କାର୍ବନ ଯୁକ୍ତ ଉତ୍ପାଦ ପ୍ରସ୍ତୁତି ତଥା ମୂଲ୍ୟଯୁକ୍ତ ଉତ୍ପାଦ ସୃଷ୍ଟି କେବଳ ଘରୋଇ ଚାହିଦା ପୂରଣ ପାଇଁ ନୁହେଁ ବରଂ ୨୦୪୭ ସୁଦ୍ଧା ବିଶ୍ୱ ଆଲୁମିନିମୟ ବଜାରରେ ୧୦% ଅଂଶ ଦାବି କରିବା ଲାଗି ରୋଡମ୍ୟାପ ପ୍ରଦାନ କରେ ଓ ସକ୍ଷମ ବିକଶିତ ଭାରତରେ ଆତ୍ମନିର୍ଭରତା ବୃଦ୍ଧିକୁ ନେଇ ରହିଛି।
ଆଲୁମିନିୟମର ରଣନୈତିକ ଏବଂ ଜାତୀୟ ଗୁରୁତ୍ୱକୁ ସ୍ୱୀକାର କରି, ଡକ୍ୟୁମେଂଟଟି ସୂଚାଏ ଯେ କିପରି ବିଶ୍ୱର ବିକଶିତ ଅର୍ଥନୀତିଗୁଡ଼ିକ ଆଲୁମିନିୟମକୁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଧାତୁ ଭାବରେ ବିବେଚନା କରନ୍ତି, ଯାହା ନବୀକରଣୀୟ ଶକ୍ତି, ବୈଦ୍ୟୁତିକ ଗତିଶୀଳତା, ସବୁଜ ଭିତିଭୂମି, ପ୍ରତିରକ୍ଷା ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଏକ ଅପରିହାର୍ଯ୍ୟ ଭୂମିକା ଗ୍ରହଣ କରିବ।
୨୦୪୭ ସୁଦ୍ଧା ଦେଶର ତୃତୀୟ ବୃହତମ ଅର୍ଥନୀତି ଓ ବିକଶିତ ରାଷ୍ଟ୍ର ହେବା ଦିଗରେ ଆଲୁମିନିୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୨୦୪୭ ସୁଦ୍ଧା ଭାରତରେ ଆଲୁମିନିୟମ ଚାହିଦା ଛଅଗୁଣ ବୃଦ୍ଧି ପାଇବ ଓ ଏହି ଚାହିଦା ପୂରଣ ଲାଗି ଭାରତକୁ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଉତ୍ପାଦନକୁ ବର୍ତମାନର ୪.୫ ନିୟୂତ ଟନ ଏମଟିପିଏରୁ ପ୍ରାୟ ୩୭ ଏମଟିପିଏ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପଡ଼ିବ ଓ ଯାହା ପାଇଁ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଅତିରିକ୍ତ ନିବେଶ କରିବା ଆବଶ୍ୟକ।
ଭିଜନ ଡକ୍ୟୁମେଂଟ ଉପରେ ମତ ଦେଇ ବେଦାନ୍ତ ଆଲୁମିନିୟମର ସିଇଓ ଶ୍ରୀ ରାଜୀବ କୁମାର କହିଛନ୍ତି ଯେ ଆଜି ଆଲୁମିନିୟମ ଶିଳ୍ପ କେବଳ ଧାତୁର ଉପଯୋଗି ଯୋଗାଣକାରୀ ନୁହେଁ ଏହା ୩୦ ଟ୍ରିଲିୟନ ଡଲାର ଅର୍ଥନୀତି, ନେଟ ଶୂନ୍ୟ ଲକ୍ଷ୍ୟ ଓ ଉତ୍ପାଦନ ପ୍ରତିଯୋଗିତା ଆଡ଼କୁ ଭାରତର ଯାତ୍ରାରେ ସହାୟକ ହେବ। ଏହି ଡକ୍ୟୁମେଂଟ ପୁନଃନିର୍ମାଣ କରେ ଯେ ଆଲୁମିନିୟମ ହେଉଛି ଭବିଷ୍ୟତର ଧାତୁ, ଭାରତର ଶକ୍ତି ସ୍ୱାଧୀନତା, ନେଟଶୂନ୍ୟ ମହତ୍ୱକାଂକ୍ଷା ଓ ବିଶ୍ୱପ୍ରତିଯୋଗିତାମୂଳକତା ପାଇଁ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ନିଜର ସମ୍ବଳକୁ ଅନଲକ କରିପାରରିବା ତେବେ ଆମେ ମୂଲ୍ୟଯୁକ୍ତ ଉତ୍ପାଦ ସୃଷ୍ଟି କରିପାରିବା।
ଏହି ଦୃଷ୍ଟିକୋଣରେ ଉଲ୍ଲେଖ କରାଯାଇଛି ଯେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଆଲୁମିନିୟମ ଉତ୍ପାଦକ ହୋଇଥିଲେ ମଧ୍ୟ ଏହା ବିଶ୍ୱ ଉତ୍ପାଦନର ମାତ୍ର ୬% ଅଟେ। ଏହା ଆଲୁମିନିୟ କ୍ଷେତ୍ରର ବିଶାଳ ଅବ୍ୟବହୃତ କ୍ଷେତ୍ରକୁ ସୂଚୀତ କରାଏ। ଯଦି ଏହାର ପ୍ରଭାବଶାଳୀ ଉପଯୋଗ କରାଯାଏ ତେବେ ଏହା ଦେଶର ଦୁର୍ଗମ ଅଂଚଳକୁ ଯୋଡି ବହୁ ସାମାଜିକ-ଆର୍ଥିକ ଲାଭ ଆଣିପାରିବ। ଏହି ଶିଳ୍ପରେ ୩.୭ ଗୁଣା ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାର କ୍ଷମତା ରହିଛି। ଆଉ ମଧ୍ୟ ଦର୍ଶାଯାଇଛି ଯେ ଭାରତର ଆଲୁମିନିୟମର ଚାହିଦା ବହୁତ ରହିଛି ଯେଉଁଥିପାଇଁ ପ୍ରଚୁର ନିବେଶ ଆବଶ୍ୟକ ।
ଏହି ଦୃଷ୍ଟିକୋଣ ଡକ୍ୟୁମେଂଟଟି ଦର୍ଶାଉଛି ଯେ ଭାରତର ଆଲୁମିନିୟମ ଚାହିଦା ଏକ ଅଭିବୃଦ୍ଧି ଧାରାରେ ରହିଛି ଏବଂ ଏହି ଚାହିଦା ପୂରଣ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିବେଶ, ସମୟୋଚିତ କାର୍ଯ୍ୟାନ୍ୱୟନ ଏବଂ ନୀତିଗତ ସଂସ୍କାର ଆବଶ୍ୟକ ହେବ। ଭବିଷ୍ୟତ ଚାହିଦା ପୂରଣ କରିବା ଏବଂ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ପାଇଁ, ୨୦୩୦ ସୁଦ୍ଧା ବକ୍ସାଇଟ୍ ଉତ୍ପାଦନକୁ ୫୦ ଏମଟିପିଏ ଏବଂ ୨୦୪୭ ସୁଦ୍ଧା ୧୫୦ ଏମଟିପିଏ ବୃଦ୍ଧି କରିବା, ସଂରଚିତ ସ୍କ୍ରାପ୍ ସଂଗ୍ରହ ଏବଂ ପୁନଃଚକ୍ରଣ ମାଧ୍ୟମରେ ବୃତାକାରିତାକୁ ପ୍ରୋତ୍ସାହିତ କରିବା, ବ୍ୟବହାର ତୀବ୍ରତା ବୃଦ୍ଧି କରିବା ଏବଂ ସମଗ୍ର ଉତ୍ପାଦନ ମୂଲ୍ୟ ଶୃଙ୍ଖଳରେ ଗୁଣବତା ଉପରେ ଧ୍ୟାନ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ଡିଜିଟାଲାଇଜେସନ୍, ଏଆଇ ଏବଂ ସ୍ୱୟଂଚାଳିତକରଣର ଉପଯୋଗ କରି ଶିଳ୍ପ ୪.୦ ଗ୍ରହଣ ସହିତ ଏହି କ୍ଷେତ୍ର ଅଭିବୃଦ୍ଧି ପାଇଁ ପ୍ରସ୍ତୁତ।
ଭାରତ ଏହାର ଆଲୁମିନିୟମ ଭବିଷ୍ୟତକୁ ପୁନଃପରିଭାଷିତ କରିବାକୁ ପ୍ରସ୍ତୁତ ହୋଇଥିବାରୁ, ବେଦାନ୍ତ ସ୍ଥାୟୀ ଅଭିବୃଦ୍ଧି, ବିଶ୍ୱସ୍ତରୀୟ ପ୍ରତିଯୋଗିତା ଏବଂ ଜାତୀୟ ସ୍ଥିରତା ପାଇଁ ଆଲୁମିନିୟମ କ୍ଷେତ୍ରକୁ ଏକ ପ୍ରମୁଖ କରିବାରେ ସରକାରଙ୍କ ସହିତ ଘନିଷ୍ଠ ଭାବରେ କାମ କରିବାକୁ ପ୍ରତିବଦ୍ଧତାକୁ ଦୋହରାଇଛି।