ବେଦାନ୍ତ ସମର୍ଥିତ କବାଡ଼ି ଖେଳାଳିମାନେ ରାଷ୍ଟ୍ରୀୟ ଚାମ୍ପିୟନଶିପରେ ରୋପ୍ୟ ପଦକ ଜିତିଛନ୍ତି
ଭୁବନେଶ୍ୱର : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ସମର୍ଥିତ ଦୁଇଜଣ କବାଡ଼ି ଖେଳାଳି ଓଡ଼ିଶାରୁ ପ୍ରତନିିଧିତ୍ୱ କରି ୬ଷ୍ଠ କ୍ରୀଡ଼ା ବିକାଶ ଓ ଉନ୍ନତି ସଂଘ (ଏସଡିପିଏଫ) କବାଡ଼ି ନ୍ୟାନାଲ ଚାମ୍ପିୟନଶିପରେ ଭାଗ ନେଇଥିଲେ । ଟଙ୍କଧର ନାୟକ ଓ ଲେପୁଲ୍ୟା ନାଏକ ରାୟଗଡ଼ାର ସିଜିମାଲିରୁ ଯୋଗଦେଇ ରାଜ୍ୟ ପାଇଁ ରୋପ୍ୟପଦକ ହାସଲ କରିଛନ୍ତି ।
ନିଜର କୃତଜ୍ଞତା ଜଣାଇ ଟଙ୍କଧର ନାଏକ କହିଛନ୍ତି ଯେ ନାସିକ ଠାରେ ଆୟୋଜିତ ନିଲେଶ ରାନେ ଯୁବ ପ୍ରତିଷ୍ଠାନ ଓ କ୍ରୀଡ଼ା ବିକାଶ ଓ ଉନ୍ନତି ସଂଘ (ଏସଡିପିଏଫ) କବାଡ଼ି ନ୍ୟାସନାଲ ଚାମ୍ପିୟନଶିପରେ ଭାଗ ନେଇ ଆମ ରାଜ୍ୟ ପାଇଁ ରୋପ୍ୟ ପଦକ ଜିତିଛୁ ।
ତାଙ୍କର ଟିମମେଟ ଓ ପଡ଼ୋଶୀ ସିଜିମାଲିର ଲେପୁଲ୍ୟା ନାଏକ କହିଛନ୍ତି ଯେ ଏଥିପାଇଁ ବେଦାନ୍ତର ସହଯୋଗ ଓ ଉତ୍ସାହ ଆମକୁ ବହୁତ ପ୍ରେରଣା ଦେଇଛି । ଆମେ ଆଗକୁ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ଦେଶ ଲାଗି ଆହୁରି ପୁରସ୍କାର ହାସଲ କରିବୁ ।
ବିଭିନ୍ନ ରାଜ୍ୟରୁ ଏହି ଖେଳରେ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥାନ୍ତି । ଛତିଶଗଡ଼, ଉତରାଖଣ୍ଡ, ହରିୟାନା, କର୍ଣ୍ଣାଟକ, ଉତରପ୍ରଦେଶ ଓ ତେଲେଙ୍ଗାନାର ଟିମ ଏଥିରେ ଅଂଶଗ୍ରହଣ କରିଥିଲେ ।
ଏହି ସଫଳତାରେ ଉତ୍ସାହିତ ହୋଇ ଟଙ୍କଧର ଓ ଲେପୁଲ୍ୟା ନେପାଳରେ ଆୟୋଜିତ ହେବାକୁ ଥିବା ଆଗାମୀ ଆନ୍ତର୍ଜାତିକ କବାଡି ଟୁର୍ଣ୍ଣାମେଂଟରେ ଭାଗ ନେବା ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ।
ବେଦାନ୍ତ ଆଲୁମିନିୟମ ଖେଳ।।ଳୀମାନଙ୍କ ପାଇଁ ଆବଶ୍ୟକୀୟ ଉପକରଣ ଓ ଯାତ୍ରା ଖର୍ଚ୍ଚ ଯୋଗାଇଥିଲା । ତୃଣମୂଳ ସ୍ତରରେ କ୍ରୀଡ଼ାର ଉନ୍ନତି ପାଇଁ ଏହାର ପ୍ରତିବଦ୍ଧତା ସ୍ୱରୂପ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ପାଇଁ ବେଦାନ୍ତ ସର୍ବଦା ଚେଷ୍ଟା କରୁଛି । ଏହି ଦୁଇଜଣ ସ୍ଥାନୀୟ ଖେଳାଳିଙ୍କ ପ୍ରତିଭାକୁ ଆହୁରି ଆଗକୁ ନେବା ପାଇଁ କମ୍ପାନି ସହାୟତା ପ୍ରଦାନ କରୁଛି ।
ବେଦାନ୍ତ ଆଲୁମିନିୟମ ଗୋଷ୍ଠୀରେ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ଥାୟୀ ଜୀବିକା, ଭିତିଭୂମି, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ବିଭିନ୍ନ ପ୍ରକାର ସହାୟତା ମୂଳକ କାର୍ଯ୍ୟ୍ରକ୍ରମ କରୁଛି । ବେଦାନ୍ତ ପୂର୍ବରୁ ସ୍ଥାନୀୟ ଗୋଷ୍ଠୀ ଦ୍ୱାରା ଆୟୋଜିତ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଂଟ କାଶୀପୁର ଲିଗକୁ ସମର୍ଥନ କରିଥିଲା ।
ନିଜର କାର୍ଯ୍ୟକାରୀ ଅଂଚଳ ଓ ବାହାରେ ବିଭିନ୍ନ ପ୍ରକାର ଜନହୀତକର କାର୍ଯ୍ୟ ଜରୀଆରେ ବେଦାନ୍ତ ନିଜର କାର୍ଯ୍ୟ ପରିଚାଳନା କରୁଛି । ସ୍ଥାନୀୟ କର୍ତୃପକ୍ଷଙ୍କ ସହ ସଂପର୍କ ରଖି ବହୁ ସାମାଜିକ ଓ ଅର୍ଥନୈତକ ସଂସ୍କାର ଆଣିବାରେ ବେଦାନ୍ତର ଅବଦାନ କମ ନୁହେଁ । ସମାଜର ସାମଗ୍ରିକ କଲ୍ୟାଣ ସାଧନ କରିବା ହେଉଛି ବେଦାନ୍ତ ଲକ୍ଷ୍ୟ ।