ବେଦାନ୍ତ ପକ୍ଷରୁ ୨୦୨୪-୨୫ର ତୃତୀୟ ତ୍ରୈମାସିକରେ ସର୍ବକାଳୀନ ସର୍ବାଧିକ ଆଲୁମିନିୟମ୍ ଉତ୍ପାଦନ

ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍‌ : ବେଦାନ୍ତ ଲିମିଟେଡ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଆଲୁମିନିୟମ ଓ ଆଲୁମିନା ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରାଯାଇଛି । ତୃତୀୟ ତ୍ରୈମାସିକରେ ବେଦାନ୍ତର ମୋଟ ଆଲୁମିିନିୟମ ଉତ୍ପାଦନ ବାର୍ଷିକ ଭିତିରେ ୩ ପ୍ରତିଶତ ବୃଦ୍ଧି ପାଇ ସର୍ବକାଳୀନ ୬୧୪ କେଟି ଏବଂ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ୧୮୧୯ କେଟିରେ ପହଂଚିଛି । କମ୍ପାନିର ଓଡ଼ିଶାର ଲାଞ୍ଜିଗଡ଼ ବିଶୋଧନାଗାର ଏହି ତ୍ରୈମାସିକରେ ବାର୍ଷିକ ଭିତିରେ ୭ ପ୍ରତିଶତ ଅଭିବୃଦ୍ଧି ସହ ଆଲୁମିନା ଉତ୍ପାଦନକୁ ୪୭୦ କେଟିରୁ ୫୦୫ କେଟିକୁ ବଢ଼ାଇଥିବା ବେଳେ ପ୍ରଥମ ୯ ମାସରେ ୧୬ ପ୍ରତିଶତ ଅଭିବୃଦ୍ଧି ସହ ୧୫୪୨ କେଟିକୁ ବୃଦ୍ଧି କରିଛି ।
କମ୍ପାନିର ଜିଙ୍କ ଇଣ୍ଡିଆ ୟୁନିଟ୍ ମଧ୍ୟ ତ୍ରୈମାସିକ ଭିତିରେ ଧାତୁ ଉତ୍ପାଦନରେ ୩% ଅଭିବୃଦ୍ଧି ହାସଲ କରିଛି, ଯାହା ତୃତୀୟ ତ୍ରୈମାସରେ ୨୬୫ କେଟିରେ ପହଂଚିଛି । ଆଗୁଚା ଏବଂ ଜାୱାର ଖଣିରେ ଉତ୍ପାଦନ ବୃଦ୍ଧି ଯୋଗୁ ଏହା ହୋଇପାରିଛି । ବେଦାନ୍ତ ଏକ୍ସଚେଞ୍ଜକୁ ଜଣାଇଛି ଯେ ଉପଲବ୍ଧତା ଏବଂ ପରିଚାଳନାଗତ ମାନଦଣ୍ଡ ଅନୁଯାୟୀ ୩% ବୃଦ୍ଧି ପାଇ ନଅ ମାସର ସର୍ବୋଚ୍ଚ ପରିମ।।ଣର ବିଶୋଧିତ ଧାତୁ ଉତ୍ପାଦନ କରିଛି । ବେଦାନ୍ତର ଜିଙ୍କ ଇଂଟରନ୍ୟାସନାଲ ୟୁନିଟରେ ମୋଟ ଖଣି ଧାତୁ ଉତ୍ପାଦନ ବାର୍ଷିକ ୧୨% ଓ କ୍ରମାଗତ ୬% ବୃଦ୍ଧି ସହିତ ୪୬ କେଟିକୁ ବୃଦ୍ଧି ପାଇଛି ।
ଭାରତ ବିଶ୍ୱର ଦ୍ୱିତୀୟ ବୃହତମ ଆଲୁମିନିୟମ ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ବେଦାନ୍ତ ହେଉଛି ଭାରତର ସର୍ବବୃହତ୍ ଧାତୁ ଉତ୍ପାଦନକାରୀ କମ୍ପାନି । କମ୍ପାନି ଆର୍ôଥକ ବର୍ଷ ୨୦୨୩-୨୪ରେ ଭାରତର ଅଧାରୁ ଅଧିକ ଆଲୁମିନିୟମ ଅର୍ଥାତ୍ ୨.୩୭ ନିୟୁତ ଟନ୍ ଉତ୍ପାଦନ କରିଥିଲା ।
ନଭେମ୍ବର ୨୧ ରେ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲର ମୁମ୍ବାଇ ଖଣ୍ଡପୀଠ ବେଦାନ୍ତର ଇକ୍ୱିଟି ଅଂଶଧନଧାରୀ, ସୁରକ୍ଷିତ ଏବଂ ଅସୁରକ୍ଷିତ ଋଣଦାତାଙ୍କ ବୈଠକ ପାଇଁ ପଥ ପରିସ୍କାର କରିଥିଲେ । ବେଦାନ୍ତ ଫେବୃଆରି ସୁଦ୍ଧା ଋଣଦାତା ଏବଂ ଅଂଶଧନଧାରୀଙ୍କ ଅନୁମୋଦନ ହାସଲ କରିବ ଏବଂ ୨୦୨୫ ମଧ୍ୟଭାଗ ସୁଦ୍ଧା ଡିମର୍ଜର ଶେଷ କରିବ ବୋଲି ଆଶା ରଖିଛି । ତୈଳ ଓ ଗ୍ୟାସ, ଜିଙ୍କ, ସିସା, ରୂପା, ତମ୍ବା, ଲୁହାପଥର, ଇସ୍ପାତ ଓ ଆଲୁମିନିୟମ ଭଳି କ୍ଷେତ୍ରରେ ବେଦାନ୍ତର ଏକାଧିକ ଦେଶରେ କାରବାର ରହିଛି । ମଙ୍ଗଳବାର କମ୍ପାନୀର ସେୟାର ମୂଲ୍ୟ ୧.୯% ବୃଦ୍ଧି ପାଇଥିଲା ।

Leave a Reply

Your email address will not be published. Required fields are marked *